ହନୁମାନ ଚାଳିଶା ପଢିବା ସମୟରେ ଆଦ୍ୱା ମଧ୍ୟ କରନ୍ତୁ ନାହିଁ ଏହି 8 ଟି ଭୁଲ୍ ! ନଚେତ ପରିଣାମ ଭୟଙ୍କର ହୋଇଥାଏ…

ବନ୍ଧୁଗଣ ଅନେକ ଲୋକ ପ୍ରଭୁ ହନୁମାନ ଜିଙ୍କର କୃପା ପ୍ରାପ୍ତ କରିବା ନିମନ୍ତେ ହନୁମାନ ଚାଳିଶା ପାଠ କରିଥାନ୍ତି । ତେବେ ହନୁମାନ ଚାଳିଶା ପ୍ରତିଦିନ ନିଷ୍ଠାର ସହ ପଢିବା ଦ୍ଵାରା ପ୍ରଭୁ ବଜରଙ୍ଗୀବାଲୀଙ୍କର ଆଶ୍ରୀବାଦ ବ୍ୟକ୍ତି ଉପରେ ରହିଥାଏ । ତେବେ ହନୁମାନ ଚାଳିଶା ପାଠ କରିବା ସମୟରେ ଏହି ଗୁରୁତ୍ଵପୂର୍ଣ୍ଣ 8 ଟି କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣଙ୍କୁ ଏଥିପାଇଁ ଖରାପ ପରିଣାମ ଭୋଗ କରିବାକୁ ପଡିପାରେ । ତେବେ ଚାଲନ୍ତୁ ସେହି ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ହନୁମାନ ଚାଳିଶା ପଢିବା ସମୟରେ ଆପଣଙ୍କ ମନରେ କୌଣସି ନକରାତ୍ମକ ବିଚାର ଧାରା ଆଣନ୍ତୁ ନାହିଁ । କାରଣ ଏପରି ଭାବେ ଧ୍ୟାନ ନଦେଇ ହନୁମାନ ଚାଳିଶା ପାଠ କରିଲେ ପାଠଟି ସଂପୂର୍ଣ୍ଣ ଭାବେ ବିବେଚନା କରାଯାଇନଥାଏ ।

2- ହନୁମାନ ଚାଳିଶା ପାଠ କରିବା ସମୟରେ ତୁମର ଧ୍ୟାନ କେବଳ ପ୍ରଭୁଙ୍କ ଉପରେ ରହିବା ଉଚିତ । ଏହି ସମୟରେ ଅନ୍ୟ କାହା ସହ କୌଣସି କଥାବାର୍ତ୍ତା କରନ୍ତୁ ନାହିଁ । ଅନ୍ୟଥା ହନୁମାନ ଚାଳିଶା ଫଳପ୍ରଦ ହୋଇପାରିନଥାଏ ।

3- ହନୁମାନ ଚାଳିଶାକୁ ପ୍ରତ୍ଯେକ ମଙ୍ଗଳବାରକୁ ପଢିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ଯେତେବେଳେ ହନୁମାନ ଚାଳିଶା ପାଠ କରିବାର ଥିବ । ସେତେବେଳେ ପ୍ରଥମେ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖ । ତାପରେ ହନୁମାନ ଚାଳିଶା ପାଠ କରିସାରିବା ପରେ ସେହି ପାତ୍ରରେ ଥିବା ପାଣିକୁ ପିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର ଆଶ୍ରୀବାଦ ରହିବା ସହ ଆପଣଙ୍କ ସ୍ଵାସ୍ଥ ମଧ୍ୟ ଭଲ ରହିବ ।

4- ହନୁମାନ ଚାଳିଶା ପଢିବା ପୂର୍ବରୁ ଭଗବାନ ଗଣେଶଙ୍କର ଧ୍ୟାନ କରି ହନୁମାନ ଚାଳିଶା ପାଠ କରନ୍ତୁ ।

5- ହନୁମାନ ଚାଳିଶାକୁ କେବେ ମଧ୍ୟ ମଧ୍ୟ ଭାଗରୁ ପଢିବା ଉଚିତ ନୁହେଁ । ମଧ୍ୟମ ଚତୁର୍ଥାଂଶରୁ ପଠନ ଆରମ୍ଭ କରନ୍ତୁ । ଯେଉଁ ଦିନ ଠାରୁ ହନୁମାନ ଚାଳିଶା ପଢା ଆରମ୍ଭ କରିବେ । ସେହି ଦିନ ଠାରୁ ଅତି କମ୍ 40 ଦିନ ପର୍ଯ୍ୟନ୍ତ ଏହାକୁ ଲଗାତର ପଢିବାକୁ ଚେଷ୍ଟା କରନ୍ତୁ । ଏହି 40 ଦିନ ମଧ୍ୟରେ କୌଣସି ଦିନ ବି ହନୁମାନ ଚାଳିଶା ପାଠ କରିବା ବନ୍ଦ କରନ୍ତୁ ନାହିଁ ।

6- ହନୁମାନ ଚାଳିଶା ପାଠ କରିବା ସମୟରେ ତାମସିକ ଖାଦ୍ୟ କିମ୍ବା ମଦ୍ୟପାନ ଠାରୁ ନିଜକୁ ଦୂରେଇ ରଖିବା ଉଚିତ ।

7- ଭଗବାନ ଶ୍ରୀରାମଙ୍କ ନାମ ନେଇ ହନୁମାନ ଚାଳିଶା ପଠନ କରନ୍ତୁ । କାରଣ ପ୍ରଭୁ ହନୁମାନ ଭଗବାନ ରାମଙ୍କର ଜଣେ ମହାନ ଭକ୍ତ ।

8- ହନୁମାନ ଚାଳିଶା ପଢିବା ସମୟରେ ଆସନରେ ବସି ଭକ୍ତିର ସହ ତାହାକୁ ପଢନ୍ତୁ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବା ସହିତ କମେଣ୍ଟରେ ଜୟ ଶ୍ରୀ ରାମ ଲେଖିକି ଅବଶ୍ୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *