ପୂଜା ନକରି ମଧ୍ୟ ଘରେ ଧୂପକାଠିର ସୁଗନ୍ଧ ଆସିବାର ଅର୍ଥ କ’ଣ ହୋଇଥାଏ…? Anuchinta

ଘରେ ହେଉ କିମ୍ବା ମନ୍ଦିରରେ ଦେବୀଦେବତାଙ୍କ ପୂଜା ପାଠ କରାଯାଇଥାଏ । ଏହାଦ୍ବାରା ମନକୁ ଶାନ୍ତି ପ୍ରାପ୍ତ ହୋଇବା ସହ ଜୀବନରେ ଶୁଭ ହୋଇଥାଏ । ଠାକୁରଙ୍କର ଆଶ୍ରୀବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଠାକୁରଙ୍କ ସହ ଜଡିତ କେତେକ ବିଶେଷ ଅନୁଚିନ୍ତା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକୁ ବିଶେଷ ରୂପେ ପାଳନ କରିବା ସହ ଭକ୍ତିର ସହ ପ୍ରଭୁଙ୍କର ଆରାଧନା କରିଲେ । ଜୀବନରେ ସବୁକିଛି ଭଲ ହୋଇଥାଏ ।

1- ଶାସ୍ତ୍ର ଅନୁସାରେ ପୂଜାପାଠର ଅନେକ ଗୁଡିଏ ନିୟମ ରହିଛି । ଯାହାକୁ ସବୁ ପାଳନ କରିବାକୁ ପଡିଥାଏ । ତେବେ ସେହି ସବୁ ନୀତିନିୟମ ଜାଣିବା ଉଚିତ ହୋଇଥାଏ ।

2- ଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ ପୂଜା ଆରତୀ ପୂଜାର ଶେଷରେ କରାଯାଇଥାଏ । ଆରତୀ ପରେ ପୁନର୍ବାର କୌଣସି ପୂଜା କାର୍ଯ୍ୟ ହୋଇନଥାଏ ।

3- ଘରେ ଯଦି କୌଣସି ପିଲା ଜନ୍ମ ହୋଇଥାଏ । କିମ୍ବା କାହାର ମୃତ୍ୟୁ ହୋଇଥାଏ । ଏହି ସମୟରେ ପୂଜାପାଠ କରିବା ଜମାରୁ ଉଚିତ ହୋଇନଥାଏ ।

4- ଗ୍ରହଣ ସମୟରେ ମଧ୍ୟ ପୂଜାକାର୍ଯ୍ୟ ହୋଇନଥାଏ । କେବଳ ଠାକୁରଙ୍କ ଧ୍ୟାନ କିମ୍ବା ମନ୍ତ୍ରଜପ କରାଯାଇ ପାରେ ।

5- ପୂଜା ସମୟରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଅସ୍ବଚ୍ଛ ଅବସ୍ଥାରେ ପୂଜା କରିବା ଦ୍ଵାରା ଜୀବନରେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

6- ମହିଳା ମାନେ କେବେବି ନିଜର ମାସିକ ଧର୍ମ ଚାଲୁଥିବା ସମୟରେ ପୂଜା କାର୍ଯ୍ୟ କରିବା ଉଚିତ ନୁହେଁ । ଏହାଛଡା ଏହି ସମୟରେ କୌଣସି ଠାକୁରଙ୍କର ମୂର୍ତ୍ତିକୁ ସ୍ପର୍ଶ କରିବା ମଧ୍ୟ ଅନୁଚିତ ।

7- ପୂଜା କାର୍ଯ୍ୟ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । ଏହା ଶୁଭପ୍ରଦ ହୋଇବା ସହ ପୂଜା ମଧ୍ୟ ସଫଳ ହୋଇଥାଏ ।

8- ଠାକୁର ଘରେ କେବେବି ପୂର୍ବପୁରୁଷଙ୍କ ଫୋଟ କିମ୍ବା ମୃତ ବ୍ୟକ୍ତିଙ୍କ ଫୋଟ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହାସହିତ ବିଭିନ୍ନ ସମସ୍ଯା ମଧ୍ୟ ଘରକୁ ଆସିପାରେ ।

9- ପୂଜା ପାଇଁ ତୁଳସୀ ପତ୍ର କେବେବି ସ୍ନାନ ନକରି ତୋଳିବା ଉଚିତ ନୁହେଁ। ଏହା ଠାକୁରଙ୍କୁ ସ୍ଵୀକାର ହୋଇନଥାଏ । ଏହାଛଡା ରବିବାର, ଏକାଦଶୀ, ଦ୍ଵାଦଶୀ ଏବଂ ସଙ୍କ୍ରାନ୍ତିରେ ତୁଳସୀ ପତ୍ର ତୋଳିବା ନିଷେଦ୍ଧ ହୋଇଥାଏ ।

10- ଯଦି କୌଣସି ଦିନ ପୂଜା ନକରୁଥିବା ସମୟରେ ବି ଘରେ ଧୂପବତୀର ସୁଗନ୍ଧ ଅନୁଭୂତ ହୋଇଥାଏ । ତେବେ ଏହା ଠାକୁରଙ୍କର ଆଶ୍ରୀବାଦ ହେବାର ସଂକେତ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ବୋଲି ଜାଣି ରଖିବା ଉଚିତ ।

ବନ୍ଧୁଗଣ ଆଶା କରୁଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *