ଯେଉଁ ମହିଳାମାନେ ମୁଣ୍ଡରେ ଓଢଣି ରଖନ୍ତି ନାହିଁ, ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ଯେଉଁ ପରିବାରରେ ସଂସ୍କୃତି ଓ ପରମ୍ପରାର ସମ୍ମାନ କରାଯାଏ, ସେହି ପରିବାର ସର୍ବଦା ସୁଖୀ ରୁହେ ଓ ପରିବାରର ସଦସ୍ଯଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ସଫଳତା ମିଳେ । ମାତ୍ର ଏହାର ବିପରୀତ ଯେଉଁ ଘରେ ଆଧୁନିକତା ନାମରେ ଆମ ସଂସ୍କୃତି ଓ ପରମ୍ପରାର ଅସମ୍ମାନ କରାଯାଏ, ସେ ଘରର ଅଧୋଗତି ନିଶ୍ଚୟ ହୁଏ ।

ଶାସ୍ତ୍ରରେ ଯେପରି ପୁରୁଷଙ୍କ ଆଚରଣ ସମ୍ବନ୍ଧିତ ନିୟମ ବନାଯାଇଛି, ସେ ପ୍ରକାର ମହୁଲମାନେ ମଧ୍ୟ କିଛି ନିୟମ ଗୁଡିକର ପାଳନ କରିବା ଆବଶ୍ୟକ ରହିଛି । ସ୍ତ୍ରୀ ମାନଙ୍କୁ ଭୋଜନ ପ୍ରସ୍ତୁତ କରିବା ସମୟରେ, ପୂଜା କରିବା ସମୟରେ ଓ ବାହାରକୁ ଯିବା ସମୟରେ ଶାସ୍ତ୍ରରେ କୁହାଯାଇଥିବା ଏହି କଥା ସବୁ ଜାଣିବା ଆବଶ୍ୟକ ରହିଛି । ମହିଳାମାନେ ପ୍ରତିଦିନ ସକାଳୁ ଘର ସଫା ସୁତୁରା କରିବା ଆବଶ୍ୟକ । କାରଣ ଘରର ମହିଳାମାନେ ଏହି କାର୍ଯ୍ୟ କରି ମା ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବା ଦ୍ଵାରା ହିଁ ମା ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ।

ସେଥିପାଇଁ ଘର ସଫା କରି ଘର ସାମନାରେ ସ୍ଵସ୍ତିକ ଓ ରଙ୍ଗୋଲି ଆଦି ବନାଇ ମା ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବା ଉଚିତ । ଘରର ମହିଳାମାନେ ସର୍ବଦା ପ୍ରଥମେ ନିଦରୁ ଉଠିବା ଉଚିତ । ସେମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ସେଥିପାଇଁ ଶୀଘ୍ର ଉଠିବା ଦ୍ଵାରା ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରୁହେ ଓ ଘରର ସଦସ୍ୟଙ୍କର ଭାଗ୍ୟୋଦୟ ହୋଇଥାଏ ।

ଘରର ମହିଳାମାନେ କେବେ ମଧ୍ୟ ଦ୍ଵାର ବନ୍ଧରେ କିମ୍ବା ବିଛଣାରେ ବସି ଭୋଜନ କରିବା ଉଚିତ ନୁହେଁ । ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା ସହ ସମାନ ଅଟେ ।ଏହା ସହ ମହିଳାମାନେ ସର୍ବଦା ମଧୁର ଭାବେ କଥା କହିବା ଉଚିତ । ଯେଉଁ ଘରେ ମହିଳାମାନେ ପରସ୍ପର ସହ ମିଳିମିଶି ରୁହନ୍ତି ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଶାସ୍ତ୍ର ଅନୁସାରେ ଘରର ସ୍ତ୍ରୀ ଘରକୁ ଆସିଥିବା ଅତିଥି ବା ଅନ୍ୟ ପୁରୁଷ ସହ ଏକ ଆସନରେ ବସିବା ଉଚିତ ନୁହେଁ । ଏହା ଘର ପ୍ରତି କ୍ଳେଶକାରକ ହୋଇଥାଏ ।

ମହିଳା ମାନଙ୍କୁ ୨୪ ଘଣ୍ଟା ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ନାହିଁ । ମାତ୍ର ବଡ ମାନଙ୍କୁ ସମ୍ମାନ ଦେବା ପାଇଁ ସେମାନଙ୍କ ଆଗରେ ବା ସେମାନଙ୍କ ଚରଣ ଛୁଇଁବା ବେଳେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ରହଛି । କାରଣ ଯେଉଁ ଘରର ବଡ ଲୋକ ପ୍ରସନ୍ନ ରୁହନ୍ତି ଓ ତାଙ୍କର ସମ୍ମାନ କରାଯାଏ ସେହି ଘରର ସୁଖ ସମୃଦ୍ଧି ଓ ସକରାତ୍ମକତା ବଜାୟ ରୁହେ ।

ସେହିପରି ଈଶ୍ବରଙ୍କ ପୂଜା ପାଠ କରିବା ସମୟରେ ମଧ୍ୟ ମୁଣ୍ଡରେ ଓଢଣା ଦେବା ଦ୍ଵାର ଦେବତାଙ୍କ ଆଦର ଓ ସମ୍ମାନ ହୋଇଥାଏ ଓ ଏକାଗ୍ରତା ମଧ୍ୟ ବଢିଥାଏ । ସେଥିପାଇଁ ଠାକୁରଙ୍କୁ ସମ୍ମାନ ଦେବା ନିମନ୍ତେ ପୂଜା କରିବା ସମୟରେ ମଧ୍ୟ ମୁଣ୍ଡରେ ଓଢଣା ଦେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *