Jyotish Shastra- ଆସନ୍ତା ମାସରେ ରାଜଯୋଗ, ଚମକିବ ଏହି 5 ଟି ରାଶିର ଭାଗ୍ୟ, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଶି ଗ୍ରହ ର ପରିବର୍ତ୍ତନ ମନୁଷ୍ୟ ଜୀବନ ରେ ଗଭୀର ଛାପ ପକାଇଥାଏ । ପ୍ରତି ମୁହୂର୍ତ୍ତରେ ରାଶି ଗ୍ରହ ରେ ପରିବର୍ତ୍ତନ ଦେଖା ଯାଇଥାଏ । ଏହାଦ୍ବାରା ବ୍ୟକ୍ତି ର ଆଗାମୀ ଭବିଷ୍ୟତ ରେ ଏହାର ପ୍ରଭାବ ପଡ଼ିଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ରାଶିଚକ୍ର ର ୧୨ ଟି ରାଶି ମାନଙ୍କ ଏହି ଜୁଲାଇ ୨୦୨୧ ରେ ଥିବା ରାଶିଫଳ ସମ୍ବନ୍ଧରେ କହିବୁ । କିଛି ରାଶି ମାନଙ୍କ ସୁଖ ସମୟ ର ଆଗମନ ହୋଇଛି ଏବଂ କିଛି ରାଶି ଙ୍କୁ ଏହି ମାସ ରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ର ପୈତୃକ ସଂପତ୍ତିକୁ ନେଇ କିଛି ଗଣ୍ଡଗୋଳ ହୋଇପାରେ । ହଜି ଯାଇଥିବା ଧନ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦେଖା ଯାଇପାରେ । କିନ୍ତୁ ସେହି ସମସ୍ୟା ଏତେ ଗମ୍ଭୀର ହୋଇନଥାଏ । ଏମାନଙ୍କୁ କର୍ମ କ୍ଷେତ୍ରରେ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କିନ୍ତୁ ମହିଳା ମାନଙ୍କ ପାଇଁ ଆସନ୍ତା ସମୟ ଶୁଭଦାୟକ ଅଟେ ।

୨. ବୃଷ ରାଶି- ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚେଷ୍ଟା ଏବଂ ଯଥା ସମ୍ଭବ ପରିଶ୍ରମ କରିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି କ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିବ । ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଉନ୍ନତି ହାସଲ ହେବ ।

 

୩. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବାର ରେ ସୁଖ ଶାନ୍ତି ସ୍ଥାପନ ହେବ ।

୪. କର୍କଟ ରାଶି- ଏହି ରାଶିର ବ୍ୟକ୍ତି ଙ୍କ ବୈବାହିକ ଜୀବନ ରେ ସମସ୍ୟା ଆସିବ ଏବଂ ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିବ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

୫. ସିଂହ ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବାର ସମ୍ଭାବନା ଅଛି ଏଥିପ୍ରତି ସତର୍କ ହେବେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପାଇବେ ।

୬. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ବର୍ଷ ଚାହିଁ ରହିଛି । ଏମାନେ ସବୁ କ୍ଷେତ୍ରରୁ ସଫଳତା ଲାଭ କରିବେ । ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି । ଏଥିପ୍ରତି ସଜାଗ ରୁହନ୍ତୁ ।

୭. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ସତର୍କତା ର ସହ କାର୍ଯ୍ୟ କରନ୍ତୁ ସଫଳତା ଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ ।

୮. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ ।

୯. ଧନୁ ରାଶି- ଏମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ରହିବ ଏବଂ ଯୁବକ ଯୁବତୀ ମାନଙ୍କର ବିବାହ ଯୋଗ ରହିଛି ।

୧୦. ମକର ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ଲାଭ କରିବେ ।

୧୧. କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଏଭଳି ଜଣେ ଆସିବେ ଯାହା ସହାୟତାରେ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ । ଏହି ରାଶିର ଯାତ୍ରା ଯୋଗ ମଧ୍ୟ ରହିଛି ।

୧୨. ମୀନ ରାଶି- ଏହି ରାଶି ର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ହାସଲ କରି ପାରିବେ ନାହିଁ । କିନ୍ତୁ ସମାଜରେ ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନ ପ୍ରତିଷ୍ଠା ହେବ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *