କେଉଁ ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳେ ଅସନ୍ତୁଷ୍ଠ ରହିଥାନ୍ତି… Sadhu Vani

1- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନ ଏବଂ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ । ହେଲେ କିଛି ବିଶେଷ କାରଣରୁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି। ଯାହା ଦ୍ଵାରା ତାଙ୍କର କୃପା ପ୍ରାପ୍ତ ହୋଇପାରିନଥାଏ ।

2- ଯେଉଁମାନେ ଅପରିଷ୍କାର ଭାବେ ଘରେ ରହିଥାନ୍ତି । ପରିଷ୍କାର ବସ୍ତ୍ର ପରିଧାନ କରିନଥାନ୍ତି । ପ୍ରତ୍ଯେକ ଦିନ ସ୍ନାନ କରିନଥାନ୍ତି । ସେହି ସବୁ ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇନଥାଏ ।

3- ଯେଉଁ ଘରେ ବାରମ୍ବାର କଳି ଝଗଡା ହୋଇଥାଏ । ଅଥବା ପରିବାର ଲୋକଙ୍କ ମଧ୍ୟରେ ଭଲ ପଡିନଥାଏ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇପାରିନଥାଏ ।

4- ଯେଉଁ ଘରେ ସକାଳେ ଓ ସନ୍ଧ୍ଯା ସମୟରେ ଦୀପ ଜଳାଜାଏ ନାହିଁ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇପାରିନଥାଏ । ତେଣୁ ସକାଳେ ଓ ସନ୍ଧ୍ଯା ସମୟରେ ଦୀପ ଜାଳିବା ଉଚିତ ।

5- ଯେଉଁ ଘରେ ଗୁରୁ, ଗୁରୁଜନ, ସାଧୁ ସନ୍ୟାସୀ ଏବଂ ଧର୍ମ ଶାସ୍ତ୍ରର ଅନାଦର ହୋଇଥାଏ । ସେହି ଘରକୁ ମଧ୍ୟ ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ।

6- ଶାସ୍ତ୍ର ଅନୁସାରେ ଯେଉଁ ଘରେ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟାସ୍ତ ସମୟରେ ଲୋକମାନେ ଶୋଇ ରହିଥାନ୍ତି । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ । ସେହି ଘରେ ଅନେକ ସମୟରେ ଆର୍ଥିକ ସମସ୍ଯା ଦେଖାଯାଇଥାଏ ।

7- ଯେଉଁ ଘରେ ରୋଷେଇ କରିବା ସମୟରେ ଭୋଜନ ଅଇଁଠା କରାଯାଇଥାଏ । ଏଥିସହ ଅଇଁଠା ଖାଦ୍ୟକୁ ଏଠିସେଠି ରଖାଯାଇଥାଏ । ସେହି ଘରକୁ ମଧ୍ୟ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇନଥାଏ ।

8- ଯେଉଁ ଘରେ ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ମଇଥୁନ କରାଯାଇଥାଏ । ସେଠାରେ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇନଥାଏ । ସେଠାରେ ଧନନାଶ ହୋଇବା ସହିତ ମାନସିକ ସମସ୍ଯା ମଧ୍ୟ ଦେଖାଯାଇଥାଏ ।

9- ଟଙ୍କା ପଇସା ଗଣୁଥିବା ସମୟରେ କେବେବି ଛେପ ଲଗାଇ ଗଣିବା ଉଚିତ ନୁହେଁ । ଏହା ଏକ ଖରାପ ଅଭ୍ଯାସ ହୋଇଥାଏ । ଧନର ଅନାଦର କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇନଥାଏ ।

10- ଯେଉଁ ଲୋକ ବାରମ୍ବାର କ୍ରୋଧିତ ହୋଇଥାଏ । କିମ୍ବା ଅନ୍ୟକୁ ସବୁବେଳେ ଖରାପ ଭାଷାରେ ଗାଳି ଗୁଲଜ କରି କହିଥାଏ । ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଠ ରହିଥାନ୍ତି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *