Health Tips- ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ ଅଛି କେଉଁ ଭିଟାମିନର ଅଭାବ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଏମିତି କେତୋଟି ସାଧାରଣ ଲକ୍ଷଣ ବିଷୟରେ ଯାହା ଦ୍ଵାରା ଆପଣ ସହଜରେ ଜାଣିପାରିବେ ଆପଣଙ୍କ ଶରୀରରେ କେଉ ଭିଟାମିନର ଅଭାବ ରହିଛି । ତା ସହ ଆମେ କହିବୁ ସେହି ଭିଟାମିନର ଅଭାବକୁ ଦୂର କରିବାର ଉପାୟ ବିଷୟାରେ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ପୋଷାକ ତତ୍ତ୍ଵର ଜରୁରତ ରହିଛି । ଏଥିରେ ଭିଟାମିନର ଭୂମିକା ଜରୁରୀ ଅଟେ । ଭିଟାମିନ ଶରୀରକୁ ଠିକ ଭାବେ ହେବ ଉଚିତ ।

ଶରୀରରେ ସବୁ ପ୍ରକାରର ଭିଟାମିନ ରହିବା ଉଚିତ । କିଛି ଭିଟାମିନର ଅଭାବ ହେଲେ ଆମେ ରୋଗରେ ପଡିଥାଏ । ଏବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ । 1- ଯଦି ଆପଣଙ୍କୁ ନିଦ ହେଉ ନାହି, ବିଛଣାରେ ଗଲା ପରେ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଛି ନିଦ ହେବା ପାଇଁ ତେବେ ଆପଣଙ୍କ ଶରୀରରେ ପୋଟାସିୟମର ଅଭାବ ରହିଛି । ଏହା ଦୂର କରିବା ପାଇଁ କଦଳୀ, ବିଟ, ପଇଡ ପାଣି ଓ ତରଭୁଜ ଖାଆନ୍ତୁ ।

2- ଯଦି ଆପଣଙ୍କୁ ବାରମ୍ବାର ମିଠା ଖାଇବାକୁ ଇଚ୍ଛା ହେଉଛି ତେବେ ଶରୀରରେ ଗ୍ଳୁକୋଜ କମିଯାଇଥାଏ । ଏହା ଦୂର କରିବା ପାଇଁ ମହୁ ବା ଫଳର ସେବନ କରନ୍ତୁ । 3- ଯଦି ଆପଣଙ୍କ ସ୍କିନ ଅଧିକ ମାତ୍ରାରେ ଶୁଖିଲା ହୋଇଯାଉଛି ତେବେ ଆପଣଙ୍କ ଶରୀରରେ ଭିଟାମିନ-ଇ କମିଯାଉଛି । ଏହା ଦୂର କରିବା ପାଇଁ ପଳାଙ୍ଗ ଶାଗ ଓ ବାଦାମ ଖାଇବା ଉଚିତ ।

4- ଯଦି ଆପଣଙ୍କର ବରଫ ବା ଥଣ୍ଡା ଇନିସ ଖାଇବାକୁ ଇଚ୍ଛା ହେଉଛି ତେବେ ଶରୀରରେ ଆଇରନ ବ ଲୌହ ଅଂସ କମିଥାଏ । ଏହା ଦୂର କରିବା ପାଇଁ କିସମିସ, ଚଣା ମୁଗ ଖାଆନ୍ତୁ ।

5- ଦାନ୍ତ ମାଢିରୁ ରକ୍ତ ବାହାରିବା ଅନେକ ଅସୁବିଧାର ଲକ୍ଷଣ ହୋଇପାରେ । କିନ୍ତୁ ଏହାର କ୍ରମିକ ସୂଚନା ହେଲା ଆପଣଙ୍କ ଶରୀରରେ ଭିଟାମିନ-ସି ର ଅଭାବ । ଏଥିପାଇଁ ଆପଣଙ୍କୁ ଖଟା ଫଳ ଯେମିତି କମଳା, ଲେମ୍ବୁ ଖାଆନ୍ତୁ ।

6- କ୍ୟାଲସିୟମ ଓ ପୋଟାସିୟମ ଅଭାବରୁ ବାରମ୍ବାର ଗୋଡର ମାଂସପେଶୀ ଟାଣି ହୋଇଥାଏ । ଏହା ଦୂର କରିବା ପାଇଁ କଦଳୀ, ବାଦାମ, କଖାରୁ, ସେଓ ଓ ସବୁଜ ପନିପରିବା ଖାଇବା ଉଚିତ ।

7- ଆଇରନ, ଜିଙ୍କ, ହିଟାମିନ- ବିଡ12 ର ଅଭାବ କାରଣରୁ ଓଠ ର ଧରା ଫାଟିଥାଏ । ଏହା ଦୂର କରିବା ପାଇଁ ସିମଳା ଲଙ୍କା, ବନ୍ଧାକୋବି, ଚିନାବାଦାମ ଓ ଡାଲି ସେବନ କରନ୍ତୁ ।

8- ଭିଟାମିନ-ଏ ଓ ସି ଅଭାବରୁ ଚେହେରା ଖରାପ ହୋଇଥାଏ । ତ୍ଵଚା ରୁକ୍ଷ ହେବା ସହ ମୁହଁରେ ନାଲି ନାଲି ଦାଗ ହୋଇଥାଏ । ଏଥିପାଇଁ ସିଝା ଅଣ୍ଡା, ବନ୍ଧାକୋବି, କମଳା, ବାଦାମ ଓ କଦଳୀ ଖାଆନ୍ତୁ ।

9- ଯଦି ମୁଣ୍ଡ ବିନ୍ଧା ଥକାପଣ ଲାଗୁଛି ତେବେ ଭିଟାମିନ-ବି ଓ ମ୍ୟାଗ୍ନେସିୟମ ଅଭାବରୁ ହୋଇଥାଏ । ଏଥିପାଇଁ ଗୋଟେ ଲେଖା କଦଳୀ, ବିନ୍ସ, ପାଳଙ୍ଗ ଶାଗ ଓ ବାଦାମ ଖାଆନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *