Samudrika Shastra- ଯେଉଁ ସ୍ତ୍ରୀଙ୍କ ଶରୀରର ଏହି 5 ଟି ଅଙ୍ଗରେ ଥାଏ କଳାଜାଇ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ହୋଇଥାନ୍ତି ମା’ ଲକ୍ଷ୍ମୀଙ୍କ ରୂପ

ବନ୍ଧୁଗଣ, ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ଵ ରହିଛି । ମନ୍ୟୁଷର ଗଢ଼ଣରୁ ଆକାର ରୁ ବହୁତ କିଛି କୁହାଯାଇପାରେ । ଶରୀରର ଅଲଗା ଅଲଗା ଅଙ୍ଗରୁ ଯେକୌଣସି ବ୍ୟକ୍ତିର ଆର୍ଥିକ ଓ ସାମାଜିକ ସ୍ଥିତି ର ଅନୁମାନ ମଧ୍ୟ କରାଯାଇଥାଏ । ମନ୍ୟୁଷ ଶରୀରରେ କଳାଯାଇ ଥିବା ଏକ ସାମାନ୍ୟ କଥା ଅଟେ । କିଛି କଳାଯାଇ ଜନ୍ମରୁ ଥାଏ ଓ ଆଉ କିଛି ସମୟ ଅନୁସାରେ ଆସିଥାଏ ଏବଂ ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରରେ କଳାଜାଇ ର ଅଲଗା ଅଲଗା ମହତ୍ତ୍ଵ ଅଛି ।

ସାଧାରଣତଃ କଳାଜାଇ କଳା ରଙ୍ଗର ହୋଇଥାଏ କିନ୍ତୁ କିଛି କଳାଜାଇ ମାଟିଆ ଓ ଲାଲି ରଙ୍ଗର ହୋଇଥାଏ । ଏହି କଳାଜାଇ ମାଧ୍ୟମରେ ଆପଣ ନିଜ ଜୀବନ ବିଷୟରେ ବହୁତ କିଛି ଜାଣିପାରିବେ । ତେବେ ଆସନ୍ତୁ ଏହି ସମ୍ପର୍କରେ ବିସ୍ତାର ଭାବେ ଜାଣିବା ।

୧:- ଦୁଇ ଆଇବ୍ରୋ ମଝିରେ କଳାଜାଇ । ଏହି ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ବଳରେ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଡାହାଣ ଆଇବ୍ରୋ ଉପରେ କଳାଜାଇ ଥିଲେ ସୁଖୀ ଜୀବନର ସଂକେତ ଦେଇଥାଏ । ଏବଂ ବାମପଟ ଆଇବ୍ରୋ ଉପରେ କଳାଜାଇ ଥିଲେ ଅଶୁଭ ମନା ଯାଇଥାଏ । ଏମିତି ବ୍ୟକ୍ତିଙ୍କୁ ଜୀବନରେ ସବୁବେଳେ ନିରାଶା ର ସାମ୍ନା କରିବାକୁ ପଡ଼ିଥାଏ ।

୨:- ମଥାରେ କଳାଜାଇ, ମଥାରେ କଳାଜାଇ ରହିବା ମନ୍ୟୁଷକୁ ଭାଗ୍ୟବାନ କରାଇଥାଏ । ଏବଂ ଓଠରେ କଳାଜାଇ ରହିବା କାମନା ର ପ୍ରତୀକ ହୋଇଥାଏ । ଯଦି କଳାଜାଇ ସ୍ତ୍ରୀ ଲୋକମାନଙ୍କର ବାମ ପଟେ ଏବଂ ପୁରୁଷ ମାନଙ୍କର ଡାହାଣ ପଟେ ରହିଥାଏ, ତେବେ ଏହା ଶୁଭ ମାନା ଯାଇଥାଏ ।

୩:- ବାମପଟ ଗାଲ ଏବଂ ନାକରେ କଳାଜାଇ, ମହିଳା ମାନଙ୍କର ବାମ ଗାଲରେ କଳାଜାଇ ରହିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନଙ୍କୁ ବହୁତ ଭଲ ସନ୍ତାନ ପ୍ରାପ୍ତି ହୋଇଥାଏ । ବାମ ନାକରେ କଳାଜାଇ ଅଶୁଭ ହୋଇଥାଏ । କିନ୍ତୁ ଡାହାଣ ନାକରେ କଳାଜାଇ ଅଳ୍ପ ପରିଶ୍ରମରେ ଅଧିକ ସଫଳତା ଦେଇଥାଏ । ଥୋଡି ରେ କଳାଜାଇ ରହିବା ମଧ୍ୟ ଶୁଭ ହୋଇଥାଏ ।

୪:- ଆଖିର ଆଖପାଖରେ କଳାଜାଇ, ଡାହାଣ ଆଖି ପାଖରେ କଳାଜାଇ ରହିଲେ ବ୍ୟକ୍ତି କାମୁକ ସ୍ୱଭାବର ହୋଇଥାନ୍ତି । ଏବଂ ବାମ ଆଖି ପାଖରେ କଳାଜାଇ ରହିଲେ ଏମାନଙ୍କର ବୁଦ୍ଧି ବହୁତ ପ୍ରଖର ହୋଇଥାଏ । ଏମାନେ ସବୁ ଅସୁବିଧାର ସାମ୍ନା କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଥାନ୍ତି ।

୫:- ହାତର ପାପୁଲିରେ କଳାଜାଇ, ଯଦି ଆପଣଙ୍କ ପାପୁଲିର ମଝିରେ କଳାଜାଇ ଅଛି ତେବେ ଆପଣଙ୍କୁ ଧନ ମିଳିବାର ସଂକେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନ୍ୟୁଷ ଶରୀରରେ ୧୨ ରୁ ଅଧିକ କଳାଜାଇ ରହିଲେ ଏହାକୁ ଶୁଭ ମାନା ଯାଇନଥାଏ । ଏବଂ ମଣିଷ ଶରୀରରେ ଥିବା ଏହି କଳାଜାଇ ପୂର୍ବ ଜନ୍ମର ଘା ଓ ଖଣ୍ଡିଆ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *