ବହୁତ ହିଁ ହ୍ୟାଣ୍ଡସମ ନଜର ଆସନ୍ତି Bollywood ର ଫେମସ ଖଳନାୟକ Amrish Puri ଙ୍କ ନାତି, ବହୁତ ଜଲ୍ଦି Bollywood ରେ କରିବେ ଏଣ୍ଟ୍ରି

ବନ୍ଧୁଗଣ ବଲିଉଡ ରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସିନେମାରେ ଅଭିନୟ କରି ଅମରେଶ ପୁରୀ ନିଜର ଉଚ୍ଚତା ଏବଂ ନିଜର ଦମଦାର ସ୍ୱର ତା ଛଡା ନିଜର ଭୟାନକ ବେଶ ଭୁଷା ଯୋଗୁଁ ସେ ପରିଚିତ ଥିଲେ । ତାଙ୍କର ଏକ ଡାଇଲଗ ମୁଙ୍ଗେବୋ ଖୁସ ହୁଆ ଏବେ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଟିରେ ରହିଛି ଲୋକମାନେ ଏବେ ପର୍ଯ୍ୟନ୍ତ ଏହି ଡାଇଲଗ କୁ କହୁଛନ୍ତି । ଅମରେଶ ପୁରୀ ଙ୍କ ଜନ୍ମ ୨୨ ଜୁନ ୧୯୩୨ ମସିହାରେ ଲାହୋର ପାକିସ୍ତାନ ରେ ହୋଇଥିଲା । ଏବଂ ତାଙ୍କ ନିଧନ ୧୨ ଜାନୁଆରୀ ୨୦୦୫ ରେ ହୋଇଥିଲା ।

ଅମରେଶ ପୁରୀ ତିରିଶ ବର୍ଷ ରୁ ଉର୍ଦ୍ଧ୍ବ ଏହି ସିନେମା ଜଗତରେ ନିଜର ଯୋଗ ଦାନ ଦେଇଛନ୍ତି । ସେ ଅଧିକ ଖଳନାୟକ ଚରିତ୍ର ରେ ଅଭିନୟ କରିଥିଲେ । ନକରାତ୍ମକ ଭୂମିକା କୁ ସେ ଏପରି ଭାବରେ ଅଭିନୟ କରୁଥିଲେ କି ସେ ଏକ ଖରାପ ଲୋକ ଭାବେ ମଧ୍ୟ ପରିଚିତ ହୋଇଗଲେ ।

ହିନ୍ଦୀ ସିନେମା ଜଗତରେ ଅମରେଶ ପୁରୀଙ୍କ ଭଳି ଖଳନାୟକ ନା କେହି ଥିଲେ ନା କିଏ ହେବେ । ହିନ୍ଦୀ ସିନେମାରେ ତାଙ୍କର ଚର୍ଚ୍ଚା ବହୁତ ଥିଲା ସମସ୍ତେ ନିଜର ସିନେମାରେ ତାଙ୍କୁ ଖଳନାୟକ ଭାବେ ନେବାକୁ ଚାହୁଁଥିଲେ । ଏବଂ ସେ ସେତେବେଳେ ଗୋଟିଏ ସିନେମା ପାଇଁ ଏକ କୋଟି ଟଙ୍କାର ଚାର୍ଜ କରୁଥିଲେ । ଏବଂ ଯେଉଁଠି ଜଣାଶୁଣା ଲୋକ ଥିଲେ ସେଠାରେ ସେ ନିଜର ଫିସ କୁ କମ ମଧ୍ୟ କରି ଦେଉଥିଲେ ।

ଅମରେଶ ପୁରୀ ନିଜ ବାସ୍ତବ ଜୀବନରେ ବହୁତ ଅନୁଶାସିତ ବ୍ୟକ୍ତି ଥିଲେ । ତାଙ୍କୁ ନିଜର ସମସ୍ତ କାର୍ଯ୍ୟ ସଠିକ ଭାବରେ କରିବା ପସନ୍ଦ ଥିଲା । ଏବଂ ସିନେମା ରେ ମଧ୍ୟ ନିଜର ଅଭିନୟ କୁ ସେ ପୁରା ସଠିକ ଭାବରେ କରିବାକୁ ପସନ୍ଦ କରିଥିଲେ । କିନ୍ତୁ ଆଜି ଆମେ ତାଙ୍କ ନାତି ବରଦାନ ପୁରୀ ଙ୍କ ବିଷୟରେ ଚର୍ଚ୍ଚା କରିବୁ । ଅମରେଶ ପୁରୀ ଙ୍କ ପୁଅ ରାଜୀବ ପୁରୀ କେବେବି ଅଭିନେତା ହୋଇ ପାରିଲେ ନାହିଁ ।

କିନ୍ତୁ ତାଙ୍କ ନାତି ବହୁତ ଜଲ୍ଦି ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି । ତାଙ୍କ ନାତି ଏବେ ବଡ଼ ହୋଇ ଗଲେଣି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଅମରେଶ ପୁରୀ ଙ୍କ ନାତି ର ନାମ ହେଉଛି ବରଦାନ ପୁରୀ । ସେ ନିଜର ଦମଦାର ସିନେମା ଓ ଅଭିନୟ ରେ ଏହି ଜଗତରେ ପାଦ ଦେବାକୁ ଯାଉଛନ୍ତି । ଏବଂ ନିଜ ଜେଜେଙ୍କ ଭଳି ବରଦାନ ମଧ୍ୟ ନିଜର ଅଭିନୟ ରେ ଚର୍ଚ୍ଚା ରେ ରହି ପାରିବେ ।

ବଲିଉଡ ଓ ସିନେମା ଜଗତରେ ବରଦାନ ଙ୍କ ନାମ ହୁଏତ ନୂଆ ହୋଇ ପାରେ କିନ୍ତୁ ବରଦାନ ଏ ପର୍ଯ୍ୟନ୍ତ ଏକ ସିନେମାରେ ଅଭିନୟ ମଧ୍ୟ କରି ସାରିଛନ୍ତି । ସେଥିରେ ସେ ଏକ କଲେଜ ଯାଉଥିବା ଝିଅ ଙ୍କ ପ୍ରେମ ରେ ପାଗଳ ହୋଇ ଯାଇଛନ୍ତି ଏବଂ ଏହି ମନୋରଞ୍ଜନ ଓ ଆକ୍ସନ ସହିତ ଏ ସିନେମା ଟି ମଧ୍ୟ ବହୁତ ଭଲ ଲାଗୁଛି । ଏବଂ ଏଥିରେ ବରଦାନ ଙ୍କର ଅଭିନୟ ମଧ୍ୟ ବହୁତ ପ୍ରଶଂସନୀୟ । ଏହି ସିନେମାରେ ତାଙ୍କ ବିପକ୍ଷରେ ଶିବାଲିକା ଓବରାୟ ଅଭିନେତ୍ରୀ ନଜର ଆସିବେ ।

ତେବେ ଦେଖିବାକୁ ଅଛି କି ବରଦାନ ପୁରୀ ନିଜ ଜେଜେ ଅମରେଶ ପୁରୀଙ୍କ ଭଳି ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିବେ କିମ୍ବା ନାହିଁ । ଏହା ଆସୁଥିବା ସମୟ ହିଁ କେବଳ କହି ପାରିବ ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅମରେଶ ପୁରୀଙ୍କ ନାତି କେମିତି ଲାଗିଲେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *