ସୋମବାର ଦିନ କେବେ ବି କରନ୍ତୁ ନାହିଁ ଏହି 3 ଭୁଲ, ନଷ୍ଟ ହୋଇଯାଏଆ ଘର ପରିବାର, ମହାଦେବ ହୁଅନ୍ତି କ୍ରୋଧିତ

ସପ୍ତାହରେ ୭ ଦିନ ହୋଇଥାଏ । ୭ ଦିନର ବିଶେଷ ମହତ୍ଵ ରହିଛି ଯାହା ଗ୍ରହ ମାନଙ୍କ ନାମ ଅନୁଯାୟୀ ରଖାଯାଇଛି ଯାହାକୁ ଆମେ ଆଖିରେ ଦେଖିଥାଉ । ପ୍ରତେକ ବାର ଗୁଡିକର ଦେବତାଙ୍କ ସହ ଯୋଡି ହୋଇ ରହିଛି । ଯେଉଁ ଦେବତାଙ୍କ ନାମ ଅନୁଯାୟୀ ବାର ହୋଇଥାଏ ସେଦିନ ସେହି ଦେବତାଙ୍କ ଶକ୍ତି ଅଧିକ ସକ୍ରିୟ ହୋଇଥାଏ । ଯଦି ଆମେ ସେହି ବାର ଅନୁଯାୟୀ ନିୟମ ପାଳନ କରିଥାଉ ତାହାର ଗଭୀର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

ଆଜି ଆମେ ଆପଣଙ୍କୁ ସୋମବାର ଦିନ କେଉଁ କେଉଁ ଭୁଲ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ୧- ସୋମବାର ଦିନ ମହାଦେବଙ୍କ ଆରାଧନାର ଦିନ ହୋଇଥାଏ । ଏହି ଦିନ ମହାଦେବ ଓ ଚନ୍ଦ୍ରମାଙ୍କର ଆରାଧନା ଓ ବ୍ରତ କରାଯାଇଥାଏ । ଦାଂପତ୍ଯ ଜୀବନ ସୁଖମୟ ହେବା ପାଇଁ, ଭଲ ଜୀବନ ସାଥୀଟି ମିଳିବା ପାଇଁ, ଘରେ ସୁଖ ସମୃଦ୍ଧି ରହିବା ପାଇଁ କୁଆଁରୀ ଝିଅମାନେ ସୋମବାର ବ୍ରତ ରଖିଥାନ୍ତି ।

୨- ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପଣ କରିବା ସହ ତାଙ୍କର ପ୍ରିୟ ବେଲପତ୍ର ଚଢାଇବା ଉଚିତ । ରାତ୍ରିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଉଚିତ ସୋମବାର ଦିନ । ଏହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଧନ ପ୍ରାପ୍ତ ହୋଇଥାଏ ।

୩- ଭଗବାନ ଶିବଙ୍କୁ ଧଳା ଜିନିଷ ପ୍ରିୟ ହୋଇଥାଏ । ତେଣୁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର, ଦହି, ଧଳା ଫୁଲ ଇତ୍ଯାଦିକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ । ମହାଦେବଙ୍କୁ ଧଳା ଭୋଗ ଲଗାଇବା ସହ ଧଳା ବସ୍ତ୍ର ନିଜେ ପରିଧାନ କରିବା ଉଚିତ । ଏମିତି କରିଲେ ମହାଦେବଙ୍କ କୃପା ବର୍ଷା ହୋଇଥାଏ ।

୪- ସୋମବାର ଦିନ କୌଣସି କାମରେ ଘରୁ ବାହାରିବା ପୂର୍ବରୁ ଆଇନା ଦେଖିବା ଉଚିତ । ଏମିତି କରିଲେ କାମରେ କୌଣସି ବାଧା ନ ଆସି କାମରେ ସଫଳତା ମିଳିଥାଏ ।

ତେବେ ଏମିତି କିଛି କାମ ଅଛି ଯାହା ସୋମବାର ଦିନ କରିବା ଉଚିତ ନୁହେଁ । ୧- ସୋମବାର ଦିନ କଳା ବସ୍ତ୍ର ପିନ୍ଧି ମହାଦେବଙ୍କ ମନ୍ଦିର ଯିବା ଅନୁଚିତ । ବ୍ରତ ଆଦିରେ କଳା ବସ୍ତ୍ର ଧାରଣ କରିବା ଅନୁଚିତ ।

୨- ମହିଳାମାନେ ସୋମବାର ଦିନ କେସ ଧୋଇବା ଦ୍ଵାରା ପରିବାରରେ ଗଭୀର ପ୍ରଭାବ ପଡିଥାଏ । ସୋମବାର ବ୍ରତରେ ବ୍ରତଧାରୀଙ୍କୁ ସଂଯମ ରଖିବା ଉଚିତ । ବ୍ରତଧାରୀଙ୍କୁ ସୋମବାର ଦିନ ନାସ୍ପାତି ସେବନ କରିବା ଅନୁଚିତ ।

୩- ସୋମବାର ଦିନ ମାଂସ ବା ଆମିଷ ଭୋଜନ କରିବା ଅନୁଚିତ । ଏହି ଦିନ ଶୁଦ୍ଧ ଶାକାହାରୀ ଆହାର କ୍ଷୀର, ଦହି ଇତ୍ୟାଦି ସେବନ କରିବା ଦରକାର ।

୪- ସୋମବାର ଦିନ ଅପଶବ୍ଦ ନ କହିବା ସହ କାହାର ଅପମାନ କରିବା ଅନୁଚିତ । ମହାଦେବଙ୍କ ପୂଜା କରିବା ସହ ନନ୍ଦୀଙ୍କ ପୂଜା କରିବା ଉଚିତ । ଏହି ଦିନ ଗୋ-ମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଲେ ବ୍ରତ ପୁରା ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *