Astrology- ତୁଳସୀ ଚଉରା ପୂଜାରେ ନାଲି ମନ୍ଦାର ଲାଗେ କି … ? କେଉଁ ଫୁଲରେ ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ୍ 

ନମସ୍କାର ବନ୍ଧୁଗଣ , ପ୍ରତ୍ୟେକ ଘରମାନଙ୍କ ରେ ତୁଳସୀ ପୂଜା କରାଯାଏ । କାରଣ ମା ‘ ତୁଳସୀଙ୍କୁ ପୂଜା କରିବା ଦ୍ଵାରା ଘରେ ଶୁଭ ହୋଇଥାଏ ଏବଂ ଘରେ ଥିବା ନାକାରାତ୍ମକ ପ୍ରଭାବ ଦୂର ହୋଇ ସକାରାତ୍ମକ ଊର୍ଜା ଘର କୁ ପ୍ରବେଶ କରିଥାଏ । ତୁଳସୀ ପତ୍ର ହେଉଛି ସବୁଠାରୁ ପବିତ୍ର ପତ୍ର ଏହି ପତ୍ର କୁ ପୂଜା କରିବା ଏବଂ ଖାଇବା ଦ୍ଵାରା ଆମ ପାପ ଦୂର ହୋଇଥାଏ । ମା ‘ ତୁଳସୀଙ୍କୁ ପୂଜା କରିବା ନିହାତି ଜରୁରୀ ହୋଇଥାଏ ।

ତୁଳସୀ ପୂଜା ବିନା  ଦିନକୁ ପ୍ରାରମ୍ଭ କରାଯାଇନଥାଏ । ତୁଳସୀ ଏକ ଏପରି ଗଛ ଅଟେ ଆମ ବିଜ୍ଞାନ ମତରେ ଏହାକୁ  ସମସ୍ତଙ୍କ ଘରେ ରଖିବା ଉଚିତ୍ ହୋଇଥାଏ । ବୈଜ୍ଞାନିକ ମାନେ କହିଥାନ୍ତି ଯେ ଯେତେ ବେଳେ ପବନ ତୁଲସୀ ଗଛ କୁ ସ୍ପର୍ଶ କରି ଆମ ଘରର ଭିତର କୁ ଆସିଥାଏ ତେବେ ଆମ ଘର ଭିତରେ ଥିବା ରୋଗ ଜୀବାଣୁ ଘରୁ ବାହରକୁ ଯାଇଥାନ୍ତି ।

ଶାସ୍ତ୍ର ଅନୁସାରେ ଘରର ଅଗଣା ରେ ତୁଲସୀ ଗଛ ରହିବା ଦ୍ଵାରା ଘରେ ନାକାରତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ତେଣୁ ଆମେ ସମସ୍ତର ଘର ର ସାମ୍ନାରେ ମା ‘ ବୃନ୍ଦାବତୀଙ୍କୁ ସ୍ଥାପନ କରିଥାଉ । ସନାତନ ଧର୍ମ ରେ ପୁରୁଷ ସ୍ତ୍ରୀ ବଡ ସାନ ସମସ୍ତେ ମା ‘ ବୃନ୍ଦାବତୀଙ୍କ ପୂଜା କରିବାର ନିୟମ ରହିଛି । ସବୁ ଜାତିର ସବୁ ଧର୍ମ ନିର୍ବିଶେଷ ରେ ସମସ୍ତର ତୁଲସୀ ପୂଜା କରିପାରିବେ ଏଥିରେ କୋଣସି ବାରଣ  ନ ଥାଏ ।

ତୁଲସୀ ହେଉଛି ଭଗବାନ ଶ୍ରୀ ହଋଙ୍କ ଅତି ପ୍ରିୟ ଏବଂ ଭଗବାନ ଶ୍ରୀ  ହରି  ମାତା ବୃନ୍ଦାବତୀଙ୍କୁ ବରଦାନ ଦେଇଛନ୍ତି , ଯେ ମୁଁ ତୁମକୁ ମୋର ମସ୍ତକରେ  ଧାରଣ କରିବି ଏବଂ ତୁମେ ସର୍ବ ପୂଜିତ ହେବ । ତେଣୁ ତୁଳସୀ କୁ ତୋଳି କି ଆଣି ଭଗବାନ ଶ୍ରୀ ହରିଙ୍କ ପାଦ ରେ ଅର୍ପଣ ନ କରି ମସ୍ତକ ରେ ଅର୍ପଣ କରିବା ଉଚିତ୍ । ମାତା ତୁଳସୀଙ୍କୁ ଧ୍ୟାନ କରିବା ଦ୍ଵାରା ଆମ ସମସ୍ତ ପାପ ଦୂର ହୋଇଥାଏ ।

ଯେତେ ବି ସଂସାର ରେ ଫୁଲ ରହିଛି ତୁଳସୀଙ୍କ ସହିତ କେହି ବି ସମାନ ନୁହନ୍ତି । ସବୁ ଫୁଲ ଠାରୁ ତୁଳସୀ ର ପତ୍ର ସର୍ବ ଶ୍ରେଷ୍ଟ ଅଟେ । ମା ‘ ବୃନ୍ଦାବତୀ ଙ୍କୁ ଆମେ ମାଲତୀ , ବକୁଳ , ଅଶୋକ  ଆଦି ଫୁଲ ରେ ପୂଜା କରିପାରିବା । ମା ‘ ତୁଳସୀଙ୍କୁ ଆମେ ମଲ୍ଲି , ଜୁଇ , ଜାଇ ଆଦି ଫୁଲ ରେ ପୂଜା କରିପାରିବା ।

ଏହା ସହିତ ଆମେ ଶାସ୍ତ୍ର ଅନୁଯାୟୀ ଆମେ ନାଲି ମନ୍ଦାରରେ ମା ‘ ତୁଳସୀଙ୍କୁ ପୂଜା କରିପାରିବା । ବିଭିନ୍ନ ଫୁଲ ରେ ଆମେ ତୁଳସୀ ପୂଜା କରିପାରିବା । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *