କେଉଁ ଦିନ ଆମିଷ ଖାଇଲେ ପାପ ? ଜାଣନ୍ତୁ କଣ କୁହେ ଶାସ୍ତ୍ର…

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମ ଅନୁଯାୟୀ କିଛି ବାରଣ ହେଉଛି । ସପ୍ତାହକ ସାତ ଦିନ ମଧ୍ୟରେ କିଛି ବାର ରହିଛି ଯେଉଁ ବାରରେ ଆମିଷ ଖାଇବାର ବାରଣ ରହିଛି । ଆମିଷ ଆପଣଙ୍କୁ ପାପର ଭାଗୀଦାର କରେ କି ନାହିଁ ଏହା ଆଜି ଆପଣମାନେ ଜାଣିବା ପାଇଁ ପାଇବେ । ଆମିଷ ନିରାମିଷ ମଧ୍ୟରେ ରହିଥିବା ପ୍ରକରାର ଭେଦର ପ୍ରକୃତ ଅର୍ଥ କଣ, କେଉଁ ଦିନ କେଉଁ ବାରରେ ଆପଣଙ୍କୁ ଆମିଷ ଖାଇବା ପାପର ଭାଗୀଦାର କରାଇଥାଏ ତାହା ସମ୍ପର୍କରେ ମଧ୍ୟ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଅମାବାସ୍ୟା, ସଙ୍କ୍ରାନ୍ତି ଏବଂ ପୁର୍ଣିମା ତିଥିରେ ଆମିଷ ଖାଇବା ଅନୁଚିତ । ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଦିନ ଆମିଷ ଭକ୍ଷଣ କରିବା ନିଷେଧ ଅଟେ ବୋଲି ଆଗକାଳରୁ କଥା ରହିଛି ଯାହାକୁ କି ମୁନି ଋଷିମାନେ ଅନେକ ଗ୍ରନ୍ଥ ଏବଂ ପୋଥିରେ ଉଲ୍ଲେଖ କରିଯାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି କଥାକୁ ଆଧୁନିକ ଲୋକେ ବିଶ୍ଵାସ କରିବାକୁ ନାରାଜ ଏବଂ ଏହାକୁ ଅଣ୍ଡା ବିଶ୍ଵାସର ଏକ ନାମ ଦେଉଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ବିଶ୍ବାସର ସହ ଏହାର ପାଳନ କରୁଛନ୍ତି ।

କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି କଥାକୁ ଗ୍ରହଣ କରୁନାହାନ୍ତି । ଆପଣଙ୍କୁ ଆମିଷର ସେବନ ଆପଣଙ୍କ ଶରୀର ଅବଶ୍ୟାକତା ଅନୁଯାୟୀ ଖାଇବା ଉଚିତ ବୋଲି କିଛି ବିଶେଶଜ୍ଞଙ୍କର ମତ ଅଟେ । ସେମାନେ ଏହି କଥାକୁ ବିଲକୁଲ ମଧ୍ୟ ଗ୍ରହଣ କରନ୍ତି ନାହି କି ବାର ଅନୁଯାୟୀ ନିୟମ ପାଳନ ନକରିବା ଦ୍ଵାରା ଲକ୍ଷ୍ମୀ ଛାଡି ଯାଇଥାନ୍ତି । ସେମାନେ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି କଥାର ଉପସ୍ଥାପନ କରନ୍ତି । ସୃଷ୍ଟିରେ ସମସ୍ତ ଜିନିଷର ପ୍ରଭାବ ନିୟନ୍ତ୍ରଣ ହୋଇ ରହିବା ଦ୍ଵାରା ପୃଥିବୀ ଚାଲିଥାଏ ।

ସେହିଭଳି ଆପଣଙ୍କ ଶରୀର ପାଇଁ ଆପଣ ଖାଉଥିବା ଖାଦ୍ୟ ପ୍ରତି ଆପଣ ଧ୍ୟାନ ଦେଇ ତାହାକୁ ନିୟନ୍ତ୍ରଣ କରି ଖାଇବା ଦ୍ଵାରା ହିଁ ଆପଣ ସୁସ୍ଥ ରହିପାରିବେ । ଏହି କଥାର ଦାବି ଡାକ୍ତର ମାନେ କରୁଛନ୍ତି । ଶାସ୍ତ୍ର ଅନୁଯାୟୀ କହିବା ପାଇଁ ଗଲେ ମଧ୍ୟ ଏହା ଡାକ୍ତରଙ୍କ କଥାରେ ମେଳ ଖାଇଥାଏ । କାରଣ ଶସ୍ତ୍ର ନିୟମ ଏପରି ରହିଛି ଯାହାକି ମାନି ଖାଦ୍ୟା ଗ୍ରହଣ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ତେଣୁ ଶାସ୍ତ୍ର କହିଥିବା କଥା ଏବଂ ବୈଜ୍ଞାନିକ ମାନଙ୍କ କଥାରେ ସମାନତା ରହିଛି । ସ୍ୱାସ୍ଥ୍ୟ ଅନୁଯାୟୀ ସମାନତା ଦେଖିବା ପାଇଁ ମିଳୁଛି । କିନ୍ତୁ ବାରଣ ନ ମାନିବା ଦ୍ଵାରା ଲକ୍ଷ୍ମୀ ଛାଡିଯିବା ଘରେ କଳହ ହେବ କେତେ ଦୂର ସତ ଏହା ଏକ ବଡ ପ୍ରଶ୍ନ କରିବା ପାଇଁ ଗଲେ ପରୋକ୍ଷ ଭାବରେ ମଧ୍ୟ ଏହି କଥାରେ ସତ୍ୟତା ରହିଛି ।

ଯଦି ଆପଣ ଶାସ୍ତ୍ର ଅନୁଯାୟୀ ବାରଣ ନକରି ପ୍ରତ୍ୟକ ଦିନ ଆମିଷ ଭକ୍ଷଣ କରିବାକୁ ଲାଗିବେ ତେବେ ଆପଣ ନିଶ୍ଚୟ ଆପଣ ରୋଗଗ୍ରସ୍ତ ହେବେ ଆପଣଙ୍କ ଚିକିତ୍ସା ପାଇଁ ଘରୁ ଧନ ପାଣି ଭଳି ବହିବାକୁ ଲାଗିବ ଯାହା ଫଳରେ ଆପଣଙ୍କ ଠାରେ ଅଭାବ ଦେଖା ଦେବ । ତେଣୁ ଶାସ୍ତ୍ର ଏବଂ ବିଜ୍ଞାନ ଉଭୟ ଉଭୟ ଜାଗାରେ ଉଚିତ ବୋଲି କୁହାଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଆପଣ ଲାଇକ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *