Health Tips- Liver ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ଟି ସଂକେତ, ଜାଣି ନ ପାରିଲେ ପରିଣାମ ଭୟଙ୍କର !

ନମସ୍କାର ବନ୍ଧୁଗଣ , ଲିଭର୍ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି ପଞ୍ଚୋଟି ସଂକେତ । ଆମେ ସମସ୍ତେ ଜାଣିଛି ଯେ ଆମ ଓଡିଆ ସିନେମା , ଚଳଚିତ୍ର , ଆଲବମ ରେ ଅଭିନୟ କରିଥିବା ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ଏହି ଲିଭର୍ ରୋଗ ରୁ ହୋଇଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଏକ ସାମନ୍ୟ  ଭୁଲ ପାଇଁ ଆଜି ଆମ ଓଡିଆ ସିନେମା ର ଅସମ୍ପୂର୍ଣ୍ଣ କ୍ଷତି  ହୋଇଅଛି । ଆସନ୍ତୁ ଆମେ ସମସ୍ତେ ଠାରେ ତାଙ୍କ ପାଇଁ ଆଖି ବୁଜି ମୋନ ହୋଇ ତାଙ୍କ ଆତ୍ମା ପାଇଁ ପ୍ରାଥନା କରିବା ।

ଆମ ପାଇଁ ଏକ ଅବିଶ୍ଵାସ ଖବର ଅଟେ । କିନ୍ତୁ ଏହା ପଛରେ କାରଣ କଣ ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ । ମୃତ୍ୟୁ ପୂର୍ବରୁ ସେ ଚିକିତ୍ସା ନେଉଥିଲେ କାରଣ ତାହାଙ୍କର ଲିଭର ଖରାପ ହୋଇଯାଇଥିଲା । ଅସାବଧନା ଯୋଗୁ ସେ ତାହାଙ୍କର ଜୀବନ ହରାଇ ବସିଲେ  ।

ଯଦି ଲିଭର ଜନିତ ରୋଗ ଦେଖାଯାଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପାରମର୍ଶ ନେବା ଉଚିତ୍ ନଚେତ୍ ଆପଣଙ୍କୁ ମଧ୍ୟ ଭୋଗିବାକୁ ପଡିଥାଏ ଏହାର ପରିଣାମ । ଆଜି ଆମେ ଜାଣିବା ଲିଭର ଖରାପ ହୋଇଯାଇଛି ବୋଲି ଆମେ କିପରି ଜାଣିବା ଯଦି ଆପଣଙ୍କ ଶରୀର ମଧ୍ୟ ଦେଇଥାଏ ଏହି ପଞ୍ଚୋଟି ସଙ୍କେତ ତେବେ ଆପଣ ମଧ୍ୟ ସଚେତନ ହୋଇଯିବେ । ଆସନ୍ତୁ ଜାଣିବା ଏହି ପଞ୍ଚୋଟି ସଙ୍କେତ ବିଷୟରେ ।

ଆଜି କାଲିର ବ୍ୟସ୍ତ ଜୀବନରେ ଆମ ଖାଲି ପଇସା ପଛରେ ଯାଇଥାଉ ଏବଂ ନିଜର ଶରୀର ପ୍ରତି ଜମା ବି ଧ୍ୟାନ ଦେଇନଥାଊ । ଏହି କାରଣ ରୁ ଆମ ଭୋଗିବାକୁ ପଡିଥାଏ ଲିଭର , ହୃଦୟ ଜନିତ ରୋଗ । ଯଦି ଆପଣ ଏହା ପ୍ରତି  ଧ୍ୟାନ ଦେବେ ତେବେ ଆପଣ ମଧ୍ୟ ହୋଇପାରିବେ ଏହି ରୋଗ  ରୁ ସଂପୂର୍ଣ୍ଣ ସୁସ୍ଥ ।  ଆମ ଶରୀରରେ ସମସ୍ତ ଅଙ୍ଗ ଗୁରୁତ୍ଵପୂର୍ଣ୍ଣ ଅଟେ ତହି ମଧ୍ୟରୁ ଲିଭର ଅନ୍ୟତମ ଅଟେ । ଲିଭର  ଆମ ଶରୀରରେ ପାଞ୍ଚ ଶହ ରୁ ଅଧିକ କାମ କରିଥାଏ ଏବଂ ରକ୍ତ କୁ ସଫା କରିବା ଆଦି କାର୍ଯ୍ୟ କରିଥାଏ ।

ଯଦି ଆପଣ ଲିଭର କୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ନିଜର ଖାଦ୍ୟ  ପେୟ ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ ଏହା ଦ୍ଵାରା ମଧ୍ୟ ଆପଣଙ୍କ ଲିଭର୍ ଖରାପ ହୋଇଥାଏ । ଲିଭର୍ ଖରାପ ହେବାର ପ୍ରଥମ ଲକ୍ଷଣ ହେଲା ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ପେଟ ର ଯନ୍ତ୍ରଣା ଏକ ସାମାନ୍ୟ ବିଷୟ ଅଟେ କିନ୍ତୁ ଯଦି ପେଟର ତଳ ଭାଗରେ ଏହା ହୋଇଥାଏ , ତେବେ ଜାଣି  ନିଅନ୍ତୁ କି ଆପଣଙ୍କ ଲିଭର ଖରାପ ହେଉଛି ବୋଲି ।

ଯଦି ଆପଣଙ୍କ ଆଖି ହଳଦିଆ ହୋଇଯାଏ ଏବଂ ମୁହଁ ଧଳା ପଡିଯାଏ ତେବେ ଆପଣଙ୍କ ଲିଭର୍ ଖରାପ ହେବାକୁ ଯାଉଛି ବୋଲି । ଯଦି ଆପଣଙ୍କୁ ଗ୍ୟାଷ୍ଟିକ ସମସ୍ୟା ଅଛି ତେବେ ଏହା ଲିଭର କୁ ନଷ୍ଟ କରିପାରେ । ଆପଣଙ୍କ ଓଜନ ବିନା କାରଣ ରେ କମି ଯାଇଥାଏ ଏବଂ ଭୋକ ମରିଯାଏ ଏହା ଲିଭର ଖରାପ ହେବାର ସଙ୍କେତ ଦେଇଥାଏ ।

ଯଦି ଆପଣ କୁ ସାମାନ୍ୟ କାମ କରିବାରେ ଥକାପଣ ଅନୁଭବ ହୋଇଥାଏ । ଏହା ମଧ୍ୟ ଲିଭର୍ ଖରାପ ହେବାର ସଙ୍କେତ ଅଟେ । ତେଣୁ ଯଦି ଆପଣଙ୍କର ଏହି ସବୁ ସଙ୍କେତ ମିଳିଥାଏ ତେବେ ବିଳମ୍ବ ଣ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *