ଭାଇରାଲ ହେଲା ଓଡିଆ ସିଙ୍ଗର Tapu Mishra ଙ୍କ ଶେଷ ବାର୍ତ୍ତା, କହିଥିଲେ କିଛି ଏମିତି କଥା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ କାଲି ରାତି ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ମୃ-ତ୍ୟୁ ପୂର୍ବ ରୁ ସେ ତାଙ୍କ ଶେଷ ଭିଡିଓ ରେ କଣ ସବୁ କହିଥିଲେ ଆସନ୍ତୁ ସେ ବିଷୟ ରେ ଜାଣିବା ।


ତପୁ ମିଶ୍ର ଙ୍କ କରୋନା ରେ ମୃ-ତ୍ୟୁ ପୂର୍ବ ରୁ ସେ ଲାଇଭ ଆସି କିଛି କଥା କହିଥିଲେ । ବର୍ତ୍ତମାନ ତାଙ୍କର ଏହି ଭିଡିଓ ଟି ବହୁତ ଭାଇରାଲ ହେବାକୁ ଲାଗିଛି । ତପୁ ମିଶ୍ର ପ୍ରଥମେ ଲାଇଭ ଆସି ନିଜର ସମସ୍ତ ଫ୍ୟାନ ମାନଙ୍କୁ ନମସ୍କାର କହି ନିଜର କଥା ଆରମ୍ଭ କରିଥିଲେ । ଖାସ କରି ସେ ଏହି ଭିଡିଓ ରେ କରୋନା ଯେଉଁ ପରି ଭାବରେ ଦିନ କୁ ଦିନ ବଢି ଚାଲିଛି ସେ ବିଷୟ ରେ କହିଥିଲେ ।

ସେ କହିଥିଲେ ଭାରତ ରେ ବର୍ତ୍ତମାନ କରୋନା ର ସଂକ୍ରମଣ ଯେପରି ଭାବରେ ଦ୍ରୁତ ଗତି ରେ ବଢି ଚାଲିଛି ଏହି ପରି ସମୟ ରେ ଆମେ ପରସ୍ପର ର ସାଥ ଦେବା ଦରକାର । ଖାସ କରି ଯେଉଁ ମାନେ ଆମକୁ ବାହାରେ ସୁରକ୍ଷା ପ୍ରଦାନ କରୁଛନ୍ତି ସେମାନଙ୍କୁ ଅଧିକ କୃତଜ୍ଞତା ଦେବା ଦରକାର । ପୋଲିସ ବିଭାଗ,ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ମାନଙ୍କୁ ଆମେ ଧନ୍ୟବାଦ ଦେବା ଆବଶ୍ୟକ ।

ଯେଉଁମାନେ ଆମ ପାଇଁ ଦିନ ରାତି ବାହାରେ ଖଟୁଛନ୍ତି ସେମାନଂକ ପାଇଁ ଆମକୁ ମଧ୍ୟ କିଛି କରିବା ଦରକାର । ଏହି ସମୟ ରେ ସରକାର ଯାହା କହୁଛନ୍ତି ଯେଉଁ ସବୁ ନିୟମ ଲାଗୁ କରୁଛନ୍ତି ତାହାକୁ ଆମେ ମାନିବା ଉଚିତ । ସେମାନେ ଆମ ଭଲ ପାଇଁ ହିଁ ସବୁ କହୁଛନ୍ତି । ବାହାରକୁ ବହୁତ କମ ଯାଆନ୍ତୁ ।

ଯଦି କୌଣସି ବେଶୀ ଆବଶ୍ୟକତା ଅଛି ତେବେ ଯାଇ ବାହାରକୁ ଯାଆନ୍ତୁ । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । ଘରେ ରହିବା ଦ୍ଵାରା ଆପଣ ସୁରକ୍ଷିତ ରହିପାରିବେ । ସ୍ୱ କହିଥିଲେ ମୁ ମଧ୍ୟ ଘରେ ଅଛି ଆପଣ ମଧ୍ୟ ଘରେ ରୁହନ୍ତୁ । ନିଶ୍ଚୟ ଦିନେ ଏହି ବିପଦ ସମ୍ପୂର୍ଣ୍ଣ ଭାବରେ ଟଳି ଯିବ ।

Leave a Reply

Your email address will not be published. Required fields are marked *