Health Tips- ଗରମ ପାଣି ଭଲ କରିଦେବ ସବୁ ରୋଗ, ଦେଖନ୍ତୁ କଣ କୁହନ୍ତି ଡାକ୍ତର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଳ ହିଁ ଜୀବନ । ଏହି କଥା ସମସ୍ତଙ୍କୁ ହିଁ ଗୋଚର ରହିଥାଏ । କାରଣ ଜଳ ବିନା ଜୀବଜଗତ ତିଷ୍ଟି ପାରିନଥାଏ । ମନୁଷ୍ୟ ମାନଙ୍କର ଶରୀରର ୭୦ ଭାଗ ଜଳ ହୋଇଥାଏ । ତେଣୁ ମନୁଷ୍ୟ ଶରୀର ବହୁତ ମାତ୍ରାରେ ଜଳ ଆବଶ୍ୟକ କରିଥାଏ । ବହୁତ ଲୋକ ସାଧାରଣ ତାପମାନରେ ଥିବା ପାଣିକୁ ସେବନ କରିଥାନ୍ତି । କିଛି ଲୋକ ଅଧିକ ଥଣ୍ଡା ପାଣି ସେବନ କରିବାକୁ ପସନ୍ଦ କରୁଥିବା ସ୍ତଳେ କିଛି ଲୋକ ପାଣିକୁ ଗରମ କରି ସେବନ କରିବାକୁ ଭଲ ପାଇଥାନ୍ତି ।

ବଡ ବଡ ଗବେଷକ ଓ ଡାକ୍ତରଙ୍କର ଗରମ ପାଣିକୁ ନେଇ ଅନେକ ରିସର୍ଚ ପରେ ଏହି ସବୁ ତଥ୍ୟମାନ ବାହାରକୁ ଆସିଛି । ଯେ ମନୁଷ୍ୟ ଶରୀର ପାଇଁ ଗରମ ପାଣି ବହୁତ ମାତ୍ରାରେ ସ୍ଵାସ୍ଥକର ପ୍ରଭାବ ପକାଇଥାଏ । କାରଣ ଗରମ ପାଣିର ସେବନ ଦ୍ଵାରା ଅନେକ ପ୍ରକାର ସ୍ଵାସ୍ଥ ଜନିତ ରୋଗ ବେମାରୀରୁ ମନୁଷ୍ୟ ଶରୀର ଦୂରେଇ ରହିଥାଏ । ଗରମ ପାଣି ଶରୀର ପାଇଁ ମହୌଶଧୀ ସଦୃଶ ହୋଇଥାଏ ।

ଅନେକ ଡାକ୍ତରଙ୍କ ମତରେ ଗରମ ପାଣିକୁ ସମସ୍ତ ବ୍ୟକ୍ତିଙ୍କୁ ପିଇବା ଉଚିତ । କାରଣ ସକାଳୁ ଉଠି ଗରମ ପାଣି ପିଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଶରୀର ରୋଗମୁକ୍ତ ରହିଥାଏ । ସକାଳୁ ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ଗରମ ପାଣିର ସେବନ କରିବା ଉଚିତ । ଗରମ ପାଣି ପିଇବା ଦ୍ଵାରା ଶରୀରରେ ସବୁଠାରୁ ବଡ ଫାଇଦା ହେଉଛି ।

ଶରୀରରେ ଜଳୀୟ ଅଂଶର ବୃଦ୍ଧି ଜଳ ଭାଗ ବଜାୟ ରହିଥାଏ । ଗରମ ପାଣି ପିଇବା ଦ୍ଵାର ଗାଷ୍ଟ୍ରିକ, ଏସିଡିଟି ତଥା ସମସ୍ତ ପେଟ ଜନିତ ରୋଗ ଗାୟବ କରି ଖାଦ୍ୟ ହଜମ ଠିକ ସେ ହୋଇଯାଇଥାଏ । କିଡ୍ନୀକୁ ସୁସ୍ଥ ରଖିବାକୁ ଚାହୁଁଥିବା ଲୋକ ମାନେ ନିହାତି ଗରମ ପାଣିକୁ ପିଇବା ଉଚିତ । କାରଣ କିଡ୍ନୀ ରୋଗକୁ ମଧ୍ୟ ଗରମ ପାଣି ଠିକ କରିବାରେ ସାହାଜ୍ଯ କରିଥାଏ ।

ଉଷୁମ ପାଣି ପିଇବା ଦ୍ଵାରା ମୁଣ୍ଡ ବ୍ୟଥା ଭଲ ହୋଇଥାଏ । ଗରମ ପାଣି ବ୍ରେନକୁ ସକ୍ରିୟ କରାଇଥାଏ । ଚାହା ଓ କଫି ପିଇବା ପରିବର୍ତ୍ତେ ଉଷୁମ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଉଷୁମ ପାଣିର ଟାପମାତ୍ରା ୪୨ ରୁ ୫୦ ଡିଗ୍ରୀ ମଧ୍ୟରେ ରହିବା ଦରକାର ହୋଇଥାଏ ।

ଗରମ ପାଣି ପିଇବା ଦ୍ଵାରା ମାନସିକ ଚାପ ଦୂର ହୋଇଥାଏ । ବ୍ୟକ୍ତି ନିଜର ଓଜନ କମାଇବାକୁ ଗରମ ପାଣି ପିଇବା ଉଚିତ । ତେଣୁ ଉଷୁମ ପାଣିର ଏହିସବୁ ବିଶେଷତା ବ୍ୟକ୍ତିର ଶରୀର ପାଇଁ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *