ବହୁ ପରିଶ୍ରମ କରି ସୁଦ୍ଧା ବାରମ୍ବାର କାର୍ଯ୍ୟରେ ଅସଫଳ ହେଉଛନ୍ତି କି ! ଏହି ନିୟମର ପାଳନ କରନ୍ତୁ, ସବୁ କାର୍ଯ୍ୟରେ ସଫଳ ହେବେ Krishna Vani

କାହିଁକି ବହୁତ ପରିଶ୍ରମ ସତ୍ତ୍ୱେ ସଫଳତା ମିଳେ ନାହିଁ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ସମୟରେ ଅଧିକାଂଶ ଲୋକଙ୍କ ଧନ ସମ୍ବନ୍ଧିତ ସୁଖ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଛି । ତଥାପି ବହୁତ କମ ଲୋକ ବହୁତ ପରିଶ୍ରମ କରି ସାରିଲା ପରେ ମଧ୍ୟ ନିଜର ପରିଶ୍ରମର ଫଳ ପାଆନ୍ତି ନାହିଁ । ଏପରି କାହିଁକି ହୁଏ ନା ସେହି ବ୍ୟକ୍ତି ଯେଉଁ ପରିଶ୍ରମ କରୁଛି ସେହି ପରିଶ୍ରମ ସେହି କାମ କୁ ଆଧାର କରି ନା ଆଉକିଛି, ତେଣୁ ସେମାନେ ଆବଶ୍ୟକ ଅନୁଯାୟୀ ଫଳ ପାଇପରନ୍ତି ନାହିଁ ।

ବ୍ୟକ୍ତି କୁ କିଛି କାମ ରେ ସଫଳତା ମିଳିଥାଏ । ଏବଂ କିଛି କାମରେ ଅସଫଳତା ମଧ୍ୟ ମିଳିଥାଏ । ମାନେ ନାହିଁ କି ସବୁ କାମରେ ସଫଳତା ମିଳିଯିବ । କାରଣ ଅସଫଳତା ହି ହେଉଛି ସଫଳତାର ଚାବିକାଠି । ଅସଫଳତା ଯେଉଁ ରୁପରେ ଆସିଥାଏ ସଫଳତା ତାର ଦ୍ଵିଗୁଣ ହୋଇ ଆସିଥାଏ । ତେଣୁ ଅସଫଳ ହୋଇ କଦାପି ହରିଜାଅ ନାହିଁ । ଅପେକ୍ଷା କର କାରଣ ଅପେକ୍ଷା ର ଫଳ ସର୍ବଦା ମିଠା ହୋଇଥାଏ ।

ନୀତି କୁ ଧ୍ୟାନ ରେ ରଖିଲେ ଆପଣଙ୍କୁ ଅଧିକ ସଫଳତା ମିଳିପାରିବ । ଉଚିତ ମାର୍ଗର ଆଦର୍ଶ ରେ ସଫଳତା ପାଦ ଛୁଇଁଥାଏ । ଚାଣକ୍ୟ କହନ୍ତି ସେହିବ୍ୟକ୍ତି ସର୍ବଦା ଖୁସି ଅଟନ୍ତି ଯିଏ କି ଏହି ସମସ୍ତ ପ୍ରଶ୍ନ ର ଉତ୍ତର କଣିଛନ୍ତି । ବୁଝିପାରିବା ଲୋକ ଜାଣିଥାଏ କି ବର୍ତ୍ତମାନ କିପରି ସମୟ ଚାଲିଛି । ଏବେ ସୁଖ ର ଦିନ ନା ଦୁଃଖର ଦିନ । ଏହି ଆଧାର ରେ ସେ କାର୍ଯ୍ୟ କରିଥାଏ । ଯଦି ସୁଖର ଦିନ ତ ଭଲ କାର୍ଯ୍ୟ କରିଥାଏ । ଆଉ ଯଦି ଦୁଃଖର ଦିନ ସେ ଭଲ କାର୍ଯ୍ୟ କରିବା ସହିତ ଧର୍ଜ୍ୟ ମଧ୍ୟ ରଖିଥାଏ ।

ଏହା ଆମକୁ ଜଣା ଥିବା ଦରକାର ଯେ ଆମର ଶତ୍ରୁ କିଏ ଆଉ ଶତ୍ରୁ ରୂପରେ ମିତ୍ର କିଏ । ଶତ୍ରୁକୁ ତା ଆମେ ଜାଣିଥାଉ ଏଣୁ ତା ଠାରୁ ଆମେ ବଂଚିକି କାମ କରିଥାଉ । ମାତ୍ର ଯଦି ମିତ୍ର ଭିତରେ ଶତ୍ରୁ ଥାଏ ତାହେଲେ ଆମର ସବୁକିଛି ବର୍ବାଦ ହେଇଯାଇଥାଏ । ତେଣୁକରି ନିଜର ଗୁପ୍ତ କଥା କୁ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ । ସେ ସତୃ ହେଇଥାଉ ଅଥବା ମିତ୍ର । ତେଣୁ ସର୍ବଦା ଜଗି ରଖି କାମ କରିବା ଉଚିତ । ଏପରି ଲୋକଙ୍କୁ ଚିନ୍ହି ନପାରିଲେ ସମସ୍ତ କାର୍ଯ୍ୟ ରେ ଅସଫଳତା ହିଁ ମିଳିଥାଏ ।

ଏହା ସହିତ ଏକଥା କୁ ମଧ୍ୟ ଧ୍ୟାନ ରଖନ୍ତୁ ଯେ ପ୍ରକୃତ ମିତ୍ର କିଏ, କାରଣ ପ୍ରକୃତ ମିତ୍ର ସହାୟତାରେ ହି ସଫଳତା ହିଁ ମିଳିଥାଏ । ଯଦି ଭୁଲରେ ମିତ୍ର ହୋଇଥିବା ଶତ୍ରୁ ଠାରୁ ସାହାଯ୍ୟ ନେବା ତାହାଲେ ନିଜର କାମ ସବୁ ପାଣିଫୋଟକା ଭଳି ଫାଟିଯିବ । ଦେଶ କିପରି ଅଟେ, ତାର ପରିବେଶ କିପରି ଅଟେ, ସେଠାକାର ଲୋକମାନେ କିଭଳି ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେଇ ସେଠାରେ ଚାଲିବା ଆବଶ୍ୟକ । ସଫଳ ବ୍ୟକ୍ତି ସିଏ ଯିଏ ନିଜର ଆୟ, ବ୍ୟୟ ର ହିସାବ ଠିକ ଭାବରେ କରିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *