‘S’ ନାମର ବ୍ୟକ୍ତିଙ୍କ ପାଇଁ କିପରି ରହିବ ବର୍ଷ 2022 ? ଯଦି ଆପଣଙ୍କ ନାମ ବି ‘S’ ରୁ ଆରମ୍ଭ ହେଉଛି ତ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ, s’ ଇଂରାଜୀ ବର୍ଣ୍ଣମାଳା ର ୧୯ ତ୍ତମ ଅକ୍ଷର ଅଟେ । ଏହା ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ମିଳନରୁ ସୃଷ୍ଟି । ଏହି ଲେଟର ର ବ୍ୟକ୍ତି ମାନଙ୍କର ଜୀବନ ସୂର୍ଯ୍ୟ ଙ୍କ ଭଳି ବହୁତ ପ୍ରତିଭା ଶାଳି । ଏହି ବ୍ୟକ୍ତି ମାନେ ମୁଖ୍ୟତ ସମସ୍ତ କର୍ମକ୍ଷେତ୍ରରେ ଦକ୍ଷ ଅଟନ୍ତି । ଏମାନେ ସରଳ, ନିରୀହ, ଦୟାଳୁ, ଏବଂ ସ୍ଵଚ ହୃଦୟ ବିଶିଷ୍ଠ ବ୍ୟକ୍ତି ଅଟନ୍ତି । ଏମାନେ ସମସ୍ତ ଖୁସି କୁ ବଞ୍ଚାଇବା ପାଇଁ ଅଥବା ସମସ୍ତଙ୍କ ଦୁଖ ବୁଝିବା ନିମନ୍ତେ ନିଜକୁ ଜଳାଞ୍ଜଳି ଦେଇଥାନ୍ତି ।

ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ପ୍ରଭାବ ଶାଳି ବ୍ୟକ୍ତି ଙ୍କ କିଭଳି କରିବ ୨୦୨୨ ? ଏହି ନାମର ବ୍ୟକ୍ତି ମାନଙ୍କର ପୁରୁଣା ଅଟକିଥିବା କାର୍ଯ୍ୟ ଆରମ୍ଭ ହେବ । ଚାକିରି କରିଥିବା ବ୍ୟକ୍ତି ମାନଙ୍କର ପୁରୁଣା କଷ୍ଟ ସବୁ ଦୂର ହେବ । ଏହା ସହିତ ଆପଣ ମାନେ ଉନ୍ନତି ଦିଗରେ ଆଗେଇ ଚାଲିବେ ।

ବ୍ୟାପାର ବାଣିଜ୍ୟ ରେ ଭଲ ଆମଦାନୀ ହେବ । ୨୦୨୨ ରେ ଆପଣ ମାନଙ୍କୁ ଅନେକ କ୍ଷେତ୍ରରେ ଲାଭ ମିଳିବାକୁ ଯାଉଅଛି । ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟକ ପ୍ରତିଯୋଗୀତା ରେ ଆପଣ ପ୍ରଥମ ସ୍ଥାନ ଅଧିକାର କରିବେ । ମାତ୍ର ପରିସ୍ଥିତି ଅନୁଯାୟୀ କିଛି ଅସୁବିଧାର ସମୁଖୀନ ହୋଇ ପାରନ୍ତି । କିନ୍ତୁ ସମୟ ଅନୁଯାୟୀ ପରିସ୍ଥିତି ଆପଣଙ୍କ ଅନୁକୂଳରେ ରହିବ ।

ଆପଣଙ୍କ ପରିବାର ତଥା ସନ୍ତାନ ମାନଙ୍କ ପଛରେ ଅଧିକ ଖର୍ଚ୍ଚ ହେବ । ମାତ୍ର ପୁରୁଣା ତଥା ପୂର୍ବରୁ ଜମା କରିଥିବା ଟଙ୍କା ହେତୁ ଆପଣ ପରିସ୍ଥିତି ର ସମୁଖୀନ କରି ପାରିବେ । କିଛି ବ୍ୟକ୍ତି ମାନଙ୍କର ସ୍ଥାନ ପରିବର୍ତନ ର ଯୋଗ ରହିଅଛି । କୋର୍ଟ କଚେରୀ କାର୍ଯ୍ୟ ରେ ବହୁତ ଅପେକ୍ଷା ପରେ ସଫଳତା ମିଳିବ । ଏହି ବର୍ଷ ଶେଷ ବେଳକୁ ଆପଣଙ୍କ ସ୍ୱାସ୍ଥ୍ୟ ରେ ପ୍ରତିକୂଳ ଅବସ୍ଥା ରହିବ ।

ଆପଣଙ୍କ ସମ୍ପର୍କୀୟ ଆପଣଙ୍କ ସହଯୋଗ କରିବେ । ଆପଣଙ୍କର କିଛି ନୂଆ ସମ୍ପର୍କ ସ୍ଥାପନ ହେବ । ବେରୋଜଗାର ଲୋକ ମାନଙ୍କୁ ରୋଜଗାର ମିଳିବ । ନିଜର ନିକଟତର ଲୋକ ମାନଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ହୋଇପାରେ । ଆପଣଙ୍କ ପରିବାର ଲୋକେ କିନ୍ତୁ ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କ ସହଯୋଗ କରିବେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ କୋଳାହଳ ସମାପ୍ତ ହେବ ।

୨୦୨୨ ର ପ୍ରଥମ ତଥା ଶେଷ ସମୟ ବହୁତ ଶୁଭ ରହିବାକୁ ଯାଉଅଛି । ଆପଣଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ର ନିର୍ମାଣ ହୋଇପାରେ । ଭୌତିକ ସୁଖ ମିଳିବ । ଏବଂ ଆପଣଙ୍କର କିଛି ପୁରୁଣା ଇଛା ପୂରଣ ହେବା ଯୋଗୁଁ ଆପଣଙ୍କ ମନ ଚଳଚଞ୍ଚଳ ରହିବ । ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *