ଜୀବନ ଚାଲିଯାଉ ପଛେ କିନ୍ତୁ ସୋମବାର ଦିନ ଏହି 5 କାମ କେବେ ବି କରନ୍ତୁ ନାହିଁ, କ୍ରୋଧିତ ହୁଅନ୍ତି ଭୋଳାନାଥ

ନମସ୍କାର ବନ୍ଧୁଗଣ, ସୋମବାର ନାଁ ଶୁଣିଲେ ମନରେ ପବିତ୍ର ଏବଂ ଭକ୍ତି ଭାବନା ଆସିଯାଏ ମହାଦେବଙ୍କ ପାଇଁ । ତେଣୁ ସୋମବାର ଭଳି ପବିତ୍ର ବାରରେ କାର୍ଯ୍ୟ ମଧ୍ୟ ପବିତ୍ର ହେବା ଆବଶ୍ୟକ । ଆପଣଙ୍କୁ ମହାଦେବ ଶିବଙ୍କ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି ଶାସ୍ତ୍ର ଅନୁଯାୟୀ ତାହା ସମ୍ପର୍କରେ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସୋମବାର ଦିନ ଆପଣଙ୍କୁ କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ ।

11- ଯଦି ଆପଣ ସୋମବାର ବ୍ରତ କରିଛନ୍ତି ତେବେ ଆପଣ ଉପବାସ ରହିବା ଦରକାର । ଯଦି ବି ଆପଣ ଏକ ଓଳି ଉପବାସ କରୁଛନ୍ତି ଆଉ ପରେ ଖାଉଛନ୍ତି ତେବେ ଲୁଣ ଖାଇବାକୁ ସେହିଦିନ ବର୍ଜନ କରନ୍ତୁ । 2- ସୋମବାର ବ୍ରତ କରୁଥିଲେ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ । କାରଣ ଏହିଦିନ ଶାରୀରିକ ସମ୍ବନ୍ଧ ରଖିବା ସମ୍ପୂର୍ଣ ଅନୁଚିତ ।

3- ଆପଣଙ୍କୁ ଆପଣଙ୍କ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଉଚିତ । ଯଦି ବି ସେମାନେ ଆପଣଙ୍କ ପାଇଁ ଅନ୍ୟାୟ କରୁଥାନ୍ତି ତଥାପି ଆପଣଙ୍କୁ ସୋମବାର ଦିନ ଚୁପ ରହିବା ଆବଶ୍ୟକ । ତାଙ୍କୁ କିଛି ଉତ୍ତର ନଦେଇ ବାସ ମୌନ ରହିଯିବା ହିଁ ଆପଣଙ୍କ ପାଇଁ ମଙ୍ଗଳ । ସୋମବାର ଦିନ ଆପଣଙ୍କୁ କୌଣସି ମାରପିଟରେ ପଡିବା ଉଚିତ ନୁହେଁ ।

4- ଆପଣଙ୍କୁ ସୋମବାର ଦିନ ତାମସିକ ଭୋଜନ ବିଲକୁଲ ମଧ୍ୟ କରିବା ଉଚିତ ନୁହେଁ । ମାଛ, ମାଂସ, ନିଶା ସେବନ ଇତ୍ୟାଦି ଠାରୁ ଦୂରେଇ ରହିବା ଉଚିତ । 5- ସମସ୍ତ ଭକ୍ତ ଭଗବାନଙ୍କ ଆରତୀ ସମୟରେ ତାଳି ମାରି ତାଙ୍କ ଆରତୀ କରିଥାନ୍ତି ସମସ୍ତେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଭଗବାନ ଶିବଙ୍କ ମନ୍ଦିରରେ ତାଳି ମାରିବାକୁ ବର୍ଜିତ ମନା ଯାଇଛି ଶାସ୍ତ୍ର ଅନୁଯାୟୀ ।

6- ସୋମବାର ଦିନ ଆପଣ ଶିବ ଭଗବାନଙ୍କର ସକାଳେ ଏବଂ ସନ୍ଧ୍ୟାରେ ଆଳତି କରିବା ଉଚିତ । ଏହାସହିତ ଆପଣଙ୍କୁ ଭଗବାନ ଶିବଙ୍କ ଉପରେ ଜଳ ଚଢାଇବା ମଧ୍ୟ ଉଚିତ । 7- ଧ୍ୟାନ ରଖନ୍ତୁ ମହାଦେବ ସର୍ବଦା ସମାଧିରେ ଲୀନ ଥାନ୍ତି ତଥା ଧ୍ୟାନମଗ୍ନ ଥାନ୍ତି ।

ତେଣୁ ତାଙ୍କ ଧ୍ୟାନ ଭଙ୍ଗର ଘୋର ବିପତ୍ତିର ପରିଣାମ ଆଣିଦେଇଥାଏ । ତେଣୁ ଆପଣଙ୍କୁ ଶିବ ମନ୍ଦିରରେ ଶାନ୍ତିରେ ପୂଜା କରିବା ଉଚିତ । କେବଳ ଘଣ୍ଟି, ଶଙ୍ଖ ଛଡା ଆପଣଙ୍କୁ ଅନ୍ୟ କୌଣସି ବାଦ୍ୟ ବଜାଇ ତାଙ୍କ ଧ୍ୟାନ ଭଙ୍ଗ କରିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ବହୁତ ବଡ ଭୟଙ୍କର ପରିସ୍ଥିତି ଆଣିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *