ଋତୁସ୍ରାବ ବା Periods ରେ ଅନିୟମିତତା କାହିଁକି ହୁଏ ? Dr Chinmayee Kar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିରିଅଡ୍ ଏକ ମାସିକ ଋତୁସ୍ରାବ ପ୍ରକ୍ରିୟା ହୋଇଥାଏ । ଯେତେବେଳେ ଗୋଟିଏ ଝିଅ ମାଚ୍ୟୁରୀଟି ପାଇଥାଏ । ତାର ଶରୀରରେ କିଛି ହର୍ମୋନାଲ ପରିବର୍ତ୍ତନ ଆସିଥାଏ । ତାପରେ ତାହାର ମାସିକ ଋତୁସ୍ରାବ ବା ପିରିଅଡ୍ ଆରମ୍ଭ ହୋଇଥାଏ । ପିରିଅଡ୍ ହେବା ପରେ ମଧ୍ୟ ମସ୍ତିସ୍କରେ ଥିବା ପିଟୁଟାରୀ ଗ୍ଲାଣ୍ଡ ଓ ହାଇପୋଥାଲାମସ ଗ୍ଲାଣ୍ଡ ଠିକ ଭାବରେ କାର୍ଯ୍ୟକାରୀ ହୋଇଲେ । ହର୍ମୋନାଲ ବାଲାନ୍ସ ଠିକ ରହିଥାଏ ।

ଯାହା ଦ୍ଵାରା ପିରିଅଡ୍ ଠିକ ସମୟରେ ମାସକୁ ମାସ ରେଗୁଲାର ହୋଇଥାଏ । ଯଦି ଜୀବନଶୈଳୀ ପାଇଁ ହର୍ମୋନାଲ ଅସନ୍ତୁଳିତ ହୋଇଥାଏ । ତେବେ ପିରିଅଡ୍ ରେଗୁଲାର ହୋଇପାରି ନଥାଏ । ଯେପରି ଠିକ ଭାବରେ ଖିଆପିଆ ନକରିବା, ରାତି ଅନିଦ୍ରା ହେବା, ଏକ୍ଷସରସାଇଜ ନକରିବା, ଅଧିକ ଷ୍ଟ୍ରେସ ନେଲେ  ଏହିପରି ଅନେକ କାରଣ ଯୋଗୁ ହରମୋନ ଅସନ୍ତୁଳିତ ହେବେ ।

ପିରିଅଡ୍ ହେବାର ଅନିୟମିତତା ଦେଖା ଯାଇଥାଏ । ଯେତେବେଳେ ପ୍ରଥମ କରି ଗୋଟିଏ ଝିଅର ପିରିଅଡ୍ ଆରମ୍ଭ ହୋଇଥାଏ । ସେତେବେଳେ ତାର ମସ୍ତିସ୍କରେ ଥିବା ପିଟୁଟାରୀ ଗ୍ଲାଣ୍ଡ ଓ ହାଇପୋଥାଲାମସ ଠିକ ଭାବରେ ଡେଭଲୋପ କରିନଥାଏ । ସେହି କ୍ଷେତ୍ରରେ ଦେଖିବାକୁ ଗଲେ ନୂଆ ନୂଆ ପିରିଅଡ୍ ହେଉଥିବା ସମୟରେ ବା ପ୍ରାୟତଃ ୧୨ ରୁ ୨୦ ବର୍ଷ ବୟସର ଝିଅଙ୍କ ଠାରେ ପିରିଅଡ୍ ଅନିୟମିତ ହେବାର ଅଧିକ ସମ୍ଭାବନା ରହିଥାଏ ।

ପିରିଅଡ୍ ରେଗୁଲାର ନୋଇବା ଦ୍ଵାରା ବହୁତ ବିଳମ୍ବରେ ପିରିଅଡ୍ ହୋଇଥାଏ କିମ୍ବା କେତେକଙ୍କ କ୍ଷେତ୍ରରେ ବହୁତ ଶୀଘ୍ର ମଧ୍ୟ ପିରିଅଡ୍ ହୋଇଯାଇଥାଏ । ଯେତେବେଳେ ମଧ୍ୟ ପିରିଅଡ୍ ହୋଇଥାଏ । ସେତେବେଳେ ଅଧିକ ମାତ୍ରାରେ ବ୍ଲିଣ୍ଡିଂ ହେବା ସହ ଶରୀରରେ ଅଧିକ ଥକାପଣ ଅନୁଭୂତ ହୋଇଥାଏ । ପେଟ କାଟିବା ମଧ୍ୟ ବହୁତ ଝିଅଙ୍କ ଠାରେ ପ୍ରକାଶ ପାଇଥାଏ ।

ଏହି ୧୨ ରୁ ୨୦ ବର୍ଷ ସମୟ ଅବଧି ମଧ୍ୟରେ ହେଉଥିବା ପିରିଅଡ୍ ର ଅନିୟମିତତା ଏତେ ମାତ୍ରାରେ ଗୁରୁତର ସମସ୍ଯା ହୋଇନଥାଏ । କାରଣ ବୟସ ବଢିବା ସହିତ ଶରୀରର ହାର୍ମୋନାଲ ବାଲାନ୍ସ ଠିକ ହୋଇଯାଇଥାଏ । ଯାହା ଦ୍ଵାରା ପିରିଅଡ୍ ସାଇକେଲ୍ ନିୟମିତ ଭାବେ କଣ୍ଟିନ୍ୟୁ ହୋଇଥାଏ । ତଥାପି ଏଥିପ୍ରତି ଅବହେଳା ନକରି ଡାକ୍ତରଙ୍କର ପରାମର୍ଶ ନେଇଯିବା ଉଚିତ ।

ଯାହା ଦ୍ଵାରା ଡାକ୍ତର ଏହାର ସଠିକ କାରଣକୁ ଅନୁଧ୍ୟାନ କରି ଚିକିତ୍ସା କରିପାରିବେ । ପିରିଅଡ୍ ସମୟରେ ଝିଅ ମାନେ ନିଜର ସଠିକ  ହାଇଜିନ ମେଣ୍ଟେନ କରି ରଖିବା ପାଇଁ ପଡିଥାଏ । ବିଶେଷ କରି ଭଯାଇନାଲ ଏରିଆରେ ସ୍ଵଚ୍ଛତା ରଖୀ ଇନଫେକସନ ନହେବା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ୪ ରୁ ୫ ଘଣ୍ଟା ମଧ୍ୟରେ ପାଡ୍ ଚେଞ୍ଜ କରିବାକୁ ପଡିବ ।

ଅଣ୍ଡରଗାରମେଣ୍ଟ୍ସ ଗୁଡିକୁ ପରିଷ୍କାର କରି ପିନ୍ଧିବାକୁ ପଡିବ । ନିଜ ଡାଏଟ ପ୍ରତି ଅଧିକ ସଚେତନ ହେବା ପାଇଁ ପଡିବ । ଏହା ସହିତ ଫିଜିକାଲ ଏକ୍ଷସରସାଇଜ ପ୍ରତି ଧ୍ୟାନ ଦେବା ପଡିବ । ଯାହା ଦ୍ଵାରା ପିରିଅଡ୍ ଜନିତ କୌଣସି ସମସ୍ଯା ଶରୀରରେ ଯେପରି ପ୍ରକାଶ ନପାଇବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *