କଣ ଆପଣ ପରିସ୍ରା କଣ୍ଟ୍ରୋଲ କରିପାରୁନାହାନ୍ତି କି ? ଜାଣନ୍ତୁ ଏମିତି କାହିଁକି ହୁଏ ଏହାର ନିରାକରଣ (Dr Pradeepta Kumar Panda)

ନମସ୍କାର ବନ୍ଧୁଗଣ, କିଛି ଲୋକ ନିଜର ପରିସ୍ରାକୁ ଅଳ୍ପ ସମୟ ପାଇଁ ହେଉ ପଛେ କଣ୍ଟ୍ରୋଲ କରିପାରନ୍ତି ପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଜାଗାରେ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ । କିନ୍ତୁ ଏହା ଦେହର ଏକ ରୋଗ ଅଟେ ଯାହାର ଚିକିତ୍ସା ମଧ୍ୟ ରହିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ପରିସ୍ରା କଣ୍ଟ୍ରୋଲ କରିପାରୁନଥିଲେ ଏହାର ଚିକିତ୍ସା କରିବେ ଏବଂ ଏହା ହେବା ପଛର କାରଣ ମଧ୍ୟ ଜାଣିବା ପାଇଁ ପାଇବେ ।

ଯଦି ଆପଣ କାଶିବା ଛିଙ୍କିବା ଦ୍ଵାରା ମଧ୍ୟ ଆପଣଙ୍କ ପରିସ୍ରା ହେଇଯାଉଥିବା ଅସୁବିଧାର ରହିଛି ତେବେ ପ୍ରଥମତଃ ମହିଳା ମାନଙ୍କ ପରିସ୍ରା ନଳୀ ବହୁତ ସାନ ଥାଏ । ଯେଉଁ ମଶଲ ପରିସ୍ରା ରୋକିବା ପାଇଁ କାମ କରିଥାଏ ସେହି ମଶଲଟି ଯେତେବେଳେ ଦୁର୍ବଳ ହୋଇଯାଏ ସେତେବଳେ ଏହିପରି ଭାବରେ ଆପଣକର ପରିସ୍ରା ଆପେ ଆପେ ହୋଇଯାଇଥାଏ ।

ଯଦି ଆପଣଙ୍କର କୌଣସି ସର୍ଜରୀ ଆଗରୁ ହୋଇଥାଏ ବା ବାରମ୍ବାରା ପିଲା ଜନ୍ମ କରନ୍ତି ତେବେ ଏହା ଫଳରେ ମଧ୍ୟ ସେହି ମଶଲଟି ଦୁର୍ବଳ ହୋଇଯାଇଥାଏ । ପରିସ୍ରା କଣ୍ଟ୍ରୋଲ ନ କରିବାର ଏକ ମୁଖ୍ୟ କାରଣ ହୋଇଥାଏ ୟୁରିନ ଇନଫେକସନ । ମହିଳା ମାନଙ୍କର ବୟସ ବଢିଯିବା ପରେ ପରିସ୍ରା ନଳୀଟି ଟାଇଟ ହୋଇଯାଏ । ଏହି କାରଣ ହେତୁ ପରିସ୍ରା କିଛି ପେଟରେ ରହିଥାଏ ଆଉ କିଛି କିଛି ବାରମ୍ବାର ବାହାରି ଥାଏ ।

ପରିସ୍ରା ଜନିତ ଏହି ସମସ୍ୟା ଯୁବ ଅବସ୍ତାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଠାରେ ମଧ୍ୟ ଦେଖା ଦେଇଥାଏ । ଯେଉଁ ମାନେ ଯୁବା ବୟସରେ ମ-ଅଦ ପିଇଥାନ୍ତି ଏବଂ ସିଗ-ଆରେଟ ଟାଣି ଥାନ୍ତି ସେହିମାନଙ୍କ ଠାରେ ଯୁବାବସ୍ତାରେ ଏହି ସମସ୍ୟା ଦେଖା ଦେଇଥାଏ । ବୟସ୍କ ବ୍ୟକ୍ତିଙ୍କର ହେବାର କାରଣ ଯଦି ବାରମ୍ବାର ପିଲା ଜନ୍ମ କରିଥାନ୍ତି ତେବେ ସେମାନଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥାଏ ।

ଏପରି ସମସ୍ୟା ଦେଖା ଯାଉଥିଲେ ଆପଣ ଡାକ୍ତରଙ୍କ ଠାରୁ ପରମର୍ଶ ନେଇ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିବ । ଡାକ୍ତର ରୋଗୀକୁ ଏହା ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି ଏହା ଏକ ବଡ ରୋଗ ନୁହେଁ ତେଣୁ ଡରିବା ଆବଶ୍ୟକ ନାହିଁ ଏହା ଚିକିତ୍ସାର ମୁଖ୍ୟ ହୋଇଥାଏ । ପରିସ୍ରା ନ ହେବାର କାରଣ ଅନୁଯାୟୀ ଡାକ୍ତର ବଟିକା ଦେଇଥାନ୍ତି ଏବଂ ସର୍ଜରୀ ମଧ୍ୟ କିଛି କେସରେ କରାଯାଇଥାଏ ।

ଏଥିପାଇଁ ସର୍ବ ପ୍ରଥମେ ଚକୋଲେଟ ଖାଇବା, କଫି ପିଇବା, ଚା ପିଇବା, ମ-ଅଦ ସିଗ-ଆରେଟ ଇତ୍ୟାଦିକୁ ବନ୍ଦ କରିବା ଦ୍ଵାରା ଆପଣଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା କମ ରହିଥାଏ । ବେଶୀ ମାତ୍ରାରେ ରାଗ ଖାଇବା ମଧ୍ୟ କମାଇବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *