Chanakya Niti; – ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି କି ! ବିଦ୍ୟାର୍ଥୀ ମାନେ ଏହି ନୀତିକୁ ନିହାତି ଜାଣି ରଖିବା ଉଚିତ ! କାର୍ଯ୍ୟରେ ସଫଳତା ପାଇବେ…

ଶିକ୍ଷାର୍ଥୀ ମାନଙ୍କ ପାଇଁ ଚାଣକ୍ୟଙ୍କର କିଛି ନୀତିବାଣୀ, ଯାହା ଜାଣିବା ଦରକାର: ଆଚାରଃ କୁଳାମାଖାତି ଦେଶମାଖ୍ୟାତି ଭାଷଣମ୍ । ସଂଭ୍ରମଃ ସ୍ନେହମାଖ୍ୟାତି ବପୁରାଖ୍ୟାତି ଭୋଜନମ୍ । । ମଣିଷର କଥାବାର୍ତ୍ତା ତାର ପରିବାର ର ପରିଚୟ ଦେଇଥାଏ । ଏବଂ ପିଲାଟିର ବ୍ୟବହାର ତାର ବାପମାଙ୍କର ଆଦର୍ଶର ପରିଚୟ ଦେଇଥାଏ । ପିଲାଟିର ବ୍ୟବହାର ରୁ ଜଣାପଡି ଯାଇଥାଏ କି ପିଲାଟି କେଉଁ ପରିବାରରୁ ଆସିଛି ଏବଂ ତାର ବାପମା ପିଲାଟିକୁ କିଭଳି ସଂସ୍କାର ଦେଇଛନ୍ତି । ବାପମା ଠିକ ଆଦର୍ଶ ରେ ନିଜର ସନ୍ତାନ ମାନଙ୍କୁ ଗଢ଼ିଥାନ୍ତି,ମାତ୍ର ଗୋଟିଏ ଝିଅ ଅଥବା ପୁଅ ଯେଉଁଭଳି ଭାବରେ କଥା କହିଥାଏ ସେଥିରୁ ଜଣ ପଡିଯାଇକି ପିଲାଟି ତାର ବାପମାଙ୍କ ଠାରୁ କଣ ଶିଖିଛି । ଯଦି ବାପମାଙ୍କର ନାମକୁ ବଡକରି ପାରିବନି ତ କିଛି କଥାନାହିଁ ପରନ୍ତୁ କମସେକମ ତାଙ୍କର ନାମ କୁ ବଦନାମ କରନ୍ତୁ ନାହିଁ । 

ସ୍ୱଂୟ କର୍ମ କୋତ୍ୟାତ୍ମା ସ୍ୱୟଂ ତତ୍ ଫଳମୁଶ୍ୟତେ ।
ସ୍ୱୟଂ ଭ୍ରାତା ସଂସାରେ ସ୍ୱୟଂ ତସ୍ମତିମୁଚ୍ୟାତେ । ।

ମନୁଷ୍ୟ ନିଜେ ହିଁ କର୍ମ କରିଥାଏ ଏବଂ ନିଜେ ହିଁ ଫଳ ଭୋଗିଥାଏ । ତମେ ଆଜି ଯୋଉଠିବି ଅଛ ତୁମର କର୍ମ ପାଇଁ ସେଇଠି ହି ଅଛ । ମନୁଷ୍ୟ ର ସଫଳତା ଓ ଅସଫଳତା ପଛରେ ଅନ୍ୟ କାହାକୁ ଦୋଷ ନଦେଇ ନିଜର କର୍ମ ପ୍ରତି ଦୋଷ ଦେବା ଜରୁରୀ । କିଛି ଲୋକ କହିଥାନ୍ତି କି ଭାଇ ମୋତେ ତ ସୁଯୋଗ ମିଳିଲା ନାହିଁ । ଦେଖନ୍ତୁ ମଣିଷ ଜୀବନ ଫୁଲକୁଣ୍ଡ ଅଟେ । ଖରାକୁ ଯାଇପାରିଲା ନାହିଁ ତ ଝାଉଁଳି ପଡିବ । ହେଲେ କଣ ହେଲା ନିଜେ ଖରା ପାଖକୁ ଯିବାକୁ ପଡ଼ିବ ଓ ଛିଡାହେବାକୁ ପଡିବ ।

 

ବିଷାଦପ୍ୟମୃତଙ୍ଗ ଗ୍ରାହ୍ୟମମେଧ୍ୟାଦପି କାଂଚନମ୍ ।
ଅମ୍ରିତାଦପି ସଦୃଢଙ୍ଗ କାଳଦପି ସୁଭାସିତମ୍ । ।

ନିଚବ୍ୟକ୍ତି ଠାରୁ ମଧ୍ୟ ଶ୍ରେଷ୍ଠ ବିଦ୍ୟାଗ୍ରହଣ କରିବା ଉଚିତ । କେବେବି ଚିନ୍ତା କରନ୍ତୁ ନାହିଁ କି ଏତେ ଏତେ ଖରାପ ଲୋକ ତାଙ୍କ ଠାରୁ ମୁଁ କଣ ଶିଖିବି । ଯଦି ତା ପାଖରେ କିଛି ଭଲ ଗୁଣ ଥାଏ ତାହାକୁ ଶିଖିବା ଅତ୍ୟନ୍ତ ଜରୁରୀ ।

ଶୁତ୍ବା ଧର୍ମ ଦଯାନ୍ତି ଶୁତ୍ବା ତ୍ୟଜତି ଦୁର୍ମତିମ୍ ।
ଶୁତ୍ବା ଜ୍ଞାନମବାପନ୍ନତି ଶୁତ୍ବା ମୋକ୍ଷମବାପୁୟତ୍ । ।

ଯଦିଜଣେ ବକ୍ତା କିଛି କହୁଛି ତାକୁ ମଝିରେ କିଛିବି ପ୍ରଶ୍ନ କରନ୍ତୁ ନାହିଁ । ସେତେବେଳ ପର୍ଯ୍ୟନ୍ତ ଚୁପ ରୁହନ୍ତୁ ଯେତେବେଳ ଯାଇ ସେ ତାର ବକ୍ତବ୍ୟ ଶେଷ ନକରିଛି । ଆଉ ସେ ନକହିଛି ଯେପର୍ଯ୍ୟନ୍ତ ଆପଣ ମାନେ କିଛି ବୁଝିପାରିଲେ ନ ନାଇଁ । ତେଣୁ କରି ଏହା ଶୁଣିସାରିଲା ପରେ ଯାଇ ପ୍ରଶ୍ନ କରନ୍ତୁ । ବ୍ୟକ୍ତିଟିକୁ ମଝିରୁ ପ୍ରଶ୍ନ କଲେ ତାର ଭାବିବାର ଚିନ୍ତା ଶକ୍ତି ହରାଇବସି ଥାଏ । ତେଣୁ କରି ଜଣେ ଛାତ୍ର ର କହିବାଠାରୁ ଶୁଣିବା ଜରୁରୀ ଅଟେ ।

ଜଳବିନ୍ଦୁନିପାତେନ କ୍ରମଶଃ ପୂର୍ୟ୍ଯତେ ଘାଟହ ।
ସ ସେହୁ ସର୍ବବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ । ।

ପ୍ରତ୍ୟେକ ଦିନ ମାଠିଆ ରେ ଟୋପାଏ ଟୋପାଏ ଜଳ ପଡିବା ଦ୍ୱାରା ମାଠିଆ ପୁର୍ଣ ହୋଇଥାଏ । ପ୍ରତେକ ଦିନ ଅଳ୍ପ ଅଳ୍ପ ଶିଖିବାକୁ ଚେଷ୍ଟା କର । ଧୀରେ ଧୀରେ ଜ୍ଞାନ ହୋଇଯିବ । ପ୍ରତେକ ଦିନ କିଛି କିଛି ଭଲ କାମ କରିବାକୁ ଚେଷ୍ଟା କର । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *