ପାନ ପତ୍ର ଖାଇବାର ମଧ୍ୟ ରହିଛି ଅନେକ ଫାଇଦା ! ତେବେ ଜାଣନ୍ତୁ ପାନ ପତ୍ର ଖାଇବାର ଏହି ସବୁ ଫାଇଦା ବିଷୟରେ…

ପାନ ର ଉପକାରୀତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାନ ଏକ ଏପରି ଜିନିଷ ଯାହା ସବୁସ୍ଥାନରେ ଉପଲବ୍ଧ ଥାଏ । ଅତିଥି ମାନେ ଘରକୁ ଆସିଲେ ତାଙ୍କୁ ଖାଇସାରିବା ପରେ ପାନ ଦେବା ଆମର ଏକ ପରମ୍ପରା ରହିଛି । ଏହି ପାନ ଆଜିକାଲି ବଜାରରେ ଚାହିଦା ମଧ୍ୟ ରହିଛି । ପାନ ଚାଷ କରିବା ବହୁତ କଠିନ କାମ । ଏହିଚାଷ ପାଇଁ ବହୁତ ବାଉସର ଆବଶ୍ୟକ ହୋଇଥାଏ । ପାନ ଚାଷ ଏକ ଜାହି ତାହି ଚାଷନୁହେଁ । ଏହାକୁ ବହୁତ ସାବଧାନ ସହକାରେ କରାଯାଇଥାଏ । ନହେଲେ ଚାଷ କ୍ଷତି ହୋଇଥାଏ ।

ପାନଚାଷ ପାଇଁ ସୂର୍ଯ୍ୟକିରଣ ର କମ୍ ଆବଶ୍ୟକତା ପଡିଥାଏ । ଯଦି ପାନଚାଷ ସଫଳ ହୋଇଥାଏ ତାହାଲେ ଚାଷୀମାନେ ବହୁତ ଲାଭ ପାଇଥାନ୍ତି । ଏହିଚାଷ ରେ ବହୁତ ଯତ୍ନ ନେବାକୁ ପଡିଥାଏ । ଛୋଟ ପିଲାମାନେ ରଜରେ ଏହି ପାନ କୁ ଖୁସିରେ ଖାଇଥାନ୍ତି । ଏହି ପାନରେ କେତେକ ମସଲା ପକାଇ ଖିଆ ଯାଇଥାଏ । କେତେକ ମସଲା ଶରୀର ପାଇଁ ହାନିକାରକ ହୋଇଥିଲା ବେଳେ କେତେକ ମଧ୍ୟ କ୍ଷତିକାରକ ହୋଇଥାଏ ।

ଏହି ପାନପାତ୍ର ର ରସ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ପାନପତ୍ରରୁ ଏକ ପ୍ରକାରର ମାଉଥବାଶ ପ୍ରସ୍ତୁତ କରାଯାଇ ଥାଏ । ଏହି ପାନପତ୍ରକୁ ପାଣିରେ ପକାଇ ତାହାର ରସ ବାହାର କରା ଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ର ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ସେମାନେ ଏହାକୁ ଖାଇବା ପରେ ଖାଇଲେ ସେମାନଙ୍କର ପାଟିରୁ ଦୁର୍ଗନ୍ଧ ଦୂର ହୋଇଥାଏ ।

ଆଜିକାଲି ବଜାରରେ ପାନର ଚାହିଦା ବହୁତ ଭଲ ଅଛି । ଆଜିକାଲି ଯାହାକୁ ଦେଖିବ ତାର ପକଟିରେ ପାନ ଭଙ୍ଗା ହୋଇରହିଥିବ । ଏହି ଦୋକାନୀ ମାନେ ପାନ ଭାଙ୍ଗିବାକୁ ଭଲ ପାଇଥାନ୍ତି । ଦୋକାନୀ ମାନେ ବିଭିନ୍ନ ଢଙ୍ଗରେ ପାନ ଭାଙ୍ଗିଥାନ୍ତି । ଯାହାକି ସୁନ୍ଦର ଲାଗିଥାଏ । ପାନ ଭାଙ୍ଗିବାର ବିଭିନ୍ନ ପ୍ରଣାଳୀ ଅଛି ।

ଏହି ପାନରେ ପ୍ରଥମେ ଚୁନ ଲଗାଯାଇଥାଏ । ତାପରେ ଗୁଆ ପକା ଯାଇଥାଏ । ଏହା ପରେ ଖଇର ପକାଯାଇଥାଏ । ତାପରେ ମିଠା ମସଲା ପକା ଯାଇଥାଏ । ଏବଂ ଏହାପରେ ଗୁଜୁରାତି ପକାଯାଇ ସଭା ଶେଷରେ ମୋଡିକରି ଭଙ୍ଗା ଯାଇଥାଏ । ଗୁଜୁରାତି ପକାଇବା ଦ୍ୱାରା ପାନର ବାସ୍ନା ଜଣା ପଡ଼ିଥାଏ । ଏହାପରେ ପାନ ପତ୍ରକୁ ହଳଦରେ ଗୋଳାଇ ମୁହଁରେ ମାରିଲେ ମୁହଁର ଦାଗ ଦୂର ହୋଇଥାଏ । ଏହାକୁ ଅନେକ ଝିଅପିଲା ମାନେ ରାତିରେ ମୁହଁରେ ଲଗେଇକରି ଶୋଇଥାନ୍ତି ।

ସେହିପରି ପାନ ପତ୍ର ପାଣିରେ ମୁହଁଧୋଇଲେ ଏହା ବହୁତ କାମ ଦେଇଥାଏ । ପାନସିଝା ପାଣିକୁ ନଡ଼ିଆ ତେଲ ରେ ଲଗାଇ କେଶରେ ମାରିଲେ ଏହା କେଶଝଡ଼ିବା ପରି ସମସ୍ୟାରୁ ଦୂର କରିଥାଏ । ପାନ ଚୋବାଇବାକୁ ବହୁତ ବ୍ୟକ୍ତି ଭଲ ପାଇଥାନ୍ତି । ପାନର ଆହୁରି ଏକ ଭଲ ଗୁଣ ଯାହା ଛୋଟ ପିଲାଙ୍କ ପାଇଁ ବହୁତ ଆରାମ ଦାୟକ ହୋଇଥାଏ ।

ପାନକୁ ନଡ଼ିଆ ତେଲ ରେ ଛେଚି ଛୋଟପିଲାଙ୍କ ର କାନରେ ପକାଯାଇଥାଏ । କାନ ଯଦି ବିନ୍ଧୁଥିଲେ ଏହାକୁ ପକେଇଲେ ବହୁତ ଆରାମ ଦାୟକ ଲାଗିଥାଏ । ପାନକୁ କେବଳ ନୀତିଦିନ ଜୀବନରେ ବ୍ୟବହାର କରାଯାଏ ନାହିଁ । ଏହାକୁ ମଧ୍ୟ ବିଭିନ୍ନ ପୂଜାରେ ବ୍ୟବହାର କରାଯାଇଥାଏ ।


ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *