ଘୁଙ୍ଗୁଡି ସମସ୍ଯାରୁ କେମିତି ପାଇବେ ମୁକ୍ତି ? Dr Damodar Bindhani

ବନ୍ଧୁଗଣ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ହିଁ ଘୁଙ୍ଗୁଡି ର ଶିକାର ହୁଅନ୍ତି । ଘୁଙ୍ଗୁଡି ଏକ ଏପରି ସମସ୍ଯା ଯାହା ବୟସ ବଢିବା ସହ ଘୁଙ୍ଗୁଡି ର ମାତ୍ରା ମଧ୍ୟ ବଢିଥାଏ । ଘୁଙ୍ଗୁଡି ର କାରଣ ରୁ ରାତିରେ ଭଲ ଭାବରେ ନିଦ ହୋଇ ନଥାଏ । ବାରମ୍ବାର ନିଦ ଭାଙ୍ଗିଥାଏ । ଏହାସହ ଦେହ ରେ ଅକ୍ସିଜେନ ର ମାତ୍ରା ମଧ୍ୟ କମି ଯାଇଥାଏ । ଏହାଫଳ ରେ ଏହାର ପ୍ରଭାବ ମସ୍ତିସ୍କ ଉପରେ ମଧ୍ୟ ପଡିଥାଏ ।

ଶୋଇବା ସମୟ ରେ ନାକର ଯେଉଁ ନିଶ୍ଵାସ ରନ୍ଦ୍ର ଦେଇ ନିଶ୍ଵାସ ଯିବା ଆସିବା କରିଥାଏ ସେହି ବାଟ ଦେଇ ଶୋଇବା ସମୟ ରେ ଏକ ଧ୍ୱନି ପ୍ରକଟ ହୁଏ । ତାହକୁ ହିଁ ଘୁଙ୍ଗୁଡି ବୋଲି କୁହାଯାଇ ଥାଏ । ଛୋଟ ପିଲା ମାନଙ୍କ ର ମଧ୍ୟ ଘୁଙ୍ଗୁଡି ହେବାର ଦେଖା ଯାଇଥାଏ । ଏହାର କାରଣ ହେଉଛି ପ୍ରଥମେ ତ ଛୋଟ ପିଲା ଙ୍କର ଶ୍ଵାସ ନଳୀ ଓ ନାକ ରନ୍ଦ୍ର ବହୁତ ସରୁ ଥାଏ ।

ଆଜି କଲି ପିଲା ମାନଙ୍କୁ ଯେଉଁ ଥଣ୍ଡା କାଶ ଛିଙ୍କ ସବୁ ଲାଗି ରହୁଛି ଏହ କାରଣ ରୁ ଶେ ତନ୍ତୁ ଗୁଡିକ ସବୁ ମୋଟା ହୋଇଯାଏ । ଏବଂ ସେମାନେ ଶୋଇବା ସମୟ ରେ ସେମାନେ ନିଶ୍ଵାସ ସାଧାରଣତଃ ଭାବରେ ଟାଣି ହୋଇ ନିଅନ୍ତି । ତାହାଛଡା ବାୟୁ ପ୍ରଦୂଷଣ ମଧ୍ୟ ଘୁଙ୍ଗୁଡି ର ଏକ ପ୍ରମୁଖ କାରଣ ଅଟେ ।ଘୁଙ୍ଗୁଡି ହେବ ଦ୍ଵାରା ନିଦ ଭଲ ହୋଇ ନଥାଏ । ଓ ନିଦ ଭଲ ଭାବରେ ନ ହେବା କାରଣ ରୁ କୌଣସି କାମ କରିବାକୁ ଇଛା ହୋଇ ନଥାଏ । ଚିଡ ଚିଡା ଲାଗିଥାଏ ।

ମସ୍ତିସ୍କ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳେ । ଘୁଙ୍ଗୁଡି ସମସ୍ଯା ଥିଲେ ବା ତାହର ପରୀକ୍ଷଣ କରିବା ପାଇଁ ଚାହିଁଲେ ଡାକ୍ତର ଙ୍କର ପାଖକୁ ଯାଇ ତାଙ୍କ ସହ ପରାମର୍ଶ କରନ୍ତୁ । ଘୁଙ୍ଗୁଡି ରୁ ରକ୍ଷା ପାଇବାକୁ ଚାହିଁଲେ ଶୋଇବା ସମୟ ରେ ଠିକ ଦିଗ ଦେଖି ଠିକ ଭାବରେ ଶୁଅନ୍ତୁ । ଏହା ପରେ ଠିକ ସମୟ ରେ ଖାଦ୍ୟ ଖାଇ ଠିକ ସମୟରେ ଶୋଇ ପଡନ୍ତୁ । ରାତିରେ ଖାଦ୍ଯ ଖାଇବା ସମୟ ରେ କୌଣସି ପ୍ରକାର କିଛି ହେବି ଖାଦ୍ୟ ର ସେବନ କରନ୍ତୁ ନାହିଁ ।

ଶୋଇବା ସମୟ ରେ ମୁଣ୍ଡ କୁ 20 ରୁ 30॰ ଉଞ୍ଚା କରି ଶୁଅନ୍ତୁ । ଏହାସହ ଶୋଇବା ସମୟ ରେ ଚେଷ୍ଟା କରନ୍ତୁ ସିଧା ନ ଶୋଇ ଏକ କର ଦେଇ ଶୋଇବା ପାଇଁ, କାରଣ ଏହା ଦ୍ଵାରା ନିଶ୍ଵାସ ନେବା ରେ ଶରୀର କୁ କୌଣସି ପ୍ରକାରର କିଛି ଅସୁବିଧା ହୋଇ ନଥାଏ । ଯଦି ଆପଣ ଙ୍କ ଓଜନ ଅଧିକ ଥାଏ ତେବେ ନିଜର ଓଜନ ମଧ୍ୟ କମାଇବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମେ ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କଇରବକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *