Paralysis ରୋଗର ଲକ୍ଷଣ ଓ ଚିକିତ୍ସା, ଜାଣନ୍ତୁ କାହିଁକି ହୁଏ ପାରାଲିସିସ୍ ! ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Soumyadarshan Nayak

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ରେନ ଷ୍ଟ୍ରୋକର ଅନ୍ୟ ନାମ ହେଉଛି ପାରାଲିସିସ୍ ବା ଏହାକୁ ଆମେ ପକ୍ଷାଘାତ ଭାବରେ ଜାଣିଥାଉ । ଯେତେବେଳେ ମସ୍ତିସ୍କକୁ ଯେଉଁ ଧମନୀ ଦ୍ଵାରା ରକ୍ତ ପ୍ରବାହିତ ହୋଇଥାଏ । ଯଦି ସେହି ଧମନୀ ଫାଟିଯାଇଥାଏ କିମ୍ବା କୌଣସି କାରଣରୁ ରକ୍ତ ପ୍ରବାହ କମିଯାଇଥାଏ । । ତେବେ ବ୍ରେନ ଷ୍ଟ୍ରୋକ ବା ପାରାଲିସିସ୍ ହୋଇଥାଏ । ଏହି ରୋଗରେ ମୃତ୍ୟୁ ହେବା ପୃଥିବୀର ପଞ୍ଚମ ବୃହତ୍ତମ କାରଣ ହୋଇଥାଏ ।

ଏଥିରେ ୭୦ ରୁ ୮୦ ଭାଗ ଲୋକ ବିକଳାଙ୍ଗ ହେବାର ସମ୍ଭାବନା ଥାଏ । ୫୦ ରୁ ୬୦ ଭାଗ ଲୋକ ମୃତ୍ୟୁର ଶିକାର ହୋଇଥାନ୍ତି । କୌଣସି ବ୍ୟକ୍ତିକୁ ଯଦି ଡାଇବେଟିସ, ହାଇ ବ୍ଲଡ଼ପ୍ରେସର, କୋଲେଷ୍ଟ୍ରଲ୍ ଏହିପରି କିଛି ରୋଗ ଥାଏ କିମ୍ବା ସେହି ବ୍ୟକ୍ତି ଅତ୍ୟଧିକ ମାତ୍ରାରେ ନିଶା ଦ୍ରବ୍ୟ ସେବନ କରିଥାଏ । ତେବେ ସେହି କ୍ଷେତ୍ରରେ ପାରାଲିସିସ୍ ହେବାର ଚାନ୍ସ ଥାଏ । ଜଣେ ବ୍ଯକ୍ତିର ଯଦି ମସ୍ତିସ୍କକୁ ଭଲ ଭାବେ ରକ୍ତ ସଂଚାଳନ ହୋଇପାରି ନଥାଏ । ତେବେ ସେହି ବ୍ଯକ୍ତିର ବ୍ରେନ ଷ୍ଟ୍ରୋକ ବା ପରାଲିସିସ୍ ହୋଇଥାଏ ।

ବ୍ୟକ୍ତିର ପାରାଲିସିସ୍ ହେବାର ଲକ୍ଷଣ ହେଉଛି ହଟାତ ଭାବେ ଶରୀର କିଛି ପରିବର୍ତ୍ତନ ଦେଖିବାକୁ ପାଇବା । ଯେପରି ମୁଣ୍ଡ ବୁଲାଇବା, ଆଖିର ଦୃଷ୍ଟି ଶକ୍ତି କମିଯିବା, ଦେହର କୌଣସି ଗୋଟେ ସାଇଡ୍ ଅଙ୍ଗ ହଟାତ ଭାବେ କାମ ନକରିବା, କଥା କହିବାରେ ଅସ୍ପଷ୍ଠ ହେବା । ବାରବାର ଚେତା ଶୂନ୍ୟ ହୋଇଯିବା ଏହିସବୁ ଲକ୍ଷଣ ପାରାଲିସିସ୍ ର ପ୍ରମୁଖ ହୋଇଥାଏ ।

ଏହି ସବୁ ଲକ୍ଷଣ ଦେଖିବା ମାତ୍ରେ ଯଦି ଆପଣ ରୋଗୀକୁ ୪ ରୁ ୫ ଘଣ୍ଟା ମଧ୍ୟରେ ଡାକ୍ତରଖାନା ନେଇକି ନଗଲେ । ତେବେ ରୋଗୀକୁ ପୂର୍ବ ଅବସ୍ତାକୁ ଫେରେଇବା ବହୁତ କଷ୍ଟ ହୋଇଯାଇଥାଏ । ସିଟି ସ୍କାନ, ଅଲଟ୍ରା ସାଉଣ୍ଡ, ବିଭିନ୍ନ ପ୍ରକାର ଟେଷ୍ଟ ଯେପରି ସୁଗାର, ଥାଇରଏଡ, କୋଲେଷ୍ଟ୍ରଲ୍ ଏହି ସବୁ ଟେଷ୍ଟ ଦ୍ଵାରା ରୋଗୀର ସଠିକ ଚିକିତ୍ସା ପାଇଁ ଚେଷ୍ଟା କରି ପୁନଶ୍ଚ ନରମାଲ ଅବସ୍ତାକୁ ଫେରେଇ ଆଣିବାକୁ ପ୍ରୟାସ କରିଥାନ୍ତି ।

ପାରାଲିସିସ୍ ରୋଗୀର ସବୁ ଟେଷ୍ଟ କରିସାରିଲା ପରେ ତାର ରାଙ୍କିଙ୍ଗ ସ୍କେଲ ଦ୍ଵାରା ଜାଣିପାରିବେ । ସେହି ବ୍ୟକ୍ତିକୁ ପୂର୍ବ ଅବସ୍ତାକୁ ରିକୋଭରି ତଥା ନରମାଲ କଣ୍ଡିସନକୁ ଅଣାଯାଇପାରିବ କି ନାହିଁ । ପାରାଲିସିସ୍ ନହେବା ପାଇଁ ଆପଣଙ୍କୁ ହେଲଦି ଜୀବନ ଶୈଳୀରେ ବଞ୍ଚିବାକୁ ପଡିବ । ଯେପରି ଆପଣଙ୍କ ଡାଏଟ୍ ରେ ସୁଗାରର ମାତ୍ରା କମାଇ ଯେତିକି ଦରକାର ସେତିକି ଆବଶ୍ୟକ ପରିମାଣରେ ଖାଇବେ ।

ପ୍ରତିଦିନ ସବୁଜ ପନିପରିବାରୁ ପ୍ରସ୍ତୁତ ଘର ରନ୍ଧା ଖାଇବେ । ଏହା ସହିତ ପ୍ରତିଦିନ ନିୟମିତ ଭାବରେ କିଛି ସମୟ ପର୍ଯ୍ୟନ୍ତ ଯୋଗ ବ୍ୟାୟାମ କିମ୍ବା ରନିଙ୍ଗ ଓ ଜଗିଙ୍ଗ ଭଳି ଶାରୀରିକ କାର୍ଯ୍ୟ ମଧ୍ୟ କରିପାରିବେ । ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କାର୍ଯ୍ୟ କରିବେ । ବ୍ଲଡ଼ ଟେଷ୍ଟ ସହ ରକ୍ତ ଚାପ ନିୟମିତ ଭାବରେ ମପେଇବେ । ଯଦି ପାରାଲିସିସ୍ ହେବାର କିଛି ମଧ୍ୟ ଲକ୍ଷଣ ଦେଖିବାକୁ ପାଇବେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିଜର ଚିକିତ୍ସା କରନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *