କେତେ ବି ପୁରୁଣା ମୋଟାପା ହେଉ ନା କାହିଁକି, ବାସ ଏହି 3 କାମ କରି ନିଅନ୍ତୁ, ଜଙ୍ଘ, ପେଟ, ଅନତାର ଚର୍ବି ଲହୁଣୀ ପରି ତରଳିଯିବ- Health Tips

ଆମ ଦେହରେ ଚର୍ବି ବଢିବାର ସବୁଠୁ ମୁଖ୍ୟ କାରଣ ହେଉଛି ଆମ ମେଟାବୋଲିଜିମ । ଶରୀରରେ ମେଟାବୋଲିଜିମ ଧୀର ହୋଇଯିବା ଦ୍ଵାରା କ୍ୟାଲୋରି କମ ହୁଏ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଆୟୁର୍ବେଦିକ ଉପାୟରେ ଆପଣ ମେଟାବୋଲିଜିମ କିପରି ତେଜ କରିବେ।

ଆୟର୍ବେଦ ପ୍ରଥମରେ କୁହେ ଯେତେ ପର୍ଯ୍ୟନ୍ତ ଆପଣ ନିଜ ଶରୀରକୁ ଭଲ ଭାବେ ଚଳନ ନ କରିବେ ଆପଣଙ୍କ ମୋଟାପଣ କମିବ ନାହିଁ । ସେଥିପାଇଁ ସକାଳୁ ଉଠି ବ୍ୟାୟାମ କରିବା , ଯୋଗ ଓ ପ୍ରାଣାୟମ ଆଦି କରିବା ନିହାତି ଆବଶ୍ୟକ । ଆଜିକାଲି ଆମେ ବାହାରର ତେଲଯୁକ୍ତ ଖାଦ୍ଯ ଅଧିକ ଖାଉଛୁ, ଦିନସାରା ଗୋଟିଏ ଜାଗାରେ ବସି ରହୁଛୁ ବା ଶୋଇ ରହୁଛୁ । କିନ୍ତୁ ମୋଟାପଣ କମ କରିବାକୁ ହେଲେ ଆପଣଙ୍କୁ ଶାରୀରିକ ପରିଶ୍ରମ କରିବା ନିହାତି ଆବଶ୍ୟକ ।

ମୋଟାପଣ ବଢିବାର ଆଉ ଏକ କାରଣ ହେଉଛି ଶରୀରରେ ହରମୋନ ସ୍ତର ଖରାପ ହେବା । ଅନେକ କାରଣରୁ ଆମ ଶରୀରରେ ହରମୋନ ସ୍ତର ଖରାପ ହୋଇଥାଏ । ମାତ୍ର ଏହାର ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ, ଚିନ୍ତା, କ୍ରୋଧ ଆଦି । ସେଥିପାଇଁ ସର୍ବଦା ଖୁସି ରହିବା ଚେଷ୍ଟା କରନ୍ତୁ ଏହା ଆପଣଙ୍କ ମୋଟାପଣ କମ କରିବାରେ ଖୁବ ସହାୟକ ହେବ । ଏଥିପାଇଁ ସଠିକ ଭାବେ ନିଦ୍ରା ଯିବା ଓ ସକାଳୁ ଶୀଘ୍ର ଉଠିବା ମଧ୍ୟ ନିହାତି ଆବଶ୍ୟକ ।

ଏହା ପରେ ଆପଣ ସକାଳୁ ଉଷୁମ ପାଣିରେ ଫାଳେ ଲେମ୍ବୁ ଓ ଅଳ୍ପ ମହୁ ମିଶାଇ ମଧ୍ୟ ସେବନ କଲେ ଏହା ଆପଣଙ୍କ ମୋଟାପଣ କମ କରିବାରେ ଖୁବ ସହାୟକ ହେବ । ଏହାପରେ ଆପଣ ଧ୍ୟାନ କରିବା ମଧ୍ୟ ନିହାତି ଆବଶ୍ୟକ । ଆଉ ଏକ ମୁଖ୍ୟ ବିଷୟ ହେଉଛି ଆପଣଙ୍କ ଡାଏଟ । ଆପଣ କଣ ଖାଉଛନ୍ତି ସେହି ସବୁ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅଧିକ ପରିମାଣରେ ସବୁଜ ପନିପରିବା, ଫଳମୂଳ ଓ ଡ୍ରାଏ ଫୃଟସ ଆଦି ସେବନ କରନ୍ତୁ । ଅଧିକ ଚର୍ବି ଯୁକ୍ତ ଓ ମେଡ ବୃଦ୍ଧି କରିବା ଭଳି ଖାଦ୍ଯ ଖାଆନ୍ତୁ ନାହିଁ ଓ ଖାଦ୍ୟକୁ ଭଲ ଭାବେ ଚୋବାଇ କରି ଖାଆନ୍ତୁ ।

ଖାଇବା ସମୟରେ ମୋବାଇଲ ଦେଖି ଦେଖି ବିଲକୁଲ ମଧ୍ୟ ଖାଆନ୍ତୁ ନାହିଁ । କାରଣ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ଵାରା ଶରୀରରେ ଭଲ ରକ୍ତ ତିଆରି ହୁଏ ଓ ପ୍ରଚୁର ଶକ୍ତି ମିଳେ । ଦିନକୁ ଯେକୌଣସି ଭିଟାମିନ-ସି ଜାତୀୟ ଫଳ ଅବଶ୍ୟ ଖାଆନ୍ତୁ ଓ ରାତ୍ରି ଭୋଜନ ପରେ ମଧ୍ୟ ଯେକୌଣସି ଗୋଟିଏ ଫଳ ନିହାତି ସେବନ କରନ୍ତୁ । ଯେତେ ପାରୁଛନ୍ତି ନିଜ ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ।

ଦିନରେ ଅଳ୍ପ ସମୟ ନିଜ ପାଇଁ ଅବଶ୍ୟ କାଢନ୍ତୁ । ଆପଣ ପାର୍କ ହେଉ ବା ରାସ୍ତାରେ ଅଳ୍ପ ସମୟ ଚାଲିବାକୁ ମଧ୍ୟ ଯାଆନ୍ତୁ । ନଚେତ ଆପଣଙ୍କ ମନ ପସନ୍ଦର ଯେକୌଣସି ଖେଳ ମଧ୍ୟ ଖେଳନ୍ତୁ । ଆପଣ ନିଜ ଶରୀର ପ୍ରତି ଯେତେ ଧ୍ୟାନ ଦେବେ ଓ ବଦଭ୍ୟାସ, ଅଳସୁଆପଣ ଆଦି ଛାଡିବେ ଆପଣ ସେତେ ଶୀଘ୍ର ମୋଟାପଣରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *