ଜାଣତରେ ହେଉ କି ଅଜାଣତରେ, ଏହି 5 ପାପ କରୁଥିବା ଲୋକ ସାରା ଜୀବନ ରୁହନ୍ତି ଦରିଦ୍ର ! କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ୧୮ ଟି ପୁରାଣ ଅଛି । ଏମାନଙ୍କ ମଧ୍ୟରେ ଶିବ ପୁରାଣ ଏକ ଏମିତି ପୁରାଣ ଅଟେ ଯେଉଁଥିରେ ମନ୍ୟୁଷ ଜୀବନକୁ ସୁଖକର ରଖିବା ପାଇଁ ବହୁତ ମନ୍ତ୍ର କୁହାଯାଇଛି । ଶିବ ପୁରାଣ ରେ ୫ ଟି ପାପ ର ବର୍ଣ୍ଣନା କରାଯାଇଛି । ଯାହା ମନ୍ୟୁଷ ଅଜାଣତ ରେ କରିଥାଏ ଏବଂ ଦଣ୍ଡ ମଧ୍ୟ ଭୋଗିଥାଏ । ଶିବ ପୁରାଣ ଅନୁସାରେ ମନ୍ୟୁଷ କୁ ଏମିତି ପାପ ଭୁଲରେ ବି କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଭଗବାନ ଶିବ କେବେବି ଆପଣଙ୍କ ଉପରେ କୃପା କରିନଥାନ୍ତି ।

ଲୋକମାନେ ଅଜାଣତ ରେ ଏହି ପାପକୁ କରି ଶିବଙ୍କ କୃପାରୁ ବଞ୍ଚିତ ହୋଇଥାନ୍ତି । କଳିଯୁଗ ରେ ସମସ୍ତେ ପାପ କରୁଥାନ୍ତି । ଯଦି ଆପଣ ଧର୍ମ ମାର୍ଗରେ ବିଶ୍ୱାସ ଓ ଆସ୍ଥା ରଖି ପୁରା ନିଷ୍ଠାର ସହ ଚାଲିଥାନ୍ତି, ତେବେ ଭଗବାନଙ୍କୁ ଆପଣ ଶୀଘ୍ର ପ୍ରାପ୍ତି କରି ପାରିବେ । ଆପଣ ଅନେକ ଉଚିତ କାମ କରି ମଧ୍ୟ ଫଳ ପାଇନଥାନ୍ତି ।

କାରଣ ଆପଣ ଅଜାଣତ ରେ ଏମିତି କିଛି ପାପ କରିଦିଅନ୍ତି ଯାହାଦ୍ଵାରା ପୁଣ୍ୟ କର୍ମର ସନ୍ତୁଳନ ମଧ୍ୟ ବିଗିଡି ଯାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ୫ ଟି ପାପ ବିଷୟରେ ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି ।

୧:- ମାନସିକ ପାପ, ଶିବ ପୁରାଣ ଅନୁସାରେ କଳିଯୁଗର ମଣିଷ ସବୁଦିନ ମାନସିକ ପାପ କରିଥାଏ । ମାନସିକ ପାପ ମାନେ ଆପଣ ନିଜ ମନ ଭିତରେ ଅନ୍ୟ ଜଣଙ୍କ ପ୍ରତି ଖରାପ ବିଚାର ଆଣିବା । ଏହା ଅନ୍ୟର ସ୍ତ୍ରୀଙ୍କ ବିଷୟରେ ଓ ଅନ୍ୟବ୍ୟକ୍ତିର ଉନ୍ନତି ଦେଖିକି ହେଉ କିମ୍ବା ଅନ୍ୟର ସୌନ୍ଦର୍ଯ୍ୟ ଦେଖିକି ମନରେ ଖରାପ ବିଚାର ଆଣିବା । ଇଶ୍ଵରଙ୍କ ପାଖରେ ସେହି ବ୍ୟକ୍ତିର ଖରାପ ବିଷୟରେ ପ୍ରାର୍ଥନା କରିବା ମହାପାପ ହୋଇଥାଏ ।

୨:- ଖରାପ ଭାଷା କହିବା, ଶିବ ପୁରାଣ ଅନୁସାରେ ମୁଖରୁ କଟୁର କଥା କହିବା କିମ୍ବା କାହାକୁ ଖରାପ ଭାଷାରେ ଗାଳିଦେବା ବହୁତ ବଡ଼ ପାପ ହୋଇଥାଏ । ମୁଁହରୁ ସର୍ବଦା ମିଠା କଥା କହିବା ଉଚିତ ହୋଇଥାଏ । ଯେଉଁ ଲୋକ ମିଛ କହିଥାଏ ଓ କଟୁର ଶବ୍ଦ ରେ ଅନ୍ୟର ଅପମାନ କରିଥାଏ । ଏମିତି ଲୋକ ସବୁବେଳେ ଦାରିଦ୍ର୍ୟ ହୋଇ ରହିଥାଏ ।

୩:- ଶାରିରୀକ ପାପ, ଶିବ ପୁରାଣ ଅନୁସାରେ ପ୍ରକୃତିକୁ ଇଶ୍ୱରୀୟ ରୂପ ମନା ଯାଇଛି । ପ୍ରକୃତିକୁ ହାନି ପହଁଞ୍ଚାଇବା ପାପ ହୋଇଥାଏ । ଗଛ ଲତା କଟିବା, ପଶୁ ପକ୍ଷୀଙ୍କୁ ହ-ତ୍ୟା କରିବା, ଏହିସବୁ ଶାରିରୀକ ଶ୍ରେଣୀରେ ଆସିଥାଏ ।

୪:- ନିନ୍ଦା କରିବା, ଶିବ ପୁରାଣ ଅନୁସାରେ କଳିଯୁଗର ସବୁଠୁ ଭୟଙ୍କର ପାପ ମଧ୍ୟରେ ଏହା ଏକ ଅଟେ । ମନ୍ୟୁଷକୁ ଭୁଲରେ ବି କାହାର ନିନ୍ଦା କରିବା ଉଚିତ ନୁହେଁ । ନିନ୍ଦା କରିବା ପୂର୍ବରୁ ଏହା ଚିନ୍ତା କରିବା ଉଚିତ ହୋଇଥାଏ କି ସାମ୍ନା ବ୍ୟକ୍ତି ନିନ୍ଦାର ପାତ୍ର ଅଟନ୍ତି କି ନାହିଁ । ଗୁରୁଜନ ମାନଙ୍କର ନିନ୍ଦା କରିବା ମହାପାପ ଅଟେ ।

୫:- ଖରାପ ଲୋକଙ୍କ ସମ୍ପର୍କରେ ଆସିବା, ଶିବ ପୁରାଣ ଅନୁସାରେ ଚୋରି କରିବା ଓ ହତ୍ୟା କରିବା ପାପ ହୋଇଥାଏ । ଏହି ଲୋକମାନଙ୍କର କାମରେ ସହାୟତା କରିବା ମଧ୍ୟ ପାପ ହୋଇଥାଏ । ତେଣୁ ମନ୍ୟୁଷ ଏମିତି ଲୋକଙ୍କ ସଂସ୍ପର୍ଶରେ ଆସିବା ଉଚିତ ନୁହେଁ । ଏମାନଙ୍କଠୁ ଦୂରେଇ ରୁହନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *