କାହିଁକି ଖରାପ ହୁଏ Kidney ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ନମସ୍କାର ବନ୍ଧୁଗଣ , କିଡନି ହେଉଛି ଆମ ଶରୀର  ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ମଣିଷ ଶରୀର ରେ ଯଦି କିଡନି ଜନିତ ରୋଗ ହୋଇଥାଏ ତେବେ ଏହା  ମଣିଷ କୁ ମୃତ୍ୟୁ ମୁଖ ଆଡ କୁ ନେଇଯାଇଥାଏ । ଆପଣ ଦେଖିଥିବେ ଆମେ ଘରେ ପାଣି କୁ ଛାଣିବାର ଯନ୍ତ୍ର ରହିଥାଏ । ଆମେ ପାଣି କୁ ଏଥିରେ ପକେଇ ଥାଉ ତାପରେ ଛଣା ହେଇଥିବା ପାଣି କୁ ପିଇଥାଉ । ଆମେ ଦେଖି ଥାଉ  ଯେ ସେହି ଯନ୍ତ୍ର ମାଧ୍ୟମରେ ଆମେ ଶୁଦ୍ଧ ପାଣି ପିଇ ପାରୁଛି,

ଠିକ ସେହି ପରି ଆମ ଶରୀରରେ ମଧ୍ୟ କିଡନି ଛାଣିବା ର କାର୍ଯ୍ୟ କରିଥାଏ । ଯଦି ଏହା ଖରାପ ହେଇଯାଇଥାଏ ତେବେ ଦୂଷିତ ଜିନିଷ ଆମ ଶରୀର କୁ ସିଧାସଳକ ପ୍ରବେଶ କରିଥାନ୍ତି । ତେଣୁ କିଡନି ଜନିତ ସମସ୍ଯା କୁ ସାମାନ୍ୟ ଭାବିବେ ନାହିଁ । ବ୍ୟକ୍ତି କୁ ଦିନକୁ ସାତ ଲିଟର ପାଣି ପିଇବା ଉଚିତ୍ ।

କାରଣ ଆମ ଶରୀର ରେ ବର୍ଜ୍ୟବସ୍ତୁ କୁ ବାହାର କରିବାରେ ସାହାଯ୍ୟ କରିଥାଏ । ଅନାବଶ୍ୟକ ଜିନିଷ ପରିସ୍ରା ଝାଡା ବାଟେ ବାହାର କୁ ଆସିଥାନ୍ତି । ବିଶେଷଜ୍ଞ ମାନେ କହିଛନ୍ତି ଯେ ଆମ ଦେଶରେ ଅଧିକାଂଶ ଲୋକମାନେ ଡାଇବେଟିସ ରୋଗ ରେ ଆକ୍ରାନ୍ତ  ହୋଇଥାନ୍ତି ତେଣୁ ଆମ ଦେଶ ରେ ଅଧିକ କିଡନି ଫେଲ୍ ଦେଖାଯାଇଥାଏ । ଆଉ କେତେକ ଲୋକମାନେ ଆଣ୍ଠୁ ବିନ୍ଧା ସାମନ୍ୟ ମୁଣ୍ଡ ବିନ୍ଧା ପାଇଁ ଔଷଧ ବର୍ଷ ବର୍ଷ ଧରି ଖାଇଥାନ୍ତି ।

ଯାହା ର ପ୍ରଭାବ ପଡିଥାଏ ଆମ କିଡନି ଉପରେ ତେଣୁ ଡାକ୍ତର ପରାମର୍ଶ ଦେଇଥାନ୍ତି କି ଅଧିକ ଔଷଧ ର ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଆମକୁ ଅବଶ୍ୟକ ହେଲେ ହି ଔଷଧ ଖାଇବା ଉଚିତ୍ । ଆଉ କେତେକ ସ୍ତରରେ ଅଧିକ ଏନ୍ଟି ବୟୋଟିକ ମେଡ଼ିସିନ ଖାଇବା ଦ୍ଵାରା ମଧ୍ୟ କିଡନି ଖରାପ ହୋଇଥାଏ । ଆପଣ କେମିତି ଜାଣିବେ ଯେ ଆପଣଙ୍କ  କିଡନି ଖରାପ ହେଇଛି ବୋଲି ।

ଆସନ୍ତୁ ଜାଣିବା ଏହାର ଲକ୍ଷଣ ସମ୍ବନ୍ଧରେ ଯଦି ଆପଣଙ୍କ କିଡନି ଖରାପ ହୋଇଥାଏ ତେବେ ଆପଣଙ୍କୁ ଦୁର୍ବଳତା ଲାଗିଥାଏ ଏବଂ ଶୋଇଥିବା ସମୟରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ । ସାମାନ୍ୟ କାମ କରିଲେ ଥକାପଣ ଅନୁଭବ କରିଛନ୍ତି । ଯଦି ଆପଣ ଏହି ସବୁ ଲକ୍ଷବ ଅନୁଭବ କରୁଛନ୍ତି ଯଥା ଶୀଘ୍ର ଡାକ୍ତରଙ୍କ ଯିବା ଉଚିତ୍ ।

କିଡନି ସମସ୍ଯା ଜାଣିବା ପାଇଁ ଆମ କୁ ପରିସ୍ରା ଏବଂ ରକ୍ତ ର ପରୀକ୍ଷା କରେଇବା ଦ୍ଵାରା ଆମେ ଜାଣି ପାରିବା କି କିଡନି ଖରାପ ହେଇଛି କି ନାହିଁ । ଯଦି ପାଣି ରେ ଜିଙ୍ଗ ର ପରିମାଣ ଅଧିକ ରହିଥାଏ ଏହାକୁ ଅଧିକ ପିଇବା ଦ୍ଵାରା ମଧ୍ୟ କିଡନି ସମସ୍ଯା ଦେଖାଯାଇଥାଏ । ତେଣୁ ପାଣି ର ସେବନ ଅଧିକ ବା କମ୍ ବ କରି ସଠିକ ପରିମାଣରେ ପିଇବା ଉଚିତ୍ ହୋଇଥାଏ ।

ତେଣୁ ଆପଣ ଗରମ ପାଣି ପିଅନ୍ତୁ ଏବଂ ସବୁ ଦିନ ବ୍ୟାୟାମ ଯୋଗ ନିଶ୍ଚିତ କରନ୍ତୁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *