ପିଲା ହେଉ ନଥିଲେ କିପରି ପ୍ରାକୃତିକ ଉପାୟରେ ହୋଇ ପାରିବ ଗର୍ଭଧାରଣ, ଶୁଣନ୍ତୁ ଡାକ୍ତରଙ୍କ ପରାମର୍ଶ

ନମସ୍କାର ବନ୍ଧୁଗଣ, ମହିଳା ସମ୍ପୂର୍ଣ ହୋଇଥାଏ କୋଳକୁ ସନ୍ତାନଟିଏ ଆସିବା ପରେ । ନାରୀର ମା ପରିଚୟ ସବୁଠାରୁ ଶ୍ରେଷ୍ଠ ହୋଇଥାଏ । ଯେତେବେଳେ ଗୋଟିଏ ନାରୀ କୌଣସି କାରଣ ପାଇଁ ଏଥିରୁ ବଞ୍ଚିତ ହୋଇଥାଏ ତେବେ ତାଙ୍କୁ ବହୁତ କଷ୍ଟ ଲାଗିଥାଏ । ଆଉ ମେଡିକାଲ ଯାଇ ପଇସା ଖର୍ଚ୍ଚ କରି ଅନେକ ଉପାୟରେ ଚେଷ୍ଟା କରିଥାନ୍ତି ଗର୍ଭଧାରଣ କରିବା ପାଇଁ । ତେଣି ଏହି ସମସ୍ୟାକୁ ଆଖି ଆଗରେ ରଖି ଆଜି ଆମେ ଡାକ୍ତରଙ୍କ ପରମର୍ଶ ଅନୁଯାୟୀ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛି କିଭଳି ଭାବରେ ମହିଳାମାନଙ୍କର ପ୍ରାକୃତିକ ଉପାୟରେ ଗର୍ଭଧାରଣ ହୋଇପାରିବ ।

ଗୋଟିଏ ମହିଳାର ଗର୍ଭଧାରଣ ପାଇଁ ଏକ ଗର୍ଭାଶୟ ରହିଛି । ମହିଳା ମାନଙ୍କ ପିରିଅଡର 14 ଦିନ କିମ୍ବା 15 ଦିନ ପରେ ଗର୍ଭାଶୟରେ ଏକ ଅଣ୍ଡା ତିଆରି ହୋଇଥାଏ ସେହି ସମୟରେ ଅଣ୍ଡା ସଂସ୍ପର୍ଶରେ ପୁରୁଷ ମାନଙ୍କ ଶୂକ୍ରାଣୁ ଆସିବା ଫଳରେ ପିଲା ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଶୂକ୍ରାଣୁ ଯୌନାଙ୍ଗ ଭିତରକୁ ଯିବାର 48 ରୁ 72 ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିଥାଏ ।

କିନ୍ତୁ ଗର୍ଭାଶୟରେ ଯେଉଁ ଅଣ୍ଡା ସୃଷ୍ଟି ହୋଇଥାଏ ତାହାର ନଷ୍ଟ ହେବାର ଅବଧି ମାତ୍ର 24 ଘଣ୍ଟା ହୋଇଥାଏ । ତେଣୁ ଯଦି ଅଣ୍ଡା ବାହାରିବାର ପାଖାପାଖି ସମୟରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସହବାସ ହେବ ତେବେ ଗର୍ଭଧାରଣ ହେବାର ସମ୍ଭାବନା ଅଧିକ ହୋଇଥାଏ । କିଛି କେସରେ ଏହି କାରଣ ପାଇଁ ମଧ୍ୟ ଗର୍ଭଧାରଣ ହୋଇପାରିନଥାଏ ।

ତେଣୁ ଅଣ୍ଡା ସୃଷ୍ଟି ହେଉଥିବା ସମୟରେ ସହବାସ କରିବା ଦ୍ଵାରା ଗର୍ଭଧାରଣ ହୋଇଯାଏ । ଗର୍ଭାଶୟ ଭିତରେ ଅଣ୍ଡା ସୃଷ୍ଟି ହେବାର 3 ରୁ 4 ଦିନ ପୂର୍ବରୁ ଏବଂ ଅଣ୍ଡା ଫୁଟିବାର 3 ରୁ 4 ଦିନ ପରେ ସହବାସ କରିବା ଆବଶ୍ୟକ । ଆପଣ ମହିଳାଙ୍କ ପିରିଅଡ ସାଇକେଲରେ 9 କିମ୍ବା 10 ଦିନରୁ ଆରମ୍ଭ କରି 18 ଡ଼ଓ 20 ଦିନ ଭିତରେ ଯେଉଁ ଆଠ ଦଶ ଦିନର ସମୟ ରହିଲା ସେହି ସମୟ ମଧ୍ୟରେ ସହବାସ କରିବା ଉଚିତ ।

ସହବାସ ଆପଣ ଦିନେ ଛଡା ଦିନେ କରିପାରିବେ କିମ୍ବା ପ୍ରତ୍ୟକ ଦିନ ମଧ୍ୟ ଆପଣ କରିପାରିବେ । କାରଣ ଏହି ସମୟରେ ଯଦି ଅଧିକ ଦିନର ବ୍ୟବଧାନ ରହିବ ତେବେ ଅଣ୍ଡା ନଷ୍ଟ ହୋଇଯାଏ । ଯାହାଦ୍ୱାରା ଶୂକ୍ରାଣୁ ସେହି ଅଣ୍ଡା ପାଖରେ ପହଞ୍ଚିପାରିବ ନାହିଁ । ତେଣୁ ଯିଏ ଉଚ୍ଚୁକ ଥାନ୍ତି ଗର୍ଭଧାରଣ କରିବା ପାଇଁ ସେମାନେ ନିହାତି ଭାବରେ ଏହାକୁ ଧ୍ୟାନରେ ରଖି ସହବାସ କରିବା ଉଚିତ ।

ନଚେତ ଗର୍ଭଧାରଣ ହେବାର ପ୍ରତିଶତ 2 ପ୍ରତିଶତ ହୋଇଯାଏ । ତେଣୁ ଯେଉଁମାନଙ୍କୁ ଏହା ସମ୍ପର୍କରେ ଜ୍ଞାନ ନାହିଁ ଆଉ ସେଥିପାଇଁ ଗର୍ଭଧାରଣ ହୋଇପାରୁ ନାହିଁ ସେମାନେ ନିଶ୍ଚୟ ଏହି ସୂଚନା ଅନୁଯାୟୀ ସମ୍ବନ୍ଧ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *