Home remedy; -ଆଂଠୁ ରେ ଗ୍ରୀସ ବଢେଇବାର ସହଜ ଉପାୟ, Joint Pain ପୁରାପୁରି ଠିକ ହୋଇଯିବ…

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କର ଆଁଠୁ, ଗଣ୍ଠି ଜନିତ ବିଭିନ୍ନ ପ୍ରକାର ସମସ୍ଯା ଦେଖାଯାଉଛି । ଆଁଠୁ, ଗଣ୍ଠିକୁ ନେଇ ଯେଉଁ ସବୁ ସମସ୍ଯା ପ୍ରାୟତଃ ଲୋକଙ୍କର ବାର୍ଦ୍ଧକ୍ୟ ଅବସ୍ଥା ସମୟରେ ଦେଖାଯାଉଥିଲା । ସେହି ସବୁ ପ୍ରୋବ୍ଲେମ ବହୁ କମ୍ ବର୍ଷ ବୟସର ଲୋକଙ୍କ ଠାରେ ମଧ୍ୟ ହେଉଛି । ତେବେ ଆଁଠୁରେ ଥିବା ଗ୍ରୀସ ନାମକ ଏକ ତରଳ ପଦାର୍ଥ କମ୍ ହୋଇଯିବା କାରଣରୁ ଜଏଣ୍ଟ ସହ ଜଏଣ୍ଟ ଘଷି ହୋଇ ବିଭିନ୍ନ ପ୍ରକାର ଆଁଠୁ ଗଣ୍ଠି ସମସ୍ଯା ଉତ୍ପନ ହୋଇଥାଏ ।

ଯାହା ଫଳରେ କି ବସିବା, ଉଠିବା, ଚାଲିବା ଏବଂ ବୁଲିବା ଆଦିରେ ଅନେକ ପ୍ରକାର ସମସ୍ଯା ଦେଖାଯାଇଥାଏ । ତେବେ ଏହି ଆଁଠୁ ଗଣ୍ଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ବହୁତ ଭଲ ଘରୋଇ ରେମିଡି ବିଷୟରେ ଏଠାରେ ଆପଣଙ୍କୁ କହିବୁ ।

ତେବେ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ହରଶିଙ୍ଗାର ପତ୍ରର ଆବଶ୍ୟକତା ପଡିବ । ପ୍ରଥମେ 8 ରୁ 10 ଟି ଏହି ପତ୍ରକୁ ନେଇ ତାହାକୁ ଭଲରେ ଧୋଇ ପରିଷ୍କାର କରି ଦିଅନ୍ତୁ । ତାପରେ ଏକ ହେମଦସ୍ତାରେ ସବୁ ପତ୍ର ଗୁଡିକୁ ନେଇ ଭଲ ଭାବେ ଛେଚି ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ 1 ଗ୍ଳାସ ପାଣି ସାମାନ୍ୟ ଉଷୁମ କରନ୍ତୁ ।

ପାଣି ସାମାନ୍ୟ ଉଷୁମ ହୋଇସାରିବା ଅପରେ ସେଥିରେ ଆପଣ ପୂର୍ବରୁ ବାଟି ରଖିଥିବା ହରଶିଙ୍ଗାର ପତ୍ରର ପେଷ୍ଟକୁ ସେହି ପାଣିରେ ପକାଇ ଦିଅନ୍ତୁ । ସେଥିରେ ଆପଣ 1 ଚାମଚ ଶୁଣ୍ଠି ପାଉଡରର ଆଡ୍ କରନ୍ତୁ । ପାଣିକୁ 5 ରୁ 7 ମିନିଟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ପାଣି ଫୁଟିସାରିବା ପରେ ତାହାକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ତାପରେ ଅନ୍ୟ ଏକ ପାତ୍ରକୁ ପାଣିକୁ ଛାଣି ନିଅନ୍ତୁ । ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ଏହି ପାଣିର ସେବନ କରନ୍ତୁ ।

ଏହି ହରଶିଂଗାର ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରପଟି ରହିଥାଏ । ଏହି ପତ୍ରରୁ ପ୍ରସ୍ତୁତ ଡ୍ରିଂକକୁ ସେବନ କରିବା ଦ୍ଵାରା ଆଁଠୁ ଗଣ୍ଠିର ଦରଜ ଓ ଫୁଲକୁ ଏହା କମାଇବାରେ ବହୁତ ହେଲ୍ପ କରିଥାଏ । ଏଥିସହ ଆଁଠୁ ଗଣ୍ଠିରେ କମିଯାଇଥିବା ଗ୍ରୀସକୁ ବଢାଇବାରେ ମଧ୍ୟ ଏହା ସାହାଜ୍ଯ କରିଥାଏ । ଏହା ଛଡା ଆପଣ ଆଁଠୁ ଗଣ୍ଠି ସମସ୍ଯାରୁ ଦୂରରେ ରହିବା ପାଇଁ ଚାହୁଁଥିଲେ ।

ଅକ୍ଷରୋଟର ସେବନ କରନ୍ତୁ । ଏଥିରେ ଭିଟାମିନ ଡି , କ୍ୟାଲସିୟମ, ଓମେଗା3 ଫ୍ୟାଟି ଏସିଡ ଏବଂ ଏହିଭଳି ଅନେକ ଭିଟାମିନ ଓ ମିନେରାଲ୍ସ ଏଥିରୁ ମିଳିଥାଏ । ତେଣୁ ରାତିରେ 2 ରୁ 3 ଟି ଅକ୍ଷରୋଟକୁ ପାଣିରେ ଭେଦାଇ ରଖିକି ସକାଳେ ତାହାକୁ ଖାଆନ୍ତୁ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *