ପ୍ରକୃତ ସତ୍ୟର ଅର୍ଥ କ’ ଣ ! ଜୀବନର ଏହି ସବୁ ବିଶେଷ ପ୍ରକୃତ ସତ ବିଷୟରେ ଜାଣି ନିଅନ୍ତୁ…. Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାୟୀ ଏହା ହେଉଛି ଜୀବନର ଏବଂ ମଣିଷ ସମାଜର ପ୍ରକୃତ ସତ୍ୟ କଥା ଯାହାକି ଶୁଣିବାକୁ କଷ୍ଟ ଲାଗିଥାଏ । ଯିଏ ଆମକୁ ଏହା କହିଥାନ୍ତି କି ସେ ଆମକୁ ବହୁତ ଭଲ ପାଆନ୍ତି । ସବୁବେଳେ ସେହିଲୋକ ଆମ ହୃଦୟକୁ କଷ୍ଟ ଦେବାରେ କୌଣସି ରାଗ ସୁଝାଇବା ଛାଡ଼ନ୍ତିନି । ଯେଉଁ ମଣିଷକୁ ଆମେ ନିଜ ଠାରୁ ମଧ୍ୟ ଅଧିକ ଭରସା କରିଥାଉ ସେହି ମଣିଷ ଆମକୁ ମିଥ୍ୟା କହିବାକୁ ଟିକିଏ ହେଲେ ବି ପଛାନ୍ତି ନାହିଁ । କାରଣ ସେମାନେ ଆମସହିତ ଖେଳିଥାନ୍ତି ।

ଟିକିଏ ହେଲେ ମିଛ କହିବା ପ୍ରତି ଖରାପ ଲାଗେନାହିଁ । ହଜାରେ ସାଥି ହେବାସତ୍ୱେ ମଧ୍ୟ ଏଠାରେ ପ୍ରତେକ ମଣିଷ ଏକୁଟିଆ । କାରଣ ସେ ସାଥି ମାନେ ସେ ପର୍ଯ୍ୟନ୍ତ ସାଥିରେ ଥାଆନ୍ତି ଯେପର୍ଯ୍ୟନ୍ତ ଯାଇ ତାଙ୍କର ସ୍ୱାର୍ଥ ଆପଙ୍କ ପାଖରେ ରହିଥାଏ । ମାତ୍ର ତାଙ୍କର ଆପଣଙ୍କ ପାଖରୁ ସ୍ୱାର୍ଥ ତୁଟିଯାଇଥାଏ ଜେତବେଳେ କି ଆପଣଙ୍କ ପାଖରୁ ଟଙ୍କା ସରି ଯାଇଥାଏ । କାରଣ ହଜାରେ ସାଥି ପାଖରେ ଥାଇ ମଧ୍ୟ ବିପଦବେଳେ ପାଖରେ କେହିନଥାନ୍ତି ।

ଆଜିକାଲି କାହାର ଗୁଣ ଠାରୁ ଅଧିକ ତାର ରୂପ, ରଙ୍ଗ, ଓ କପଡାକୁ ଗୁରୁତ୍ୱ ଦିଆଯାଇଥାଏ । ମାତ୍ର ମନେ ରଖନ୍ତୁ ରୂପରଙ୍ଗ ଓ କପଡା ଗୋଟିଏ ଦିନ ଧୋକା ଦେଇଥାନ୍ତି ମାତ୍ର ଯଦି ଗୁଣ ପାଖରେ ଥାଏ ତାହାଲେ ସବୁ ନଥାଇ ମଧ୍ୟ ସବୁ ସୁନ୍ଦର ହୋଇଥାଏ । ତେଣୁକରି କୁହାଯାଇଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର । ସଦାସର୍ବଦା ଚରିତ୍ର ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ ।

ବ୍ୟକ୍ତିଟିର ଚରିତ୍ର ସୁନ୍ଦର ଥିଲେ ସେ ସବୁ ଜାଗାରେ ସମ୍ମାନ ପାଇଥାଏ । ଚେଷ୍ଟା କରନ୍ତୁ ସବୁବେଳେ ଭଲ ଗୁଣକୁ ପାଖରେ ଧରି ରଖିବାକୁ । ଯଦିଯିଏ ଆପଣଙ୍କୁ ଧୋକା ଦେଇଛି ହୁଏତ ଆପଣ ତାକୁ କ୍ଷମା କରିଥାନ୍ତି । କିନ୍ତୁ ପରବର୍ତୀ କାଳରେ ସେ ଫୁଣି ଆପଣଙ୍କୁ ଧୋକା ଦେଇଥାଏ ।

ଏଥିରେ କୌଣସି ବି ଭୁଲ ନଥାଏ । କାହିଁକି ନା ମଣିଷର ରୂପ ତ ବଦଳିଯାଇଥାଏ । କିନ୍ତୁ ତାର ସ୍ୱଭାବ କେବେବି ବଦଳି ନଥାଏ । ତେଣୁକାରି କୁହାଯାଇଛି ମଣିଷର ପାଞ୍ଚ ମନ ପଚିଶ ପ୍ରକୃତି । ଏହାକୁ ବଦଳାଇବା ମହାନ କଷ୍ଟ ହୋଇଥାଏ । ଯେଉଁ ମଣିଷ କୁ ଆମେ ପ୍ରେମପାଇଁ ନିଜର ସବୁ କିଛି ଦେଇଥାଉ । ମାତ୍ର ସେମାନେ ନିଜର ସବୁକିଛି ଲୁଟି ନେଇକରି, ଧୋକା ଦେଇ ଚାଲିଯାନ୍ତି ।

ହେଲେ ସେମାନେ ନିଜଟରଫରୁ କିଛିବି ପ୍ରେମ ଦେଇନଥାନ୍ତି । ଯଦି ଆପଣଙ୍କ ପାଖରେ ଧନ ସମ୍ପତ୍ତି ଅଛି ତ ଆପଣଙ୍କ ପାଖକୁ ସମସ୍ତେ ସାହାଯ୍ୟ ମାଗିବାକୁ ଆସନ୍ତି । ପରନ୍ତୁ ପରବର୍ତୀ ସମୟରେ ଯେତେବେଳେ ଆପଣଙ୍କ ପାଖରୁ ଧନ ସାରିଗଲେ କେହି ସାହାଯ୍ୟ କରିବାକୁ ଆସିନଥାଆନ୍ତି । ସେମାନେ ସାହାଯ୍ୟ କରିବାଟା ଦୁରକଥା ପାଖକୁବି ଆସନ୍ତି ନାହିଁ ।

ମିଛ ମଣିଷ ନିଜ କଥାକୁ ସତ୍ୟ ପ୍ରମାଣିତ କରିବା ପାଇଁ ନିଜର ବହୁତ ରାଣ ଖାଇଥାଏ । ଯେଉଁ ଲୋକ ସବୁବେଳେ ଚୁପ ରହି ସହି ନିଅନ୍ତି ସେମାନଙ୍କୁ ସବୁ ସ୍ଥାନରେ ଅପମାନିତ ହେବାକୁ ପଡିଥାଏ । ଯେଉଁ ମଣିଷ କେବେକାହାକୁ କିଛି ଦେଇନଥାଏ । ସେ କେବେ କାହାକୁ ମାଗିବାରେ ମଧ୍ୟ ଲଜ୍ୟା କରେ ନାହିଁ । ଏହାହିଁ ହେଉଛି ଜୀବନ ର ସତ୍ୟ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *