କେମିତି ଓ କାହିଁକି ହୁଏ କ୍ୟାନସର ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Saroj Das Majumdar

ନମସ୍କାର ବନ୍ଧୁଗଣ, ମଣିଷ ସୁସ୍ଥ ସେତେବେଳେ ରହିଥାଏ ଯେତେବେଳେ ତାହାର ପ୍ରତ୍ୟକ ଅଭ୍ୟାନ୍ତରୀଣ ଏବଂ ବାହ୍ୟ ଅଙ୍ଗ ସୁସ୍ଥ ଥାଏ । ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ କ୍ୟାନସର ତଥା କର୍କଟ ରୋଗର ଡର ଘର କରିସାରିଲାଣି । କ୍ୟାନସର ଭଳି ଏକ ମାରାତ୍ମକ ରୋଗ ପ୍ରାୟ ସମସ୍ତଙ୍କ ଘରେ କାହାକୁ ନା କାହାକୁ କିମ୍ବା ସମ୍ପର୍କୀୟରେ ଦେଖିବା ପାଇଁ ମିଳୁଛି । ଏତେ ବଡ ରୋଗ ହେବାର କାରଣ କଣ ?

କିଭଳି ଆପଣ ଏଥିପାଇଁ ଆପଣ ସତର୍କ ରହିବା ଦରକାର ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । କ୍ୟାନସର ରୋଗ ଧୀରେ ଧୀରେ ଦୁନିଆରେ ବଢିବାରେ ଲାଗିଛି ଏଥିପାଇଁ ବହୁତ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରୁଛନ୍ତି । କ୍ୟାନସର ରୋଗ DNA ପରିବର୍ତ୍ତନ ଦ୍ଵାରା ହୋଇଥାଏ । ତେବେ ଏହି DNA ପରିବର୍ତ୍ତନ ଗୁଡିକୁ ଜେନେଟିକ ପରିବର୍ତ୍ତନ କୁହାଯାଏ ।

କୋଷ ଗୁଡିକ ଅନିୟନ୍ତ୍ରିତ ଭାବେ ବିଭାଜିତ ହୋଇ ଟିସୁୟରେ ମିଶିଲେ ତାହା କର୍କଟ ରୋଗରେ ପରିଣତ ହୋଇଥାଏ । କ୍ୟାନସର ହେବାର ଗୋଟିଏ କାରଣ ନଥାଏ । ଏହି ରୋଗ ଶରୀରର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ ।କ୍ୟାନସର ହେବା ପାଇଁ ମଣିଷର ଜୀବନଶୈଳୀ ଦାୟୀ ହୋଇଥାଏ । ଅଧିକ ଧୂମ୍ରପାନ ଏବଂ ମଦ୍ୟପାନ ପାନ ଖାଇବା ଇତ୍ୟାଦି ଆପଣଙ୍କ ଠାରେ କ୍ୟାନସର ହେବାର ସମ୍ଭାବନା ବଢାଇଥାଏ ।

ଯଦି ଆପଣ ନିଜ ଶରୀରକୁ କୌଣସି କାରଣ ବତସ  ଇନଫେକସନ ହେବାରୁ ନ ରୋକିବେ ତେବେ ମଧ୍ୟ ଆପଣଙ୍କ ଠାରେ କ୍ୟାନସର ହୋଇପାରେ । ତେଣୁ ଆପଣ ଚାହିଁଲେ ଏହାର ନିୟନ୍ତ୍ରଣ ଆପଣଙ୍କ ଜୀବନଶୈଳୀକୁ ବଦଳାଇ ମଧ୍ୟ କରିପାରିବେ । ଅତ୍ୟଧିକ ତମ୍ବାଖୁ ସେବନ ମୁଖ ଗହ୍ଵର କ୍ୟାନସରର ପ୍ରମୁଖ କାରଣ ହୋଇଥାଏ ।

ତମ୍ବାଖୁ ସେବନ କରିବା ଦ୍ଵାରା କ୍ୟାନସର ହେବାର ୪୦ ପ୍ରତିଶତ ଆଶଙ୍କା ବଢିଥାଏ । ଜର ନକମିବା, ଓଜନ କମିବାକୁ ଲାଗିବା, କୌଣସି ଘା ବହୁତ ସମୟ ଧରି ନ ସୁଖିବା, ବ୍ଲିଡିଙ୍ଗ ନ ରୋକିବା ଇତ୍ୟାଦି ଲକ୍ଷଣ ଯଦି ଆପଣ ଦେଖନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପାଖରେ ଯାଇ ଯାଞ୍ଚ କରିବା ଆବଶ୍ୟକ ।

ଫୁସଫୁସ, ସ୍ତନ, ଗର୍ଭାଶୟ, ମୁଣ୍ଡ ଓ ବେକ କ୍ୟାନସର ସାଧାରଣ ବୋଲି କୁହାଯାଏ । ଏହି ସବୁକୁ ପ୍ରତିହତ କରିବା ପାଇଁ ସଚେତନ ରହିବା ନିହାତି ଜରୁରୀ । କ୍ୟାନସରର ପ୍ରଥମ ଅବସ୍ତାରେ ତାହାକୁ ଚିହ୍ନଟ କରିବା ପାଇଁ ହେଲେ ଆପଣଙ୍କୁ ଆପଣଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ।

କୌଣସି ଶାରୀରିକ କଷ୍ଟ ଆରମ୍ଭ ହେଉଥିବା ସମୟରେ ଅବହେଳା ନକରି ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ । ସେହି କଷ୍ଟ ବଢି ସାରିବା ପରେ ଆପଣ ଡାକ୍ତରଙ୍କ ଯିବା ବେଳକୁ ତାହା ଚତୁର୍ଥ ଅବସ୍ତା କ୍ୟାନସରକୁ ଚାଲିଯାଇଥାଏ । ଯାହାଫଳରେକି ତାହାକୁ ଆଟକାଇବା ଆଉ କାହା ହାତରେ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *