ଆପଣଙ୍କ Thyroid ବଢୁଛି ନା କମୁଛି ? କିପରି ଜାଣିବେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଥାଇରଏଡ୍ ଏକ ପ୍ରଜାପତି ଆକୃତିର ଗ୍ରନ୍ଥି ଯାହାକି ଆମ ଗଳାରେ ରହିଥାଏ । ଥାଇରଏଡ୍ ଗ୍ରନ୍ଥିର କାମ ହେଉଛି ଶରୀରରେ କେତେକ ହରମୋନ ସୃଷ୍ଟି କରିବା । ସେହି ହରମୋନ ମଧ୍ୟରୁ ମୁଖ୍ୟ ହରମୋନ ହେଉଛି ଥାଇରକ୍ଷୀନ । ଥାଇରକ୍ଷୀନ ହରମୋନର କାର୍ଯ୍ୟ ହେଉଛି ଶରୀରର ଖାଦ୍ୟ ପଚନ କ୍ରିୟାକୁ ଠିକ ଭାବେ କରିବା । ଯେତେବେଳେ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ କରିବା ଦକ୍ଷତା କମିଯାଇଥାଏ । ତାହାକୁ ହାଇପୋଥାଇରଏଡ୍ କୁହାଯାଇଥାଏ ।

ସେତେବେଳେ ଏହା ଶରୀରର ମେଟାପଲିଜ୍ମ ପାୱାର କମାଇଦେଇଥାଏ । ଯାହା ଫଳରେ ଶରୀରରେ ଅଯଥା ମୋଟାପଣ ଆସିଯାଇଥାଏ । ଯେତେବେଳେ ଥାଇରଏଡ୍ ଅଧିକ ମାତ୍ରାରେ କ୍ରିୟାଶୀଳ ହୋଇଯାଇଥାଏ । ତାହାକୁ ହାଇପର ଥାଇରଏଡ୍ଜିମ୍ କୁହାଯାଇଥାଏ । ଏହା ଦ୍ଵାରା ଶରୀରରେ ମେଟାପୋଲିଜ୍ମ ହଟାତ ବଢାଇ ଦେଇଥାଏ ।

ଯାହା ଦ୍ଵାରା ଶରୀରରେ ଓଜନ ବହୁତ ମାତ୍ରାରେ କମିଯାଇଥାଏ । ହାର୍ଟ ବିଟ୍ ବଢିବା ସହ ମାଇଣ୍ଡ ଷ୍ଟ୍ରେସଫୁଲ ହୋଇଯାଏ । ଯେଉଁ ମାନଙ୍କର ମାନସିକ ସ୍ତରରେ ଦୁଶ୍ଚିନ୍ତା ରହୁଥାଏ।  ମାନସିକ ଭାବେ ଦୁର୍ବଳ ଲୋକଙ୍କୁ ଅଧିକାଂଶ ମାତ୍ରାରେ ଥାଇରଏଡ ସମସ୍ଯା ଆସିଥାଏ । ପୁରୁଷ ମାନଙ୍କ ତୁଳାନାରେ ମହିଳା ମାନଙ୍କର ଥାଇରଏଡ୍ ସମସ୍ଯା ବେଶୀ ଦେଖାଯାଇଥାଏ ।

କାରଣ ଆମର ଯେତେସବୁ ହରମୋନ କାର୍ଯ୍ୟକାରୀ ହେବାର ସଂଯୋଗ ମସ୍ତିସ୍କ ସହ ରହିଥାଏ । ଯଦି ମସ୍ତିସ୍କ ଠିକ ଭାବେ ସନ୍ତୁଳିତ ରହିନଥାଏ । ତେବେ ତାହାର ପ୍ରଭାବ ଶରୀରର ଅନ୍ୟାନ୍ୟ ଅଂଶରେ ପଡିଥାଏ । ଯେଉଁ ଲୋକ ମାନଙ୍କର ହାଇପୋଥାଇରଏଡଜିମ୍ ସମସ୍ଯା ରହୁଥାଏ । ସେମାନଙ୍କର ମେଟାପୋଲିଜ୍ମ  ଧୀର ଭାବରେ କାର୍ଯ୍ୟ କରୁଥିବାରୁ ନିଜ ଖାଦ୍ୟ ଉପରେ ଅଧିକ ଯତ୍ନଶୀଳ ହେବା ପାଇଁ ପଡିବ ।

ଯେଉଁ ସବୁ ଖାଦ୍ୟ ଶୀଘ୍ର ହଜମ ହେଇପାରୁଥିବ । ସେହି ସମସ୍ତ ଖାଦ୍ୟ ସେବନ କରିବା ଉଚିତ । ଯେପରି ବିଭିନ୍ନ ପ୍ରକାର ଫଳ, ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ, ଡାଲି ଏଭଳି କିଛି ପୌଷ୍ଟିକ ଖାଦ୍ୟ ସେବନ କରିବା ସ୍ଵାସ୍ଥ ପକ୍ଷେ ନିହାତି ଜରୁରୀ ହୋଇଥାଏ । ଯେଉଁ ଖାଦ୍ୟ ଶୀଘ୍ର ହଜମ ହେଇପାରୁନଥିବ । ସେହି ସବୁ ଖାଦ୍ୟ ପଦାର୍ଥରୁ ନିଜକୁ ନିବୃତ୍ତ ରଖିବା ଉଚିତ ।

କାରଣ ଯେହେତୁ ଆପଣଙ୍କ ମେଟାପୋଲିଜ୍ମ ସ୍ଲୋ ଥାଏ । ଖାଦ୍ୟ ହଜମ ଜଲ୍ଦି ହୋଇପାରିନଥାଏ । ଯେପରି ଆମିଷ ପଦାର୍ଥ, ମିଠା ଜାତୀୟ ଖାଦ୍ୟ ପଦାର୍ଥ,ତେଲଭଜୀ ଖାଦ୍ୟ ପଦାର୍ଥ, ଫାଷ୍ଟଫୁଡ ଆଇଟମ, ପାସ୍ତା, ବ୍ରେଡ ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖିବା ସ୍ଵାସ୍ଥ ପକ୍ଷେ ହିତକର ହୋଇଥାଏ । ହାଇପର ଥାଇରଏଡ ସମସ୍ଯା ରହୁଥିଲେ । ଏଥିରେ ଆପଣଙ୍କ ମେଟାପୋଲିଜ୍ମ ହାଇ ହୋଇକି ରହିଥାଏ ।

ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଯାଉଥିବା କାରଣରୁ ଆପଣ ସ୍ଵାସ୍ଥ ହିତକର ଗରିଷ୍ଟ ଭୋଜନ କରିପାରିବେ । ଏଥିରେ ଆପଣ କନ୍ଦମୂଳ, ଆଳୁ, ଚପାତି ଓ କ୍ଷୀରୁ ପ୍ରସ୍ତୁତ କୌଣସି ଖାଦ୍ୟ ମଧ୍ୟ ଖାଇପାରିବେ । ଆପଣ ଯଦି ନିଜ ଖାଦ୍ୟ ଉପରେ ଯତ୍ନଶୀଳ ହୋଇପାରିବେ । ତେବେ ଥାଇରଏଡ୍ କାର୍ଯ୍ୟ କ୍ଷମତାକୁ ଠିକ କରି ରଖିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *