Under Weight ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେମିତି ବଢିବ ଓଜନ ? କ ‘ଣ ଖାଇବେ ? (Dr Sunita Sahoo)

ଓଜନ ବୃଦ୍ଧି ହେବା ଆଜିର ଯୁଗରେ ସମସ୍ୟା ହେଉଛି ଏବଂ ଏହାକୁ କମେଇବା ପାଇଁ ଅନେକ ପଦ୍ଧତି ରହିଅଛି । ବିଭିନ୍ନ ଉପାୟ ରେ ଆମେ ଓଜନ କୁ କମେଇ ଥାଉ କିନ୍ତୁ ଯେଉଁମାନେ ପତଳା ରହିଥାନ୍ତି । ଯେତେ ଚେଷ୍ଟା କରିଲେ ମଧ୍ୟ ମୋଟା ହୋଇନଥାନ୍ତି । ପ୍ରଥମତ ସେମାନେ ସାହସ ହୀନ ହୋଇଯାଇଥାନ୍ତି ବହୁତ ଦୁଃଖିତ ରହିଥାନ୍ତି  । ଓଜନ ବୃଦ୍ଧି ଓ ଓଜନ ନ ହେବ ଉଭୟ ଆମ ପାଇଁ ସମସ୍ୟା ର କାରଣ ହୋଇଥାନ୍ତି ।

ଡାକ୍ତର ସୁନିତା ସାହୁ  ଅନୁସାରେ ଆମର ଉଚ୍ଚତା ଅନୁଯାୟୀ ଆମ ଓଜନ ରାହିବା ଉଚିତ୍ ହୋଇଥାଏ । ଯଦି ବ୍ୟକ୍ତି ର ଉଚ୍ଚତା ଅନୁସାରେ ଓଜନ ଅଧିକ ହୋଇଥାଏ ତେବେ ବ୍ୟକ୍ତି ଶରୀରରେ ଅସୁବିଧା ହୋଇଥାଏ । ଯଦି ବ୍ୟକ୍ତି ଉଚ୍ଚତା ଅନୁସାରେ ଓଜନ  ନା ବଢିଲେ ମଧ୍ୟ  ଅସୁବିଧା ହୋଇଥାଏ । ତେଣୁ ବ୍ୟକ୍ତି କୁ ସର୍ବଦା ଉଚ୍ଚତା ଅନୁଯାୟୀ ନିଜର ଓଜନ ରହିବା ଉଚିତ୍ ।

ପତଳା ଲୋକମାନେ ଖାଦ୍ଯ ଖାଇଲେ ମଧ୍ୟ ଓଜନ ବଢି ନ ଥାଏ । କାରଣ ଯଦି ପିତମାତା ପତଳା ରହିଥାନ୍ତି ତେବେ ସେହି ଜିନ୍ ପିଲାର ରହିଥାଏ ଯାହା ଫଳରେ ଓଜନ ବଢି ନ ଥାଏ । କିନ୍ତୁ ପିତାମାତା ଓଜନ ବଢିଥାଏ ମାତ୍ର ପିଲା ପତମା ରହିଥାଏ ତେବେ ସେ ପ୍ରୋଟିନ ଅନୁଯାୟୀ ଖାଦ୍ୟ କୁ ନେଉ ନାହିଁ । ଏହି କାରଣ ରୁ ବ୍ୟକ୍ତି ର ଓଜନ ବଢି ନଥାଏ । ପତଳା ଥିବା ଲୋକମାନେ ଭାବିଥାନ୍ତି କି ତାଙ୍କୁ ବ୍ୟାୟାମ କରିବା ଦରକାର ନାହିଁ ।

କିନ୍ତୁ ଏହା ଭୁଲ ଅଟେ କାରଣ ପତଳା ଲୋକମାନେ ବ୍ୟାୟାମ କରିବା ଦ୍ଵାରା ସେମାନଙ୍କ ମଶାଲ୍ସ ଖୋଲି ଥାଏ ଏବଂ ମୋଟା ହେବାର ସମ୍ଭାବନା ରହିଥାଏ । ତେଣୁ ପତଳା ଲୋକମାନଙ୍କୁ ସବୁ  ଦିନ କିଛି ବ୍ୟାୟାମ କରିବା ଉଚିତ୍ । ଦ୍ଵିତୀୟରେ ସେମାନଙ୍କୁ ତାଙ୍କ ଓଜନ ଅନୁସାରେ ପ୍ରୋଟିନର ସେବନ କରିବା ଉଚିତ୍ । ଯଦି ଆପଣଙ୍କ ଓଜନ ପଚାଶ ହୋଇଥାଏ ତେବେ ସେହି ଅନୁସାରେ ଆପଣଙ୍କୁ ପ୍ରୋଟିନ ନେବା ଉଚିତ୍ ।

ବ୍ୟକ୍ତି ଯଦି ଏହା କରିନଥାଏ ତେବେ ତାହାର ଓଜନ ବୃଦ୍ଧି ହୋଇନଥାଏ । ଓଜନ ବୃଦ୍ଧି କରିବା ପାଇଁ ଆପଣଙ୍କୁ 1.5 ଗ୍ରାମ ପ୍ରୋଟିନ ଓଜନ ଅନୁଯାୟୀ ନେବାକୁ ହୋଇଥାଏ । ଏହା ଛଡା ପତଳା ଲୋକମାନଙ୍କୁ ନିଜର ଖାଦ୍ୟ ର ପରିମାଣ ବଢାଇବା ଉଚିତ୍ । ଯଦି ଆପଣ ଦିନକୁ ଦୁଇ ଥର ଭାତ ଖାଆନ୍ତି ତେବେ ତାହାର ପରିମାଣ ବୃଦ୍ଧି କରିବେ ଦୁଇଟି ରୁଟି ବଦଳରେ ଚାରୋଟି ରୁଟି ଖାଇବେ ।

ଏହା ସହିତ ଜଳଖିଆ ରେ କ୍ଷୀର , ଦହି ରୁଟି ସହିତ ଡାଲମା ଆଦି ସାମିଲ କରନ୍ତୁ । ଆମିଷ ରେ ଆପଣଙ୍କୁ ଅଣ୍ଡା ଖାଇବା ଉଚିତ୍ ଅଣ୍ଡା ର ଧଳା ଅଂଶ ରେ ଆପଣଙ୍କୁ ଅଧିକ ପ୍ରୋଟିନ ମିଳିଥାଏ  । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେଆର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *