ମୁହଁରେ ବ୍ରଣ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? କେମିତି ଦୂର ହେବ ବ୍ରଣ ଦେଖନ୍ତୁ କଣ କୁହନ୍ତି Dr Kumar Abhishek

ସାଧାରଣତଃ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ଯା । ବ୍ରଣ ଉଭୟ ପୁରୁଷ ଏବ॰ ମହିଳାଠାରେ ଦେଖାଯାଏ । ଏହା ମୁଖ୍ୟାତଃ ଯୌବନର ଆରମ୍ଭରେ ଦେଖିବାକୁ ମିଳିଥାଏ । ଏଥିପାଇଁ ଅନେକ ଚିନ୍ତିତ ହୋଇ ଯାଇଥା’ନ୍ତି । ଏହା ଏକ ସାଧାରଣତଃ ଚର୍ମ ରୋଗ । ଏହା ଯୁବାବସ୍ତା ରୁ ଆରମ୍ଭ ହୋଇ ସାଧାରଣତଃ ୨୫ବର୍ଷ ପର୍ଯନ୍ତ ରହିଥାଏ । କିନ୍ତୁ କିଛି କ୍ଷେତ୍ରରେ ଏହା ୨୫ବର୍ଷ ପରେ ମଧ୍ୟ ଦେଖାଦିଏ । ସାଧାରଣତଃ ମୁହଁରେ ବ୍ରଣ ୨ କାରଣ ରୁ ହୋଇଥାଏ ।

ପ୍ରଥମତଃ ଯୁବାବସ୍ଥା ଏବ॰ ଦ୍ଵିତୀୟତଃ ମୁହଁ ରେ ଯଦି ଧୂଳି ସଂକ୍ରମଣ କରୁଥାଏ ଅଥବା କୌଣସି ଇନଫେକ୍ଶନ ହୋଇଥିବ; ତେବେ ମଧ୍ୟ ମୁହଁରେ ବ୍ରଣ ହେବାର ଦେଖାଯାଏ । ବ୍ରଣ ଭିନ୍ନଭିନ୍ନ ପ୍ରକାରର ହୋଇଥିବାର ଦେଖାଯାଏ । ଯେପରିକି ହ୍ଵାଇଟ ହେଡ, ବ୍ଲାକ ହେଡ, ପାପୁଲେ, ପୁଷ୍ଟୁଲ ଇତ୍ୟାଦି । ବ୍ରଣକୁ ଚିପିଲେ ସେ ଜାଗା କଳା ଦାଗ ପଡିଯାଇଥାଏ, ତେଣୁ ବ୍ରଣ ସ୍ଥାନ ରେ ହାତ ମାରିବା ଉଚିତ ନୁହେଁ ।

କିଛି କ୍ଷେତ୍ରରେ ସେ ସ୍ଥାନରେ ଗାତ ଭଳି ମଧ୍ୟ ହୋଇଯାଏ । ବ୍ରଣ ଯୋଗୁଁ ମାନସିକ ଚିନ୍ତା ମଧ୍ୟ ବଢିଥାଏ ଏବ॰ ମାନସିକ ଚିନ୍ତା କାରଣରୁ ମଧ୍ୟ ବ୍ରଣ ହୋଇଥାଏ । ସେଥିପାଇଁ ଏହାର ଉପଚାର ନିତ୍ୟାନ୍ତ ଆବଶ୍ୟକ । ବ୍ରଣ ନ ହେବ ପାଇଁ ନିଜର ଖାଦ୍ଯ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

ଯେପରିକି ଯଦି ଆପଣ ଆତ୍ୟଧିକ oily food କିମ୍ବା junk food ଆଦି ଖାଦ୍ଯ ଖାଉଥା’ନ୍ତି ତେବେ ଆପଣଙ୍କ ଶରୀରରେ IGF ର ବୃଦ୍ଧି ହୋଇଥାଏ । ଫଳରେ ବ୍ରଣ ର ସମୁଖୀନ ହେବାକୁ ପଡିଥାଏ । ଯେଉଁ ଖାଦ୍ଯରେ ସୁଗାର ର ପରିମାଣ ଅଧିକ ଥାଏ ସେହିପାରି ଖାଦ୍ଯ ଦ୍ଵାରା ବ୍ରଣ ହେବାର ମଧ୍ୟ ଦେଖା ଦିଏ । ଡାଃ. ଙ୍କର ବୀନା ପରାମର୍ଶ ରେ କୌଣସି ମଲମ, ସାବୁନ କିମ୍ବା କୌଣସି ଆଧୁନିକ କ୍ରିମ ଆଦି ବ୍ୟବହାର କରିବା ଅନୁଚିତ । ଏହା ଦ୍ଵାରା ବ୍ରଣ ଅଧିକ ବଢି ଯାଏ ।

ସାବୁନ ର PH ମୁହଁର PH କୁ ନଷ୍ଟ କରିଦେଇଥାଏ; ତେଣୁ ମୁହଁରେ ସାବୁନ ଲଗାଇବା ଉଚିତ ନୁହେଁ । କିନ୍ତୁ ଆପଣ ଯଦି ଚନ୍ଦନ ହଳଦୀ ବେସନ ଇତ୍ଯାଦି ଦ୍ଵାରା କିଛି ଘରୋଇ ଉପଚାର କରିବାକୁ ଚାହାନ୍ତି, ତେବେ କରି ପାରିବେ । ସାଧାରଣତଃ ଯେଉଁ ମହିଳା ମାନେ PCOS ରେ ଗ୍ରସ୍ତ ଥା’ନ୍ତି । ସେମାନଙ୍କର ବ୍ରଣ ହେବା ସହ ବାଳ ମଧ୍ୟ ଝଡି ଥାଏ, ଓଜନ ମଧ୍ୟ ବଢିଥାଏ । ସେଥିପାଇଁ କୌଣସି ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ସାଧାରଣତଃ PCOS ରୋଗୀ ମାନଙ୍କ ପାଇଁ ଡାଃ. ହରମୋନ ଥେରାପି ଦେଇଥା’ନ୍ତି । 

ସାଧାରଣତଃ ବ୍ରଣ ପାଇଁ ବିଭିନ୍ନ କ୍ରିମ ରହିଛି ଅଥବା ISOTRETINOIN ଭଳି କିଛି ଟାବ୍ଲେଟ ମଧ୍ୟ ୧୫ ରୁ ୩୦ ଦିନ ପାଇଁ ଡାଃ. ଦେଇଥା’ନ୍ତି । ବ୍ରଣ ହେଲେ ହେୟଜ୍ଞାନ ନ କରି ଡାଃ. ଙ୍କର ତୁରନ୍ତ ପରାମର୍ଶ ନେବା ଉଚିତ । ସର୍ବ ପ୍ରଥମେ ଡରମାଟୋଲୋଜିଷ୍ଟ ଙ୍କ ପାଖକୁ ଯାଇ ଦେଖାଇବା ଉଚିତ । ଚିନ୍ତା କମ କରିବା ସହ ଖାଇବା ପିଇବା ର ମଧ୍ୟ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *