ଜଗନ୍ନାଥ ମନ୍ଦିରର 10 ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି କୋଟି ଓଡ଼ିଆ ଙ୍କ ମଉଡ଼ମଣି । ସେ ହେଉଛନ୍ତି ଓଡିଶା ବାସୀ ଙ୍କ ଜୀବନ୍ତ ଠାକୁର । ତାଙ୍କ ବିନା ବଞ୍ଚିବା ଅସମ୍ଭବ । ସେ ହେଉଛନ୍ତି କାଳିଆ,ଜଗା,ଏବଂ ମହାପ୍ରଭୁ ।

ନିଜ ଭକ୍ତ ଙ୍କ ପାଇଁ ସେ କିଛି ବି କରି ପାରନ୍ତି ଏବଂ ନିଜ ଭକ୍ତ ର କଠିନ ପରୀକ୍ଷା ମଧ୍ୟ ନେଇଥାନ୍ତି କିନ୍ତୁ ତଥାପି ସେ କେବେବି ନିଜ ଭକ୍ତ କୁ ଦୁଃଖ ରେ ଦେଖି ପାରନ୍ତି ନାହିଁ । ତାଙ୍କୁ ଖୋଲା ହୃଦୟ ରେ ଥରେ ଡାକିଲେ ସେ ତା କଥା ନିଶ୍ଚିତ ଶୁଣିଥାନ୍ତି । ଏହା ମହାପ୍ରଭୁଙ୍କ ମନ୍ଦିର ଶ୍ରୀମନ୍ଦିର କୁ ଥରୁ ଟିଏ ଯିବାଇ ସ୍ୱପ୍ନ ସମସ୍ତ ଙ୍କର ଥାଏ । ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥାଏ ଏହା ଓଡିଶା ବାସୀ ଏବଂ ପ୍ରତ୍ୟକ ଓଡ଼ିଆ ଙ୍କ ବଡ଼ ପର୍ବ ।

ଏହି ଦିନ ମହାପ୍ରଭୁ ସବୁ ଭକ୍ତ ଙ୍କୁ ମନ୍ଦିର ବାହାରେ ଦର୍ଶନ ଦେଇଥାନ୍ତି । ଏହି ରଥଯାତ୍ରା ଦେଖିବା ପାଇଁ କୋଟି କୋଟି ଭକ୍ତ ଦେଶ ବିଦେଶ ରୁ ଶ୍ରୀକ୍ଷେତ୍ର କୁ ଚାଲିଆସନ୍ତି । ତେବେ ଏହା ଛଡା ଜଗନ୍ନାଥ ମନ୍ଦିରରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି ଯାହାକୁ ହୁଏତ ଅନେକ ଲୋକ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି କିଛି ରହସ୍ୟ ବିଷୟରେ ।

୧-ପ୍ରଥମରେ ହେଉଛି ସମସ୍ତେ ଜାଣିଛନ୍ତି କି ପବନ ଯେଉଁ ଦିଗରେ ବହୁଥାଏ ତେବେ ସେହି ଦିଗରେ ଵସ୍ତୁ ଟି ଉଡ଼ିଥାଏ । କିନ୍ତୁ ଶ୍ରୀମନ୍ଦିର ରେ ଲାଗିଥିବା ପତିତ ପାବନ ପବନ ର ବିପରୀତ ଦିଗରେ ଉଡ଼ିଥାଏ । ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ କଣ ଜଣା ପଡି ନାହିଁ ।

୨- ଦ୍ଵିତୀୟ ରେ ଆପଣ ମାନେ ଦେଖିଥିବେ ଯେ ଆକାଶ ରେ ସବୁବେଳେ ପକ୍ଷୀ ମାନେ ଉଡ଼ିଥାନ୍ତି ଏବଂ କୌଣସି ଉଚ୍ଚ ଘର କିମ୍ବା ସ୍ଥାନରେ ବାସ କରନ୍ତି କିନ୍ତୁ ପୁରୀ ମନ୍ଦିର ର ଉପରେ କୌଣସି ଗୋଟିଏ ବି ପକ୍ଷୀ ଉଡିବାର ଆଜି ପର୍ଯ୍ୟନ୍ତ ଦେଖା ଯାଇନାହିଁ ତାଛଡା ମନ୍ଦିର ଉପରେ କୌଣସି ପକ୍ଷୀ ମଧ୍ୟ ବସିବାର ନଜର ଆସି ନାହିଁ ଏହା ମଧ୍ୟ ଏକ ଅଦ୍ଭୁତ ରହସ୍ୟ ।

୩- ତୃତୀୟ ରେ ହେଉଛି ପୁରୀ ମନ୍ଦିରର ନୀଳ ଚକ୍ର । ଆପଣ ପୁରୀର ଯେ କୌଣସି ସ୍ଥାନରୁ ଭି ଏହି ନୀଳ ଚକ୍ର କୁ ଦେଖିଲେ ଆପଣ ଙ୍କୁ ଲାଗିବ କି ଏହା ଆପଣଙ୍କ ଆଡ଼କୁ ମୁହଁ କରି ରହିଛି ।

୪- ଚତୁର୍ଥ ରହସ୍ୟ ପୃଥିବର କେଉଁ ବି ସମୟରେ ସମୁଦ୍ର ମୁହାଣ ରେ ଦିନ ସମୟରେ ସମୁଦ୍ର ରୁ ଭୂମି କୁ ଏବଂ ରାତି ସମୟରେ ଭୂମି ରୁ ସମୁଦ୍ର କୁ ପବନ ବହିଥାଏ କିନ୍ତୁ ପୁରୀ ସମୁଦ୍ର ରେ ଏହାର ଓଲଟା ହୋଇଥାଏ ।

୫- ପଞ୍ଚମ ରହସ୍ୟ ମନ୍ଦିରର ମୁଖ୍ୟ ଦ୍ୱାର ଯାହାକୁ ସିଂହ ଦ୍ୱାର କୁହାଯାଏ । ଆପଣ ଯେତେବେଳେ ଏହି ସିଂହ ଦ୍ୱାର ରେ ପ୍ରବେଶ କରିଲେ ଆପଣ ଙ୍କୁ ବାହାରର କୌଣସି ଧ୍ଵନି ତଥା ସମୁଦ୍ର ଜୁଆର ର ଧ୍ଵନି ଶୁଣାଯାଏ ନାହିଁ କିନ୍ତୁ ଆପଣ ପୁରୀର ଅନ୍ୟ କୌଣସି ସ୍ଥାନରେ ଛିଡାହେଲେ ସମୁଦ୍ରର ଏହି ଧ୍ଵନି ଶୁଣିପାରିବେ ।

୬- ଷଷ୍ଠ ରହସ୍ୟ ପୁରୀ ମନ୍ଦିର ରେ ସବୁ ଦିନ ଗୋଟିଏ ପରିମାଣ ରେ ରୋଷେଇ କରାଯାଏ କିନ୍ତୁ କେବେବି ଏହି ମହାପ୍ରସାଦ ବଳେ ନାହିଁ କିମ୍ବା ନିଅଂଟ ହୁଏ ନାହିଁ ।

୭- ସପ୍ତମ ରହସ୍ୟ ହେଉଛି ମହାପ୍ରଭୁଙ୍କ ପ୍ରସାଦ ପାଇଁ ଏହି ବଡ଼ ରୋଷେଇ ଘରେ ୪୦୦ ରନ୍ଧାଳି ଏବଂ ୨୦୦ ସେମାନଙ୍କ ସହଯୋଗୀ କାମ କରନ୍ତି । ରୋଷେଇ ଶାଳ ରେ ସାତଟି ମାଟି ପାତ୍ର କୁ ଗୋଟିଏ ଉପରେ ଗୋଟିଏ ରଖି ଚୁଲି ରେ ବସା ଯାଏ ଏବଂ ପ୍ରସାଦ ପ୍ରସ୍ତୁତ କରାଯାଏ । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ଉପରେ ଥିବା ପାତ୍ର ରେ ଖାଦ୍ୟ ସର୍ଵ ପ୍ରଥମେ ପ୍ରସ୍ତୁତ ହୋଇଯାଏ ।

୮- ଅଷ୍ଟମ ରହସ୍ୟ ହେଉଛି ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ବହୁତ ଉଚ୍ଚ ଦେଖାଯାଇଥାଏ । କିନ୍ତୁ ଏହାର ଛାଇ ଅଦୃଶ୍ୟ ହୋଇ ରହିଥାଏ ।

୯- ନବମ ରହସ୍ୟ ଜଗନ୍ନାଥ ମନ୍ଦିର ରୁ ଏକ ବଡ଼ ପଥର ଖସି ଯାଇଥିଲା ଯାହାର ଓଜନ ୧୦ ରୁ ୧୫ ଟନ ହୋଇଥିଲା । କିନ୍ତୁ ଏହି ପଥର ଟି ମନ୍ଦିରର କେଉଁ ସ୍ଥାନରୁ ଖସିଛି ତାହା ଆଜି ବି ରହସ୍ୟ ହୋଇ ରହିଛି ।

୧୦- ଦଶମ ରହସ୍ୟ ହେଉଛି ମନ୍ଦିର ଭିତରେ ବାମ ପଟରେ ଏକ ବଟ ବୃକ୍ଷ ଅଛି କୁହାଯାଏ ଏହି ବୃକ୍ଷ ଟି ପୁରାତନ କାଳ ରୁ ଏଠାରେ ରହିଛି ଏବଂ ଆଜି ବି ସେହି ଜାଗାରେ ଠିଆ ହୋଇ ରହିଛି । ଆମ ଓଡ଼ିଶା ରେ କେତେ ବାତ୍ୟା ପବନ ଆସୁଛି ଏବଂ ଯାଉଛି କିନ୍ତୁ ସେହି ବଟ ବୃକ୍ଷ ର କିଛି ବି କ୍ଷତି ହୋଇ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *