ଶିବ ମନ୍ଦିର ଯାଉଛନ୍ତି କି ! ତେବେ ଶିବ ମନ୍ଦିର ଯିବାର ସଠିକ ନିୟମ ବିଷୟରେ ଜାଣି ରଖନ୍ତୁ…

ବନ୍ଧୁଗଣ ପ୍ରଭୁ ଶିବଙ୍କର ପୂଜା ଆରାଧନା ପାଇଁ ଆମେ ସମସ୍ତେ ଶିବ ମନ୍ଦିର ଯାଇଥାଉ। ତେବେ ସବୁ ଲୋକ ପ୍ରଭୁ ଶିବଙ୍କର ପୂଜା କରିବା ପାଇଁ ଶିବ ମନ୍ଦିର ଯାଇଥାନ୍ତି । ହେଲେ ଯଦି ଆପଣ ମାନେ ମଧ୍ୟ ଶିବ ମନ୍ଦିର ଯାଉଥାନ୍ତି । ତେବେ ଶିବ ମନ୍ଦିର ଯିବା ପୂର୍ବରୁ ଏହି ସବୁ କଥା ଗୁଡିକ ଉପରେ ଆପଣଙ୍କୁ ଅବଶ୍ୟ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣଙ୍କ ମନ୍ଦିର ଯିବା ପୁରା ବ୍ୟର୍ଥରେ ଯାଇଥାଏ । ତେବେ ଶିବ ମନ୍ଦିର ଯିବା ସମୟରେ ଆମଊ କେଉଁ ସବୁ କଥା ଜାଣିବା ନିହାତି ଆବଶ୍ୟକ ହୋଇଥାଏ ଜାଣନ୍ତୁ ।

1- ଯେତେବେଳେ ଆପଣ ଶିବ ମନ୍ଦିରକୁ ଯାଉଛନ୍ତି । ସେତେବେଳେ ସିଧାସଳଖ ପ୍ରଭୁ ଶିବଙ୍କର ଦର୍ଶନ କରନ୍ତୁ ନାହିଁ । କାରଣ ପ୍ରଭୁ ଶିବଙ୍କର ଦର୍ଶନ କରିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଏହି କିଛି ନିୟମ ଜାଣି ରଖିବାକୁ ପଡିବ । ତାପରେ ଯାଇ ଆପଣ ଭଗବାନ ମହାଦେବଙ୍କର ନୀତିନିୟମ ସହ ଦର୍ଶନ କରିପାରିବେ ।

2- ପ୍ରଥମେ ଯେତେବେଳେ ଶିବ ମନ୍ଦିରକୁ ଯାଉଛନ୍ତି । ସେତେବେଳେ ପ୍ରଥମେ ଆପଣ ପ୍ରଭୁ ଗଣେଶଙ୍କ ପାଖକୁ ଯାଆନ୍ତୁ । ସେଠାରେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରନ୍ତୁ । ଯଦି ଆପଣଙ୍କୁ ଗଣେଶଙ୍କର ସ୍ତୁତି ମନେ ଥାଏ । ତେବେ ତାହାକୁ ବନ୍ଦନା କରି ଧୂପଦୀପ ଆଦି ଦେଇ ପ୍ରଭୁଙ୍କର ପୂଜା କରନ୍ତୁ । ନଚେତ ଆପଣଙ୍କ ପାଖରେ କିଛି ନଥିଲେ । ତେବେ ଆପଣ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଭୂମୀଷ୍ଠ ପ୍ରମାଣ କରିଆସନ୍ତୁ ।

2- ଦିତୀୟରେ ଆପଣ ପ୍ରଭୁ କାର୍ତ୍ତିକଙ୍କ ପାଖକୁ ଯାଇ ସେଠାରେ ପ୍ରଭୁ କାର୍ତ୍ତିକଙ୍କୁ ଦର୍ଶନ କରନ୍ତୁ । ସେଠାରେ ତାଙ୍କର ସ୍ତୁତି ବନ୍ଦନା କରନ୍ତୁ । ଅଥବା କେବଳ ତାଙ୍କୁ ଭୂମୀଷ୍ଠ ପ୍ରଣାମ କରି ଆସନ୍ତୁ ।

3- ତୃତୀୟରେ ଆପଣ ମାତା ପାର୍ବତୀଙ୍କ ପାଖକୁ ଯାଆନ୍ତୁ । ସେଠାରେ ମାତାଙ୍କୁ ଦର୍ଶନ କରି ସେହିପରି ଭାବେ ପୂଜା କରି ପ୍ରଣାମ କରି ଆସନ୍ତୁ । ହେଲେ ମାତା ପାର୍ବତୀଙ୍କ ଦର୍ଶନ କରି ସେଠାରୁ ସିଧାସଳଖ ପ୍ରଭୁ ଶିବଙ୍କୁ ଦର୍ଶନ କରିବାକୁ ଆଗକୁ ଚାଲିକି ଯାଆନ୍ତୁ ନାହିଁ । କାରଣ ସେଠାରେ ଶିବଙ୍କର ପାଦୁକା କୁଣ୍ଡ ରହିଥାଏ । ତେଣୁ ସେହି ପାଦୁକା ଯାଉଥିବା ସ୍ଥାନକୁ ଡେଇଁ ଆଗକୁ ଯିବା ଅନୁଚିତ ।

4- ମା’ ପାର୍ବତୀଙ୍କୁ ଦର୍ଶନ କରି ସେଠାରୁ ପଛକୁ ଫେରି ଆସି ପ୍ରଥମେ ବୃଷଭଙ୍କୁ ପ୍ରଣାମ କରନ୍ତୁ । ତାପରେ ପ୍ରଭୁ ଶିବଙ୍କ ନିକଟକୁ ଯାଇ ସେଠାରେ ତାଙ୍କର ଦର୍ଶନ କରନ୍ତୁ । ଏହାପରେ ଆପଣ ପ୍ରଭୁ ଶିବଙ୍କର ଦର୍ଶନ କରିସାରି ନବଗ୍ରହଙ୍କୁ ଦର୍ଶନ କରି ପ୍ରଣାମ କରନ୍ତୁ ।

ତେବେ ଏହି ସବୁ ନିୟମକୁ ଧ୍ୟାନରେ ରଖି ଆପଣ ଶିବମନ୍ଦିରକୁ ଯାଇ ପୂଜା କରିଲେ । ଆପଣଙ୍କର ମନବାଞ୍ଛା ପୂରଣ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *