Vastu Shastra- ତୁଳସୀ ପୂଜା କେବେ ବି କରିବେ ନାହିଁ ତୁଳସୀ ପୂଜା, ଘର ପରିବାର ହୋଇଯାଏ ବର୍ବାଦ

ବନ୍ଧୁଗଣ ୩ ପ୍ରକାର ମହିଳା ମାନଙ୍କୁ ତୁଳସୀ ପୂଜା କେବେ ବି ହେଲେ କରିବା ଉଚିତ ନୁହେଁ , ଆଜ୍ଞା ହଁ ଯଦି ଏହି ତିନି ପ୍ରକାରର ମହିଳା ମାନେ ତୁଲସୀ ପୂଜା କରନ୍ତି ତେବେ ପାପ ଲାଗିବା ସଙ୍ଗେ ମାଡି ଆସିଥାଏ ଘରେ ଦରିଦ୍ରତା । ହିନ୍ଦୁ ଧର୍ମର ଶାସ୍ତ୍ରାନୁସରେ ତୁଳସୀ ପୂଜନୀୟ ବୋଲି ମାନ୍ୟତା ରହିଛି । ତୁଳସୀ ରେ ଅନେକ ଔଷଧୀୟ ଗୁଣମାନ ମଧ୍ୟ ଦେଖା ଯାଇଥାଏ । ତୁଳସୀ ଅନେକ ପ୍ରକାରର ରହିଅଛି ; ଯଥା -୧- ରାମା ତୁଳସୀ, ୨- ଶ୍ୟାମା ତୁଳସୀ , ୩- ଶ୍ଵେତ ତୁଳସୀ, ୪-ବନ ତୁଳସୀ ଏବ॰ ନିମବୁ ତୁଳସୀ ।

ଘରେ କେବଳ ରାମା ତୁଳସୀ କିମ୍ବା ଶ୍ୟାମ ତୁଳସୀ କୁ ହିଁ ରଖିବା ଉଚିତ । କିନ୍ତୁ ୩ ପ୍ରକାର ର ମହିଳା ମାନଙ୍କୁ ତୁଳସୀ ପୂଜା  କେବେହେଲେ କରିବା ଉଚିତ ନୁହେଁ । ଏପରି କଲେ ତୁଳସୀ ଙ୍କର ଅପମାନ ବୋଲି ମନେ କରାଯାଇଥାଏ । ଏହି ମହିଳା ମାନେ ତୁଳସୀ ଗଛର ଆଖପାଖ କୁ  ମଧ୍ୟ ଯାଇଥିଲେ ମା ତୁଳସୀ କ୍ରୋଧିତ ହୋଇ ଯାଇଥାନ୍ତି, ଫଳରେ ସେ ପାପ ର ଭାଗୀ ହୋଇ ବସନ୍ତି ।

୧ମ ; ବନ୍ଧୁଗଣ ନାରୀ ମାନଙ୍କୁ ସେମାନଙ୍କ ମାସିକ ଧର୍ମ ଅର୍ଥାତ ସେମାନଙ୍କର ରଜସ୍ଵଳା ସମୟ ରେ ତୁଳସୀ ପୂଜା କିମ୍ବା ତୁଳସୀ ଗଛ ର ପାଖକୁ ମଧ୍ୟ ଯିବା ଉଚିତ ନୁହେଁ। ଏପରି ନ କଲେ ଲାଗି ଥାଏ ଭୟଙ୍କର ପାପ ।

୨ୟତଃ;  ବନ୍ଧୁଗଣ ଚରିତ୍ରହୀନା ବ୍ୟକ୍ତି ତଥା ଖଳ ପ୍ରବୃତି ର ବ୍ୟକ୍ତି ମାନଙ୍କର ମଧ୍ୟ ତୁଳସୀ ପୂଜା କରିବା ଉଚିତ ନୁହେଁ । ଏହିପରି ପ୍ରବୃତି ଲୋକଙ୍କର ପୂଜା ମା ତୁଳସୀ କେବେହେଲେ ସ୍ଵୀକାର କରିନଥା’ନ୍ତି ଅପିତୁ ସର୍ବଦା କ୍ରୋଧିତ ହୋଇଥାନ୍ତି। ୩ୟ; ବିବାହିତ ମହିଳା ମାନେ ଯଦି ପ୍ରତିଦିନ ପ୍ରାତଃ ରେ ତୁଳସୀ ପୂଜା କରିଥାନ୍ତି, ତେବେ ସେ ଆଜୀବନ ଖୁସିରେ ରହିବା ସହ ସେମାନଙ୍କ ଘରେ ମଧ୍ୟ ସଦା ମା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ରହିଥାଏ।

କିନ୍ତୁ ଯଦି ଆପଣ ହିନ୍ଦୁ ଧର୍ମାନୁସାରେ ସମ୍ପୂର୍ଣ ବିଧି ବିଧାନରେ ବିବାହ କରିନାହାନ୍ତି, ତେବେ ଆପଣଙ୍କୁ ତୁଳସୀ ପୂଜା କରିବା ଉଚିତ ନୁହେଁ; ଏପରିକି ଯଦି ଆପଣ କୋର୍ଟ ମ୍ୟାରେଜ ମଧ୍ୟ କରିଥାନ୍ତି ତଥାପି ଆପଣଙ୍କର ତୁଳସୀପୁଜା କରିବା ଉଚିତ ନୁହେଁ। ଯେଉଁମାନେ ଶାସ୍ତ୍ର ବିରୁଦ୍ଧ ରେ ଯାଇ ତୁଳସୀ ପୂଜା କରିଥାନ୍ତି ତାଙ୍କ ପୂଜା କେବେ ବି ସ୍ବୀକୃତ ହୋଇନଥାଏ ଅପିତୁ ସେ ଘୋର ପାପ ର ଅଧିକାରୀ ମଧ୍ୟ ହୋଇଥାନ୍ତି । ଫଳରେ ଘରେ ସଦା ସର୍ବଦା ଦରିଦ୍ରତା ଲାଗି ରହିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *