Vastu Tips: ଇଏ ହେଉଛି ଘରକୁ ଦରିଦ୍ରତା ଆସିବାର 7 ଟି ମୁଖ୍ୟ କାରଣ, କରନ୍ତୁ ନାହିଁ ନଜର ଅନ୍ଦାଜ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରେ ଘଟୁଥିବା କିଛି ଘଟଣା ଆଗାମୀ ସମୟର ସଙ୍କେତ ଦେଇଥାନ୍ତି। ଏହି ସଙ୍କେତ କୁ ଆମେ ଜାଣି ପାରିଲେ କିମ୍ବା ବୁଝି ପାରିଲେ ଆମେ ଭବିଷ୍ୟତ ରେ ଆସୁଥିବା ଘଟଣା କୁ ମଧ୍ୟ ଜାଣିପାରିବା ଏବଂ ସେଥିପାଇଁ ପ୍ରସ୍ତୁତ ମଧ୍ୟ ହୋଇ ପାରିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରକୁ ଦାରିଦ୍ର୍ୟତା ଆସିବା କିଛି ଲକ୍ଷଣ ଦେଖା ଯାଇଥାଏ।ଯାହା ଆମକୁ ସୂଚିତ କରିଥାଏ।ଏହି ଲକ୍ଷଣ ଦ୍ୱାରା ଆମେ ଭବିଷ୍ୟତ ପାଇଁ ସତର୍କ ମଧ୍ୟ ରହି ପାରିବୁ। ଆଜି ଆମେ ଆପଣ ମାନଙ୍କୁ ସେହି ଲକ୍ଷଣ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ଘରକୁ ଦାରିଦ୍ର୍ୟତା ଆସିବାର ସୂଚନା ଦେଇଥାଏ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧- ବନ୍ଧୁଗଣ ଯେତେବେଳେ ଘରେ କୌଣସି ଅସୁବିଧା କିମ୍ବା ସମସ୍ୟା ମାନ ଆସିବାର ଥାଏ ତେବେ ପ୍ରଥମେ ତାହାର ପ୍ରଭାବ ପ୍ରଥମେ ତୁଳସୀ ଗଛ ଉପରେ ଦେଖା ଦେଇଥାଏ।ତୁଳସୀ ଗଛ ସମ୍ପୂର୍ଣ୍ଣ ଶୁଖି ଯାଇଥାଏ। ଏହାକୁ ଦରିଦ୍ର ଏବଂ ଅସୁବିଧା ଆସିବାର ସଙ୍କେତ କୁହାଯାଇ ଥାଏ।

୨- ଯଦି ଘରେ ଅଇଁଠା ବାସନ ରହିଛି ତେବେ ଏହା ଅଶୁଭତା ର ସଙ୍କେତ ହୋଇଥାଏ। କେବେବି ଆଇଁଠା ବାସନ କୁ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏହା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଯାଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ କୁ ଭଲ ଭାବରେ ଧୋଇ ରଖିବା ଉଚିତ।


୩- ଯଦି ଘରେ ଲଗା ଯାଇଥିବା ଗଛର ପତ୍ର ଶୁଖି ଯାଇଥାଏ ତେବେ ତୁରନ୍ତ ତାକୁ କାଢି ଫୋପାଡ଼ି ଦିଅନ୍ତୁ। ଏହା ମଧ୍ୟ ଅଶୁଭ ଏବଂ ଦାରିଦ୍ର୍ୟତା ଆସିବାର ସଙ୍କେତ ହୋଇଥାଏ। ଘରେ ଲଗା ଯାଇଥିବା ଗଛ ପତ୍ର ସର୍ବଦା ସବୁଜିମା ହୋଇ ରହିବା ଆବଶ୍ୟକ।


୪- ଘରେ ଥିବା ଝାଡୁ ମାତାଲକ୍ଷ୍ମୀ ଙ୍କ ସୂଚକ ହୋଇଥାଏ ଏବଂ କୁହାଯାଏ କି ଏହା ଦାରିଦ୍ର୍ୟତା କୁ ଘରୁ ବାହାର କରି ଦେଇଥାଏ। କେବେବି ଝାଡୁ ଉପରେ ପାଦ ରଖିବା ଉଚିତ ନୁହେଁ ଏହା କରିବା ଦ୍ୱାରା ମାତାଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘରେ ଅଭାବ ଅନଟନ ମଧ୍ୟ ଦେଖା ଯାଏ ଏବଂ କେବେବି ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଉଚିତ ନୁହେଁ।ଝାଡୁ କୁ ସର୍ଵଦା ଏଭଳି ସ୍ଥାନରେ ରଖିବା ଆବଶ୍ୟକ ଯେଉଁଠି କାହାର ନଜର ନଯିବ ଏବଂ କେବେବି ଘରୁ କୌଣସି ସଦସ୍ୟ ବାହାରକୁ ଗଲେ ତୁରନ୍ତ ଝାଡୁ କରିବା ଉଚିତ ନୁହେଁ। କେବେବି ଝାଡୁରେ ଗାଈ କିମ୍ବା ଅନ୍ୟ ପଶୁପକ୍ଷୀ ଙ୍କୁ ମାରିବା ମଧ୍ୟ ଉଚିତ ନୁହେଁ।


୫- ଘରେ ଯଦି ପ୍ରାୟତଃ ସମୟରେ କ୍ଷୀର ଉତୁରି ତଳେ ପଡେ ତେବେ ଅଚାନକ ଘରେ ଅଧିକ ଖର୍ଚ୍ଚ ବଢ଼ିଯାଏ ଏବଂ ଘରର ସଦସ୍ୟ ମାନଙ୍କ ଶରୀର ଅସୁସ୍ଥ ମଧ୍ୟ ରୁହେ। ତେଣୁ ଏହି କଥା ଉପରେ ଵିଶେଷ ଧ୍ୟାନ ଦେବା ଉଚିତ।

୬- ଯଦି ଆପଣ ଘର ବାହାରେ ଅଛନ୍ତି ଏବଂ ଘରକୁ ଫେରିବା ସମୟରେ ଝିଟିପିଟି ଦେଖା ଯାଏ ତେବେ ଆପଣଙ୍କ ର ବହୁତ ଶୀଘ୍ର ଖରାପ ସମୟ ଆସିବାର ଅଛି। ତେଣୁ ସେଥିପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ କାରଣ ସମୟ କେବେବି ଏକା ଭଳି ରୁହେ ନାହିଁ। ତେଣୁ ଧର୍ଯ୍ୟ ର ସହିତ କାର୍ଯ୍ୟ କରିବା ଆବଶ୍ୟକ।

୭. ପ୍ରାୟତଃ ବ୍ୟକ୍ତି ନିଜ ଘରର ଗାଧୁଆ ଘର କବାଟ କୁ ଖୋଲା ରଖିଥାନ୍ତି। ଏପରି କରିବା ଅନୁଚିତ ହୋଇଥାଏ। ଗାଧୁଆ ଘର କବାଟ ଖୋଲା ରହିବା ଦ୍ୱାରା ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ ଦାରିଦ୍ର୍ୟତା ର ଆଗମନ ହୋଇଥାଏ। ତେଣୁ ଗାଧୁଆ ଘର ବ୍ୟବହାର କରିବା ପରେ କବାଟ କୁ ବନ୍ଦ ରଖିବା ଉଚିତ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *