Vastu Tips- ଗଣେଶ ଭଗବାନଙ୍କ ଏମିତି ମୂର୍ତ୍ତିର ପୂଜା ଭୁଲରେ ବି କରନ୍ତୁ ନାହିଁ, ପୁରା ଧନ ସମ୍ପତି ବର୍ବାଦ ହେଇଯାଏ

ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ଆମ ପରିବାର ତରଫରୁ ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ର ହାର୍ଦିକ ଅଭିନନ୍ଦନ । ଗଣେଶ ପୂଜା ଏକ ଏପରି ପୂଜା ଯାହାକି ସାରା ଭାରତ ର ସବୁ ସ୍ଥାନରେ ସମସ୍ତେ ପାଳନ କରିଥାନ୍ତି । ଚଳିତ ବର୍ଷ ଶ୍ରୀ ଗଣେଶ ଚତୁର୍ଥୀ ୩୧ ଅଗଷ୍ଟ ବୁଧବାର ଦିନ ପଡୁଅଛି । ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଗଣେଶ ପୂଜା ର ଅନେକ ମହାନତା ରହିଛି ।

ପ୍ରତି ବର୍ଷ ଭାଦ୍ରବ ମାସର ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀ ଗଣେଶ ଙ୍କର ଜନ୍ମୋସ୍ଚବ ରୂପେ ଗଣେଶ ପୂଜା ପାଳନ କରାଯାଏ । ବନ୍ଧୁଗଣ ସମସ୍ତେ ଏହି ଦିନ ବଡ ଆଡମ୍ବର ସହ ନିଜ ଘରକୁ ଭଗବାନ ଶ୍ରୀ ଗଣେଶ ଙ୍କର ମୂର୍ତ୍ତି ଆଣି ଧୂମ ଧାମ ରେ ପୂଜା କରିଥାନ୍ତି । ଘରକୁ ଗଣପତି ଙ୍କୁ ଆଣିବା ଦ୍ଵାରା ଘରେ ସୁଖ ଶାନ୍ତି ମଧ୍ୟ ଆସିଥାଏ ଓ ଏହାସହ ଘରକୁ ସକରତ୍ମକତା ଶକ୍ତି ମଧ୍ୟ ପ୍ରବେଶ କରିଥାଏ ।

ବନ୍ଧୁଗଣ ଗଣେଶ ଚତୁର୍ଥୀ କୁ ନେଇ ଏକ ଅତ୍ୟନ୍ତ ସୁନ୍ଦର ପୌରଣିକ କଥା ମଧ୍ୟ ଶୁଣିବାକୁ ମିଳେ, ଆଶା କରୁଛୁ ଆପଣ ସେହି କଥା ଟିକୁ ନିଶ୍ଚୟ ଶୁଣିଥିବେ । ତଥାପି ଆମେ ଟିକେ ମନେ ପକାଇ ଦେଉଛୁ । ବନ୍ଧୁଗଣ ଥରେ କୈଳାସ ପର୍ବତରେ ଶ୍ରୀ ଗଣେଶ ଓ କୁମାର କାର୍ଟିକେୟ ଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେଲା ।

ଏହି ସମୟରେ ଭଗବାନ ଭୋଳା ଶଙ୍କର ଦୁଇ ପୁତ୍ର କୁ କହିଲେ, ଯେ ସର୍ବପ୍ରଥମେ ପୃଥିବୀ ର ସଂପୂର୍ଣ୍ଣ ପରିକ୍ରମା କରି ଆସିବ ସେ ହିଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହେବ । ଏହାପରେ ପ୍ରତିଯୋଗିତା ଆରମ୍ଭ ହେଲା । କୁମାର କାର୍ତିକ ନିଜ ବାହାନ ମୟୂର ଉପରେ ବସି ସଂପୂର୍ଣ୍ଣ ପୃଥିବୀ ର ପରିକ୍ରମା ପାଇଁ ବାହାରି ପଡିଲେ । ଏହି ସମୟରେ ବୁଦ୍ଧି ର ଦେବତା ଶ୍ରୀ ଗଣେଶ ନିଜ ବୁଦ୍ଧି ଦ୍ଵାରା ସମଗ୍ର ପୃଥିବୀ ର ପରିକ୍ରମା ନ କରି କୈଳାସ ରେ ବିରାଜିତ ନିଜ ମାତା ପିତା ଙ୍କର ଚାରି ପାଖରେ ଥରେ ନୁହେଁ ଅପିତୁ ସାତ ଥର ପରିକ୍ରମା କରି ବସିଗଲେ ।

ଯେତେବେଳେ କୁମାର କାର୍ତିକ ପୃଥିବୀ ର ପରିକ୍ରମା କରି ଆସି ନିଜକୁ ବିଜେତା ଘୋଷଣା କଲେ, ସେହି ସମୟରେ ଜଗତ ପିତା ମହାଦେବ ଶ୍ରୀ ଗଣେଶ ଙ୍କୁ ପୃଥିବୀ ର ପରିକ୍ରମା ନ କରିବାର କାରଣ ପଚାରିବାରୁ ପ୍ରଭୁ ଶ୍ରୀ ଗଣେଶ କହିଲେ, ମାତା ପିତା ଙ୍କର ଚରଣ ରେ ହିଁ ସମସ୍ତ ସଂସାର ଅବସ୍ଥିତ । ଏହା ଶୁଣି ଭଗବାନ ଶିବ ତଥା ସମସ୍ତେ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ବିଜେତା ଘୋଷଣା କରି ସର୍ବଶ୍ରେଷ୍ଠ ବୋଲି ମଧ୍ୟ ଘୋଷଣା କଲେ ।

ବନ୍ଧୁଗଣ ଗଣେଶ ପୂଜା ଦିନ କିଛି ବିଶେଷ କଥା ଗୁଡିକ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯେପରିକି ପ୍ରଥମେ ବନ୍ଧୁଗଣ ଗହରକୁ ଗଣପତି ଙ୍କର ମୂର୍ତ୍ତି ଆଣିବା ସମୟରେ ଧ୍ୟାନ ରଖିବେ ଯେପରି ଗଣେଶ ଙ୍କର ଶୁଣ୍ଡ ବାମ ଦିଗ କୁ ହୋଇଥିବ । ଏହାଛଡା ଦ୍ଵିତୟରେ ଘରେ ଯେଉ ସ୍ଥାନରେ ଆପଣ ଗଣପତି ଙ୍କର ସ୍ଥାପନା କରିବେ ସେ ସ୍ଥାନକୁ ଭଲ ଭାବରେ ସ୍ଵଚ୍ଛ କରି ସେ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ସ୍ଥାନକୁ ପବିତ୍ର କରି ନିଅନ୍ତୁ । ଏହା ସହ ସେ ସ୍ଥାନ କୁ କିଛି ଫୁଲ ଆଦି ଦ୍ଵାରା ସୁନ୍ଦର ଭାବରେ ସଜାଇ ମଧ୍ୟ ଦିଅନ୍ତୁ ।

ତୃତୀୟରେ ବନ୍ଧୁଗଣ ପୂଜା ପାଇଁ ଗଣପତି ଙ୍କର ବସିବା ଆକୃତିର ମୂର୍ତ୍ତି ହିଁ ଆଣିବା କଥା । ଚତୁର୍ଥ ରେ  ବନ୍ଧୁଗଣ ଗଣପତି ଙ୍କୁ ଘରକୁ ଆଣିବା ସମୟରେ ବାଜା ବଜାଇବା ସହ ଶଙ୍ଖ  ଘଣ୍ଟ ଆଦି ମଧ୍ୟ ନିଶ୍ଚୟ ବଜାନ୍ତୁ । ଘରକୁ ଗଣପତି ଙ୍କୁ ଆଣିବା ପୂର୍ବରୁ ଠାକୁର ଙ୍କ ବସିବା ଆସ୍ଥାନ କୁ ନାଲି କପଡା ବିଛାଇ ସେ ସ୍ଥାନକୁ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ପ୍ରଥମେ ଗଣପତି ଙ୍କ ସ୍ଥାନ ରେ ଗଣପତି ଙ୍କୁ ବସାଇ ଗଣପତି ଙ୍କୁ ଏକ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ । ଏହାପରେ ଗଣପତି ଙ୍କର ଡାହାଣ ଦିଗରେ ଏକ ପୂର୍ଣ୍ଣ କଳସ ର ସ୍ଥାପନା କରନ୍ତୁ ।

ଏହାପରେ ଗଣପତି ଙ୍କର ପୂଜା ଆଦି କରି ଗଣପତି ଙ୍କର ବିଧିବତ ବିଷର୍ଜନ କରନ୍ତୁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଗଣପତି ଙ୍କର ଫମ୍ପା ମୂର୍ତି କୁ ପୂଜା କରିବା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ । ତେଣୁ ମୂର୍ତ୍ତି ଆଣିବା ସମୟରେ ଗଣପତି ଙ୍କର ସଂପୂର୍ଣ୍ଣ ମୂର୍ତ୍ତି କୁ ଚୟନ କରି ଆଣନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *