ପୂଜା ଘରେ କେବେ ବି ହେବାକୁ ଦିଅନ୍ତୁ ନାହିଁ ଏହି 1 ଭୁଲ, ନଚେତ ପୁରା ଘର ହେଇଯାଏ ବର୍ବାଦ, ଆସିଥାଏ ଭୟଙ୍କର ଦରିଦ୍ରତା- Vastu Tips

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକଙ୍କ ଘରେ ନିଶ୍ଚୟ ପୂଜା ଘର ରହିଥାଏ । ଯେଉଁଠି ସମସ୍ତ ପ୍ରକାରର ଠାକୁରଙ୍କ ମୂର୍ତ୍ତି ବା ଫଟୋ ମାନ ରହିଥାଏ । ଯାହାକୁ ଲୋକମାନେ ନିଜ ଶ୍ରଦ୍ଧା ଅନୁଯାଇ ପୂଜା କରିଥାନ୍ତି । ହିନ୍ଦୁଧର୍ମ ଅନୁସାରେ ଠାକୁର ଘର ବା ପୂଜା ଘରର ବିଶେଷ ମହତ୍ଵ ରହିଛି । ଘରେ ଏହା ଏକ ଏପରି ସ୍ଥାନ ହୋଇଥାଏ ଯେଉଁଠି ସବୁଠାରୁ ଅଧିକ ସକାରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ । ହେଲେ ବନ୍ଧୁଗଣ ଏମିତି କିଛି ଭୁଲ ରହିଛି ଯାହାକୁ ଲୋକମାନେ ନିଜ ପୂଜା ଘରେ କରିବା କଥା ନୁହେଁ ।

ଏହି ସବୁ ଭୁଲ କରିବା ଦ୍ଵାରା ପୂଜା ଘରେ ହେଉଥିବା ସକାରାତ୍ମକ ପ୍ରଭାବର ଅନ୍ତ ହୋଇଥାଏ ଓ ଘର ମଧ୍ୟରେ ଭୁତ ପିଶାଚ ମାନଙ୍କର ବାସ ରହିଥାଏ । ବନ୍ଧୁଗଣ ଏହି ଭୁଲ କରିବା ଦ୍ଵାରା ମଣିଷକୁ ସଂପୂର୍ଣ୍ଣ ଦରିଦ୍ରତା ଭୋଗ କରିବାକୁ ପଡିଥାଏ । ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ପୂଜା ଘରେ ଗୋଟିଏ ଭଗବାନଙ୍କର ଗୋଟିଏ ଫଟୋ ମା ମୂର୍ତ୍ତି ରହିବା ଉଚିତ । ଆପଣ ଗୋଟିଏ ଭଗବାନଙ୍କର ଦୁଇଟି ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ । କାରଣ ବନ୍ଧୁଗଣ ଏହାକୁ ବହୁତ ଅଶୁଭ ମାନା ଯାଇଥାଏ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କୁ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

୨. ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ନିଜ ପୂଜା ଘରେ କେବଳ ଭଗବାନଙ୍କ ଫଟୋ ଲଗାଇବା ଛଡା ଅନ୍ୟ କୌଣସି ଧାର୍ମିକ ଗୁରୁ ଓ ପୂର୍ବପୁରୁଷ ମାନଙ୍କ ଫଟୋ ଲଗାଇବେ ନାହିଁ । ଏହି ଭୁଲ କରିବା ଦ୍ଵାରା ଘରେ ନକରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ । ଯାହାଫଳରେ ଆପଣଙ୍କ ଘରେ କଳହ ଆଦି ସମସ୍ଯା ଲାଗି ରହିପାରେ । ତେଣୁ ବନ୍ଧୁଗଣ ଏହି ଭୁଲ କରନ୍ତୁ ନାହିଁ ।

୩. ବନ୍ଧୁଗଣ ଯେଉଁ ଘରର ସିଡି ବା ପାହାଚ ତଳେ ପୂଜା ଘର ତିଆରି ହୋଇଥାଏ ସେହି ଘର ସଂପୂର୍ଣ୍ଣ ବର୍ବାଦ ହୋଇଯାଇଥାଏ । ବନ୍ଧୁଗଣ ଘରର ଏହି ସ୍ଥାନରେ ପୂଜା ଘର ବନେଇବା ଦ୍ଵାରା ଦେବୀ ଦେବତା ମାନଙ୍କର ଅପମାନ ହୋଇଥାଏ । ଯାହାଫଳରେ ଦେବୀ ଦେବତା ମାନେ ଶି ଘରେ ରୁହନ୍ତି ନାହିଁ । ଏହି ଘରେ ସବୁବେଳେ କଳହ ଲାଗିରହିଥାଏ ଏବଂ ଏହି ଘରର ଲୋକମାନେ ଆଜୀବନ ଦରିଦ୍ରତା ଭୋଗ କରିଥାନ୍ତି । ତା ହେଲେ ବନ୍ଧୁଗଣ ଏହି ସବୁ ଭୁଲ ଗୁଡିକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ନଚେତ ଆପଣ କାଙ୍ଗାଳ ହୋଇଯିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ବାସ୍ତୁ ଟିପ୍ସ ନିଶ୍ଚୟ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *