Health Tips- ୟୁରିନାରୀ ଇନଫେକସନ (Urinary Tract Infection) କଣ ଓ ଏହା ମହିଳା ମାନଙ୍କ ଠାରେ କାହିଁକି ହୋଇଥାଏ ? 

ବନ୍ଧୁଗଣ ୟୁରିନାରୀ ଟ୍ରାକ୍ଟ ଇନଫେକସନ ଏକ ସାଧାରଣ ରୋଗ ଅଟେ । କିନ୍ତୁ ଏହାର ଲକ୍ଷଣ ଉପରେ ଧ୍ୟାନ ନ ଦେଲେ ଏହା କିଡନି ଓ ପୁରା ଶରୀରରେ ବ୍ୟାପିପାରେ । ୟୁରିନାରୀ ଟ୍ରାକ୍ଟ ଇନଫେକସନ ରେ ବ୍ଳାଡର ଇନଫେକସନ ବହୁତ ସାଧାରଣ ହୋଇଥାଏ ।  ଏହି କାରଣରୁ ପରିସ୍ରାରେ ଜାଳା ପୋଡା ହେବା ବା ବାରମ୍ବାର ପରିସ୍ରା ଲାଗିବା ବା ପରିସ୍ରା ଠିକ ହେଉ ନାହି ବୋଲି ଅନୁଭବ ହୋଇଥାଏ । ଅନେକ ସମୟରେ ପରିସ୍ରାରେ ରକ୍ତ ଆସିଥାଏ ବା ଦୁର୍ଗନ୍ଧ ମଧ୍ୟ ଆସିଥାଏ ।

ଏହି ଇନଫେକସନ ହେଲେ ପିଠିରେ ଦରଜ ହେବା, ତଳି ପେଟ ଦରଜ ହେବା, ଜ୍ଵର ମଧ୍ୟ ହୋଇଥାଏ । ଅନେକ ଲୋକଙ୍କୁ ଥଣ୍ଡା ହେବା ସହ ବାନ୍ତି ମଧ୍ୟ ହୋଇଥାଏ । ଏହି ସବୁ ୟୁଟିଆରର ଲକ୍ଷଣ ହୋଇଥାଏ । ଯଦି ୟୁରିନାରୀ ଟ୍ରାକ୍ଟ ଇନଫେକସନ କିଡନି ଯାଏଁ ପହଞ୍ଚିଯାଏ ତେବେ ଜ୍ଵର ମଧ୍ୟ ହୋଇପାରେ । ଜ୍ଵର ହେବା ସହ ଥଣ୍ଡା ଓ ବାନ୍ତି ମଧ୍ୟ ହୋଇଥାଏ । ତେଣୁ ରୋଗୀର ଶରୀରରେ ୟୁରିନାରୀ ଟ୍ରାକ୍ଟ ଇନଫେକସନ ଯେପରି ନ ବ୍ୟାପୀବ ସେଥିପ୍ରତି ଧ୍ୟାନ ଦେବାକୁ ପଡିଥାଏ ।

ଏହି ଇନଫେକସନ ର ମୁଖ୍ୟ କାରଣ ହେଉଛି ଇ-କୋଲା ବ୍ୟକ୍ଟେରିୟା । ଯଦି ଆମର ପ୍ରାଇଭେଟ ପାର୍ଟର ତଳ ଭାଗରେ ହାଇଜିନ ମେଣ୍ଟେନ ନ କରିବା ତେବେ ୟୁରିନାରୀ ଟ୍ରାକ୍ଟ ଇନଫେକସନ ହୋଇପାରେ । ଅନେକ ସମୟରେ ମହିଳା ଓ ପୁରୁଷ ଶାରୀରିକ ସମ୍ପର୍କ ରଖିବା ପରେ ଏହି ରୋଗ ହୋଇପାରେ । ମହିଳାଙ୍କର ମାସିକ ଧର୍ମ ସମୟରେ ୟୁଟିଆର ଇନଫେକସନ ହୋଇଥାଏ । କାରଣ ତାଙ୍କର ପ୍ରାଇଭେଟ ପାର୍ଟ ରେ ହାଇଜିନ ନ ଥାଏ ।

ଯେଉଁ ଲୋକ ଠିକ ଭାବେ ପାଣି ସେବନ କରୁ ନ ଥିବେ ବ ପରିସ୍ରା ଲାଗିଲେ ଠିକ ସମୟରେ ହାଉ ନ ଥିବେ ସେମାନଙ୍କୁ ମଧ୍ୟ ୟୁଟିଆର ହୋଇପାରେ । ଯେଉଁ ମାନଙ୍କର ଡାଇବେଟିସ, କିଡନି, କ୍ୟାଥଟର ସେମାନଙ୍କୁ ମଧ୍ୟ ୟୁରିନାରୀ ଟ୍ରାକ୍ଟ ଇନଫେକସନ ହୋଇପାରେ । ହସପିଟାଲରେ ଅପରେସନ ପରେ ୟୁରିନାରୀ କ୍ୟାଥଟର ଲାଗିବା ପରେ ଏହି ଇନଫେକସନ ହୋଇପାରେ ।

ୟୁରିନ ରୁଟିନ ମାଇକ୍ରୋସ୍କୋପି ଓ ୟୁରିନ କଲଚର ସେଂସିଭିତି ଏହି ୨ଟି ଟେଷ୍ଟ ଦ୍ଵାରା ୟୁରିନାରୀ ଟ୍ରାକ୍ଟ ଇନଫେକସନ ହେବାର ଜଣା ପଡିଥାଏ । ଏହି ଟେଷ୍ଟରୁ ଜଣା ପଡିଥାଏ ରୋଗୀର ପରିସ୍ରାରେ କେତେ ବ୍ୟାକ୍ଟେରିୟା ରହିଛି, ପରିସ୍ରାର ରଙ୍ଗ କେମିତି ରହିଛି ଓ ତାର ସ୍ପେଶିଫିକ ଗ୍ରାଫିଟି କଣ ରହିଛି । ଯଦି ରୋଗୀର ଇଂଫେକନ ସିଭିୟର ହୋଇଥାଏ ତେବେ ତାହାକୁ ୟୁରିନ କଲଚର ସେଂସିଭିଟି କୁହଯାଏ । ଏହି କଲଚର ସେନ୍ସିଭିଟିରେ ଜଣା ପଡିଥାଏ କେଉଁ ଜନ୍ତୁ ଇନ୍ଫକେଶନ ସୃଷ୍ଟି କରୁଛି ଓ ତାର ବିରୁଦ୍ଧରେ କେଉଁ ଆଣ୍ଟି-ବାୟୋଟିକ ବ୍ୟବହାର କରିବାକୁ ହେବ ।

ଏହି କ୍ଷେତ୍ରରେ ଆଣ୍ଟି-ବାୟୋଟିକ ୭ରୁ ୧୦ ଦିନ ଯାଏଁ ରୋଗୀକୁ ଦିଆଯାଇଥାଏ । ୟୁରିନାରୀ ଇନଫେକସନ ନ ହେବା ପାଇଁ ରୋଗୀଙ୍କୁ ପ୍ରତିଦିନ ୨ରୁ ୩ ଲିଟର ପାଣି ସେବନ କରିବା ଦରକାର । ଏହା ସହ ପ୍ରାଇଭେଟ ପାର୍ଟରେ ହାଇଜିନ ମେଣ୍ଟେନ କରିବା ସହ ପରିସ୍ରା  ଲାଗିବା ସମୟରେ ଯିବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *