ମାତ୍ର ଗୋଟିଏ ରାତିରେ ମୋର 20 ବର୍ଷର ପୁରୁଣା ଆଣ୍ଠୁ ଗଣ୍ଠି ଦରଜ ଭଲ ହେଇଗଲା, ଆପଣ ବି ଥରେ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ- Health Tips

ଆଜିକାଲି ଅନିୟିମିତ ଜୀବନ ଶୈଳୀ ହେତୁ କମ ବୟସର ପିଲାଙ୍କ ଠାରେ ମଧ୍ୟ ଆଁଠୁ ଗଣ୍ଠି ଦରଜ ପରି ରୋଗ ଦେଖା ଦେଉଛି ଓ ଅତ୍ୟଧିକ ଥକାପଣ ଅନୁଭବ କରୁଛନ୍ତି । ତେବେ ସମସ୍ତ ଦୁର୍ବଳତା ଦୂର କରି ତୁରନ୍ତ ଶକ୍ତି ଯୋଗାଇବ ଘରୋଇ ଉପରେ ପ୍ରସ୍ତୁତ ଏହି ଚୂରଣ । ଆସନ୍ତୁ ଜାଣିବା ତାହା କିପରି ପ୍ରସ୍ତୁତ କରିବେ ଓ କିପରି ସେବନ କରିବେ ।

ଏହି ଚୂରଣ ପ୍ରସ୍ତୁତ କରିବାକୁ ଆପଣଙ୍କୁ କେବଳ ପାଞ୍ଚଟି ସାମଗ୍ରୀର ଆବଶ୍ୟକ ହେବ ଓ ଏହି ସାମଗ୍ରୀ ସବୁ ଆପଣଙ୍କୁ ନିଜ ରୋଷେଇ ଘରେ ହିଁ ଅତି ସହଜରେ ମିଳିଯିବ । ଏହି ଔଷଧୀ ଏତେ ଶକ୍ତିଶାଳୀ ଅଟେ ଯେ, ତିନି ମଧ୍ୟରେ ପ୍ରଭାବ ପଡିବା ଆରମ୍ଭ ହୋଇଯିବ । ଏହା ସେବନ କରିବା ସହ ଯୋଗ ଏବଂ ପ୍ରାଣାୟମ କଲେ ଗୋଟିଏ ରୁ ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କ ରୋଗ ଭଲ ହୋଇଯିବ ।

ଏହି ଔଷଧୀୟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଖଣ୍ଡେ ଶୁଣ୍ଠି । ଏହା ସହ ଦୁଇରୁ ତିନି ଗ୍ରାମ ଗୋଲ ମରିଚ ଓ ପାଞ୍ଚରୁ ଛଅଟି ଲବଙ୍ଗ । ତାପରେ ନେବେ ଦୁଇରୁ ତିନି ଚାମୁଚ ପୋସ୍ତ ବା ପପି ସିଡ୍ସ ଏବଂ ଶେଷରେ ନେବେ ଗୋଟିଏ ଜାଇ ଫଳ । ଏହା ପରେ ଏହି ସବୁକୁ ଗୋଟିଏ ଦସ୍ତାରେ ପକାଇ ଭଲ ଭାବେ କୁଟି ଗୁଣ୍ଡ କରି ଦେବେ । ମାତ୍ର ଏହାକୁ ସଂପୂର୍ଣ୍ଣ ଭାବେ ମଧ୍ୟ ଗୁଣ୍ଡା କରିବେ ନହିଁ ।  ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଚମତ୍କାରୀ ଔଷଧ ।

ମାତ୍ର ଏହା ବହୁତ ଗରମ ହୋଇଥାଏ ଶରୀର ପାଇଁ, ସେଥିପାଇଁ ଏହାକୁ ସେବନ କରିବାର ସଠିକ ଉପାୟ ଏବଂ ମାତ୍ରା ମଧ୍ୟ ଜାଣିବା ଆବଶ୍ୟକ । ଯେଉଁ ମାନଙ୍କୁ ବାତ ହୁଏ ବା ହାଡ ଗଣ୍ଠି ଖୁବ ଅଧିକ ବ୍ୟଥା ହୁଏ, ଯେଉଁ ମାନଙ୍କୁ ବାରମ୍ବାର ଥଣ୍ଡା, କଫ ଆଦି ହୁଏ ସେମାନେ ଏହି ଚୂରଣକୁ ପ୍ରତିଦିନ ହାଲୁକା ଗରମ ପାଣି ସହ ସେବନ କରିବା ଉଚିତ ।

ଯଦି ଏହା ସେବନ କରିବା ଦ୍ଵାରା ଆପଣଙ୍କୁ ଅଧିକ ଗରମ ଅନୁଭବ ହେଉଛି ତେବେ ଆପଣ ଏହାକୁ ଗୋଟିଏ ଦିନ ଛାଡି ଆଉ ଗୋଟିଏ ଦିନ ସେବନ କରି ପାରିବେ । ଯେଉଁ ଲୋକଙ୍କୁ ପିତ ବା ପେଟ ସମସ୍ଯା ଯଥା ଗ୍ଯାସ, ବଦହଜମ, କୋଷ୍ଠକାଠିନ୍ୟ ଆଦି ଲାଗି ରୁହେ ସେମାନେ ମଧ୍ୟ ଏହାକୁ ଅଅଁଳା କିମ୍ବା ତ୍ରିଫଳା ସହ ସେବନ କରି ପାରିବେ ।

ଆଜି କାଲିର ଯୁବା ପିଢିଙ୍କୁ ସୁସ୍ଥ ଓ ସବଳ ରଖିବା ପାଇଁ ପ୍ରାକୃତିକ ଉପାୟରେ ଏହାଠୁ ଭଲ ଔଷଧ ଆଉ ନାହିଁ । ଯଦି ଆପଣଙ୍କୁ ଉପର ଲିଖିତ କିଛି ସମସ୍ଯା ରହିଛି ତେବ ଆପଣ ନିଶ୍ଚୟ ଏହି ଉପଚାର ଆପଣେଇ ଦେଖନ୍ତୁ କିମ୍ବା ଆପଣଙ୍କ ସମ୍ପର୍କୀୟ ବା ପରିଚିତ ଲୋକଙ୍କ ମଧ୍ୟରେ କେହି ଥିଲେ ତାଙ୍କୁ ମଧ୍ୟ ନିଶ୍ଚୟ ସେୟାର କରନ୍ତୁ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *