Astrology- ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜର ଏକ ବଡ ରାଜ

ନମସ୍କାର ବନ୍ଧୁଗଣ, ମଣିଷ ଜନ୍ମ ହୋଇଥିବା ସମୟ ଏବଂ ବାରର ପ୍ରଭାବ ସେହି ମଣିଷର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାଏ । ସେହି ବାରରେ ହେଉଥିବା ଗ୍ରହ ନକ୍ଷତ୍ର ମାନଙ୍କ ପ୍ରଭାବ ମଣିଷ ଉପରେ ପଡିଥାଏ । ଯାହାଫଳରେ ମଣିଷର ସ୍ଵଭାବକୁ ସହଜରେ ଜାଣି ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ବାରରେ ଜନ୍ମ ହୋଇଥିବା ମଣିଷ କିଭଳି ହୋଇଥାନ୍ତି ଏବଂ ଆପଣଙ୍କ ସହ ଜଡିତ ଥିବା ଏକ ରାଜା ସମ୍ପର୍କରେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସୋମବାର: ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଚନ୍ଦ୍ରମାଙ୍କର ପ୍ରଭାବ ରହିଥାଏ । ଚନ୍ଦ୍ରମାଙ୍କ ରାଶି କର୍କଟ ହୋଇଥାଏ । ତେଣୁ ଆପଣଙ୍କ ଉପରେ କର୍କଟ ରାଶିର ପ୍ରଭାବ ମଧ୍ୟ ରହିଥାଏ । ଏମାନେ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ଏମାନଙ୍କର ଏକ ରାଜ ଏହା ହୋଇଥାଏ କି ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମୁଡ କେତେବେଳେ ବହୁତ ଖୁସି ଥାଏ ତ କେତେବେଳେ ବହୁତ ଦୁଃଖୀ ।

ମଙ୍ଗଳବାର: ଏହି ବାରର ସ୍ଵାମୀ ଗ୍ରହ ମଙ୍ଗଳ ଗ୍ରହ ଅଟେ । ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ମେଷ ଏବଂ ବିଛା ରାଶିର ବ୍ୟକ୍ତିଙ୍କ ପ୍ରଭାବ ରହିଥାଏ । ସବୁବେଳେ କିଛି ନୂଆ କରିବାର ଜିଜ୍ଞାସା ଏମାନଙ୍କ ଭିତରେ ରହିଥାଏ । ନିଷ୍ପତି ନେବାର ବହୁତ ଭଲ କ୍ଷମତା ଏମାନଙ୍କ ପାଖରେ ରହିଥାଏ ।

ବୁଧବାର: ଏହିଦିନ ଜନ୍ମ ନେଇଥିବା ବ୍ୟକ୍ତି ବୁଧ ଗ୍ରହ, ମିଥୁନ ଏବଂ କନ୍ୟା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏହିଦିନ ଜନ୍ମ ନେଇଥିବା ବ୍ୟକ୍ତି ନିଜ ଆଚାର ବ୍ୟବହାର ଦ୍ଵାରା ଅନ୍ୟର ମନ ବହୁତ ଶୀଘ୍ର କିଣି ନେଇଥାନ୍ତି । ବୁଲାବୁଲି କରିବା ଏବଂ ଦୁଃସାହସିକତା କାମ କରିବା ପାଇଁ ଏମାନେ ସବୁବେଳେ ଆଗ୍ରହୀ ଥାନ୍ତି ।

ଗୁରୁବାର: ଏହିଦିନ ଜନ୍ମ ହୋଇଥିବା ବ୍ୟକ୍ତି ବୃହସ୍ପତି ଗ୍ରହ, ଧନୁ ଏବଂ ମୀନ ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଏମାନେ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଧନୀ ହେବା ସହ ସମସ୍ତ କାର୍ଯ୍ୟରେ ସଫଳ ମଧ୍ୟ ହୋଇଥାନ୍ତି । କିନ୍ତୁ ବେଳେ ବେଳେ ଏମାନେ ବହୁତ ସ୍ଵାର୍ଥପର ହୋଇଯାନ୍ତି । ଗୁରୁବାର ଦିନ ଜନ୍ମ ନେଇଥିବା ବ୍ୟକ୍ତି ବୁଦ୍ଧମାନ ହୋଇଥାନ୍ତି ।

ଶୁକ୍ରବାର: ଏହିଦିନ ଜନ୍ମ ନେଇଥିବା ଲୋକ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ବହୁତ ଚତୁର ହୋଇଥାନ୍ତି । ବୁଝାବଣା କରି ନିଜ ଜୀବନରେ ଠିକ ବାଟରେ ଏମାନେ ଚଳାଇ ଥାନ୍ତି । ତେଣୁ ଏମାନେ ସରକାରୀ କ୍ଷେତ୍ରରେ ସଫଳ ହୋଇଥାନ୍ତି । ଶନିବାର: ଏମାନେ ସବୁ ଜାଗାରେ ନିଜର କାର୍ଯ୍ୟ ଦକ୍ଷତା କାରଣରୁ ପରିଚୟ ପାଇଥାନ୍ତି । ଭଲ କର୍ମଚାରୀ ହେବା ସହ ଏମାନେ ଭଲ ଜୀବନ ସାଥି ମଧ୍ୟ ହୋଇଥାନ୍ତି । ଏମାନଙ୍କ ଗୁଣ ହେଉଛି ବହୁତ ଶୀଘ୍ର ଏମାନେ ଉଦାସ ହୋଇଯାନ୍ତି ।

ରବିବାର: ବହୁତ ଅଧିକ ବୁଦ୍ଧିମାନ ହେବା ସହ ନେତୃତ୍ୟ ହେବାର କ୍ଷମତା ମଧ୍ୟ ରଖିଥାନ୍ତି । ସବୁବେଳେ ଖୁସିରେ ରହିବା ସହ ଖୁସି ଅନ୍ୟକୁ ମଧ୍ୟ ଖୁସି ବାଣ୍ଟିଥାନ୍ତି । ବୁଲାବୁଲି କରିବା ଏମାନଙ୍କର ବହୁତ ପସନ୍ଦ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *