Jyotish Shastra- ଆପଣଙ୍କର ବା ଆପଣଙ୍କ ସମ୍ପର୍କୀୟଙ୍କ ନାମ “S” ରୁ ଆରମ୍ଭ ହେଉଛି କି ? ତ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ଇଂରାଜୀ ବର୍ଣ୍ଣର ୧୯ତମ ଅକ୍ଷର ହେଉଛି “S” । ଏହି ନାମର ବ୍ୟକ୍ତିଙ୍କ ପାଖେ ପୁସ୍ତକ ଜ୍ଞାନ ଥିବା ସହ ବ୍ୟବହାରିକ ଜ୍ଞାନରେ ମଧ୍ୟ ଏମାନେ ନିପୁଣ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ଏମାନଙ୍କ କଥାବାର୍ତ୍ତାରେ ହିଁ ଅନ୍ୟ ଲୋକ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାନ୍ତି ।

ଏମାନେ ଯେଉଁ ଠାରୁ ଯାହା ବି ଜ୍ଞାନ ମିଳିଥାଏ ତାହା ହାସଲ କରିବାକୁ ଚେଷ୍ଟା କରିଥାନ୍ତି । ସେଥିପାଇଁ ଏହି ନାମର ବ୍ୟକ୍ତିମାନେ ଖୁବ ପ୍ରତିଭାଶାଳୀ ହୋଇଥାନ୍ତି । ଆସନ୍ତୁ ଏହି ଲୋକଙ୍କ ବିଷୟରେ ଆହୁରି କିଛି ଜାଣିବା । “S” ନାମର ଲୋକମାନଙ୍କ ହୃଦୟ ବହୁତ ସଫା ହୋଇଥାଏ, ମାତ୍ର ଏମାନଙ୍କ କ୍ରୋଧ ହିଁ ଏମାନଙ୍କୁ ଅନ୍ୟ ଲୋକଙ୍କ ଆଗରେ ଖରାପ ବନେଇ ଦିଏ । ସତ୍ୟତା ଓ ନିଜ ସିଦ୍ଧାନ୍ତ ପାଇଁ ଏମାନେ କାହା ସହ ମଧ୍ୟ ଟକ୍କର ଦେବାକୁ ଭୟ କରନ୍ତି ନାହିଁ ।

ଏମାନେ ସବୁବେଳେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଓ ନେତୃତ୍ଵ ନେବାକୁ ଇଚ୍ଛା ରଖିଥାନ୍ତି । ସାମାଜିକ ଜୀବନରେ ଏମାନେ ବହୁତ ମିଶୁକ ଓ ହସମୁଖ ସ୍ଵଭାବର ହୋଇଥାନ୍ତି । ଏମାନେ ଯେକୌଣସି ଜନ୍ମଦିନ ହେଉ ବା ପାର୍ଟି ଆଦି ଉତ୍ସବ ଗୁଡିକର ଖୁବ ଭଲ ଭାବେ ଆନନ୍ଦ ଉଠାନ୍ତି । ଏହି ନାମର ଲୋକମାନେ ବହୁତ ରଚନାତ୍ମକ ସ୍ଵଭାବର ହୋଇଥାନ୍ତି ଓ ସମସ୍ତ ପ୍ରକାର କାର୍ଯ୍ୟକୁ ନିଜ ଅନ୍ଦାଜରେ ବା ଅଲଗା ଶୈଳୀରେ କରିବାକୁ ଏମାନେ ଖୁବ ପସନ୍ଦ କରନ୍ତି ।

ଏମାନେ ଭିଡ ସହିତ ତାଳ ଦେଇ ଚଳିବାକୁ ବିଲକୁଲ ମଧ୍ୟ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ବୁଦ୍ଧିରେ ସମସ୍ତ ପ୍ରକାର ସମସ୍ଯା ଓ ଅଭାବ ପୂର୍ଣ୍ଣ କରି ନିଅନ୍ତି । ଏମାନେ ହୃଦୟରୁ ବିଲକୁଲ ମଧ୍ୟ ଖରାପ ନୁହନ୍ତି । ମାତ୍ର କେବେ କେବେ ତାଙ୍କ କଥା ଲୋକଙ୍କ ଆଗରେ ତାଙ୍କୁ ଖରାପ କରି ଦେଇଥାଏ । ପ୍ରେମ ମାମଲାରେ ଏମାନେ ବହୁତ ଲାଜକୁଳା ।

ଏହି ବିଷୟରେ ଏମାନେ ବହୁତ କିଛି ଚିନ୍ତା କରନ୍ତି, ମାତ୍ର ଏମାନଙ୍କୁ କିଛି କହି ଆସେ ନାହିଁ । ମାତ୍ର ଅଧିକ ପ୍ରେମ ଆସିଲେ ଏମାନେ ଲାଜ ଛାଡି କହି ପକାନ୍ତି । ଏହି ନାମର ମହିଳାଙ୍କୁ ବିବାହ ପରେ ସାମାନ୍ଯ ସମସ୍ଯାର ସାମନା କରିବାକୁ ପଡିପାରେ । ମାତ୍ର ପୁରୁଷମାନଙ୍କ ବୈବାହିକ ଜୀବନ ଖୁବ ସୁଖମୟ ହୋଇଥାଏ ।

ଏମାନେ ଯାହାକୁ ପ୍ରେମ କରନ୍ତି ସଂପୂର୍ଣ୍ଣ ହୃଦୟ ସହ ନିଜର କରନ୍ତି ଓ ଏମାନେ ବହୁତ ପରିଶ୍ରମୀ ହୋଇଥିବାରୁ ସେମାନଙ୍କୁ ସମସ୍ତ ଭୌତିକ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଜୀବନରେ କେବେ କେବେ ସଠିକ ନିର୍ଣ୍ଣୟ ନା ନେଇ ପାରିବ ହେତୁ ଏମାନେ କେତେକ ସମସ୍ୟାର ସମୁଖୀନ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ମାନେ ନିଜ ମିତ୍ରମାନଙ୍କ ପ୍ରତି ସର୍ବଦା ବିଶ୍ଵସ୍ତ ରହିଥାନ୍ତି । ଏହି ପ୍ରକାର ହୋଇଥାନ୍ତି “S” ନାମର ଲୋକମାନେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *