Astrology- କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ଲକ୍ଷ୍ମୀ ସ୍ଵରୁପା ଓ ଭାଗ୍ୟବତି ହୋଇଥାନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶାସ୍ତ୍ର ଅନୁସାରେ ୫ ଟି ଦାନ ସର୍ବ ଶ୍ରେଷ୍ଠ ଦାନ ହୋଇଥାଏ । ଗୋଦାନ, ଭୂମୀ ଦାନ, କନ୍ୟାଦାନ, ଅନ୍ନ ଦାନ ଓ ବିଦ୍ୟା ଦାନ । ଆଜି ଆମେ ସେହି କନ୍ୟା ବା ନାରୀ ବିଷୟରେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଆଲୋଚନା କରିବା ପାଇଁ ଯାଉଛୁ । ନାରୀ ମାନେ ଲକ୍ଷ୍ମୀଙ୍କର ମାଙ୍କର ସ୍ଵରୁପା ହୋଇଥାନ୍ତି । ଆଜି ଆପଣ ମାନେ ଜାଣିବାକୁ ପାଇବେ କେଉଁ ମାସରେ ଜନ୍ମ ହୋଇଥିବା ନାରୀ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଗ୍ରହ, ନକ୍ଷତ୍ର ତଥା ରାଶି ମାନଙ୍କୁ ବିଚାର କରାଯାଇ ଏପରି କିଛି ମାସ ଅଛି ।

ଯଦି ଏହି ମାସରେ କୌଣସି ନାରୀ ଜନ୍ମ ଲାଭ କରିଥାନ୍ତି । ତେବେ ସେମାନଙ୍କୁ ଶୌଭାଗ୍ୟଶାଳୀ ନାରୀର ଆକ୍ଷା ମିଳିଥାଏ । ମାଘ ମାସର ଶୁକ୍ଳ ପକ୍ଷ ଠାରୁ ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଅବଧି ମଧ୍ୟରେ ଜନ୍ମ ହୋଇଥିବା ଝିଅ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଇଂରାଜୀ ମାସର ଫେବ୍ରୁଆରି ମାସରେ ଜନ୍ମ ଲାଭ କରିଥିବା ନାରୀ ମାନେ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ।

ଏହି ନାରୀ ମାନେ ରାଜଯୋଗ ଭୋଗ କରିଥାନ୍ତି । ଏମାନେ ସାହସୀ ତଥା ଶାନ୍ତ ଧରଣର ସ୍ଵଭାବର ହୋଇଥାନ୍ତି । ଚୈତ୍ର ମାସର ଶୁକ୍ଳ ପକ୍ଷ ଠାରୁ ବୈଶାଖ ମାସର କୃଷ୍ଣ ପକ୍ଷ ପର୍ଯ୍ୟନ୍ତ ଅବଧି ଅଧ୍ୟରେ ଜନ୍ମିତ ନାରୀ ମଧ୍ୟ ଦେବୀସ୍ଵରୁପା ହୋଇଥାନ୍ତି । ଇଂରାଜୀ ମାସର ଏପ୍ରିଲ ମାସରେ ଯେଉଁ ନାରୀ ମାନେ ଜନ୍ମ ଗ୍ରହଣ କରିଥାନ୍ତି ।

ସେମାନଙ୍କ ଭାଗ୍ୟ ବହୁତ ଟାଣ ହୋଇଥାଏ । ସେମାନଙ୍କର ମାସ ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଅବସ୍ତିତି ଏହି ନାରୀ ମାନଙ୍କ ଉପରେ ବହୁ ମାତ୍ରାରେ ଶୁଭଫଳ ପ୍ରଦାନ କରିଥାନ୍ତି । ଏହି ମାସରେ ଯେଉଁ ଝିଅ ଜନ୍ମ ହୋଇଥାଏ । ସେହି ଝିଅମାନେ ବୁଦ୍ଧିମତୀ ହେବା ସହ ଇଶ୍ଵର ବିଶ୍ଵାସୀ ହୋଇଥାନ୍ତି ।

ଜେଷ୍ଠ ମାସର କୃଷ୍ଣ ପକ୍ଷ ଠାରୁ ଆଷାଢ ମାସର ଶୁକ୍ଳ ପକ୍ଷ ମଧ୍ୟରେ ରହିଥିବା ଅବଧିକୁ ଜନ୍ମ ହୋଇଥିବା ଝିଅମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଇଂରାଜୀ ଜୁନ ମାସରେ ଯେଉ ଝିଅ ଜନ୍ମ ହୋଇଥାନ୍ତି । ସେମାନେ ଧନବତୀ ହୋଇଥାନ୍ତି । ସେମାନେ ଯେଉଁ ଘରେ ଜନ୍ମ ହୋଇଥାନ୍ତି କିମ୍ବା ବିବାହ ପରେ ଯାହା ଘରକୁ ଯାଇଥାନ୍ତି ।

ତାଙ୍କ ଘରେ ଅର୍ଥକୁ ନେଇ ବିଶେଷ ସମସ୍ଯା ଆସିନଥାଏ । ଭାଦ୍ରବ ମାସର ଶୁକ୍ଳ ପକ୍ଷ ଠାରୁ ଆରମ୍ଭ କରି ଅଶ୍ଵିନ ମାସର କୃଷ୍ଣ ପକ୍ଷ ଅବଧି ମଧ୍ୟରେ ଜନ୍ମିତ ନାରୀ ଭାଗ୍ୟଶାଳୀ ହୋଇଥାନ୍ତି । ଇଂରାଜୀ ମାସ ଅନୁସାରେ ସେପ୍ଟେମ୍ବର ମାସରେ ଜନ୍ମିତ ନାରୀ ମାନେ ବିଦ୍ୟାମତୀ, ସଂସ୍କାରୀ ଓ ଶାନ୍ତପୂର୍ଣ୍ଣ ସ୍ଵଭାବର ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *