ସ୍ମରଣ ଶକ୍ତି ବଢେଇବାର ଉପାୟ ! କଣ ଆପଣଙ୍କ ପିଲା ଦୁଷ୍ଟ ହେଉଛି ? ଯାହା ପଢୁଛି କିଛି ମନେ ରହୁ ନାହିଁ ? ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ସ୍ମରଣ ଶକ୍ତି ବିନା ମଣିଷ କିଛି ନୁହେଁ । କାରଣ ସେହି ସ୍ମରଣ ଶକ୍ତି ବଳରେ ମଣିଷ କାର୍ଯ୍ୟ କରି ଆଗକୁ ବଢିଥାଏ । ଯଦି କୌଣସି ପିଲାର ସ୍ମରଣ ଶକ୍ତି କମ ରହିଛି ତେବେ ତାହାର ପଢିଥିବା ପାଠ କିଛି ମନେ ରହିବ ନାହିଁ ଆପଣ ସେହି ପିଲାକୁ ଯେତେ ଗାଳି କରନ୍ତୁ ମାରନ୍ତୁ ସେ ପାଠ ମନେ ରଖିବା ପାଇଁ ସକ୍ଷମ ହୋଇପାରେ ନାହିଁ କାରଣ ତାହାର ସ୍ମରଣ ଶକ୍ତି କମ ହୋଇଥାଏ ।

ତେଣୁ ଆଉ ଡେରି ନକରି ଆଜି ଆସନ୍ତୁ ଜାଣିବା ଏକ ଉପାୟ ସମ୍ପର୍କରେ ଯାହାଦ୍ୱାରା ଆପଣ ନିଜ ପିଲାର ସ୍ମରଣ ଶକ୍ତି ସହଜରେ ବଢାଇ ପାରିବେ । ପିଲାମାନେ ଶ୍ରେଣୀରେ ବସିବା ସମୟରେ ସର୍ବଦା ନିର୍ଭୟ ରହିବା ଦରକାର । କୌଣସି କଥାର ଡର ନିଜ ମନରେ ରଖି ଶ୍ରେଣୀରେ ବସିବା ଠିକ ନୁହେଁ । ଶିକ୍ଷକ ଯାହା ପଢାଇବେ ତାହାକୁ ପ୍ରଥମେ ଭଲରେ ଦେଖିବ । ଏବଂ ଶିକ୍ଷକ କହୁଥିବା କଥାକୁ ଭଲରେ ଶୁଣିବ । ଏହାପରେ ଆପଣ ଶୁଣୁଥିବା କଥାକୁ ବାରମ୍ବାର ନିଜ ମନରେ ମନପକାଇବା ପାଇଁ ଚେଷ୍ଟା କରିବା ଦରକାର ।

ଏହିସବୁ ପରେ ଚିନ୍ତା କରିବେ କିଭଳି ଆପଣ ଭଲ ପଢିପାରିବେ କେଉଁ ଉପାୟରେ ଆପଣ ପଢିଲେ ସଫଳ ହେବେ । ତେବେ ଏହି ଚାରୋଟି ମୁଖ୍ୟ କଥାକୁ ପ୍ରଥମେ ଧ୍ୟାନ ଦେବା ଦରକାର ପିଲାମାନଙ୍କୁ । ଯାହାବି ଆପଣ ପଢୁଛନ୍ତି ତାହାକୁ ଆପଣ ପ୍ରତ୍ୟକ ଦିନ ନିଜ ମନେ ମନେ ମନେପକାଉଥିବା ଆବଶ୍ୟକ । ସବୁଦିନ ସନ୍ଧ୍ୟା ସମୟରେ ପଦ୍ମା ଆସନରେ ବସି ଅଳ୍ପ ସମୟ ଧ୍ୟାନ କରିବା ଉଚିତ ।

ପଦ୍ମା ଆସନରେ ବସିଥିବା ସମୟରେ ଶିକ୍ଷକ କଣ ପଢାଇଛନ୍ତି ତାହାକୁ ସବୁ ମନେ ପକାଇବା ପାଇଁ ଚେଷ୍ଟା କରିବା ଦରକାର । ପିଲାମାନେ ସର୍ବଦା ନିଜ ମନକୁ ସ୍ଥିର ରଖିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ “ଓମ” ଶବ୍ଦର ଉଚ୍ଚାରଣ 21 ଥର ସକାଳ ଏବଂ ଶୟନ ସମୟରେ କରିବାକୁ ପଡିବା । ଏହାଦ୍ୱାରା ଆପଣଙ୍କ ଭାବନା କ୍ରୋଧ ଇତ୍ୟାଦି ନିୟନ୍ତ୍ରଣ ରହିବ ।

ଯାହାଦ୍ୱାରା ଆପଣଙ୍କ ମନ ପାଠ ପଢାରେ ଲାଗି ପାରିବ । ଗାୟତ୍ରୀ ମନ୍ତ୍ରର ଜପ ମଧ୍ୟ ନିହାତି ଆବଶ୍ୟକ ଆପଣ ଏହି ମନ୍ତ୍ର ଉଚ୍ଚାରଣ କରିବା ଫଳରେ ଆପଣଙ୍କ ଭିତରେ ସ୍ମରଣ ଶକ୍ତି ବଢାଇଥାଏ ।ଏହି କଥାର ଉଲ୍ଲେଖ ବୈଜ୍ଞାନିକ ମାନେ ମଧ୍ୟ କରିଛନ୍ତି । ଆପଣ ପ୍ରାଣାୟମ କରି ମଧ୍ୟ ଆପଣଙ୍କ ମନକୁ ସ୍ତିର କରିପାରିବେ । ଏହା ଆପଣ କରିବା ପରେ ହିଁ ଜାଣିପାରିବେ କିପରି ଆପଣଙ୍କୁ ଅନୁଭୂତ ହୋଇଥାଏ ।

ପଢିବା ସମୟରେ ଆପଣଙ୍କୁ ଖେଚୁଡି ମୁଦ୍ରାର ଅଭ୍ୟାସ କରିବା ଦରକାର । ଏହି ଖେଚୁଡି ମୁଦ୍ରା ହେଉଛି ଆପଣ ନିଜ ଜିଭକୁ ଓଲଟାଇ ତାଳୁରେ ଲଗାଇବା । ଏହା କରିବାଫଳରେ ଆପଣଙ୍କ ମନ ପାଠ ପଢାରେ କେନ୍ଦ୍ରୀଭୂତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *