Tarot reading; – ଭାଗ୍ୟରେ କ’ଣ ଲେଖା ଅଛି ? ଜାଣିବା ପାଇଁ ବାଛି ନିଅନ୍ତୁ ନିଜ ପାଇଁ ଗୋଟେ ନମ୍ବର !

ଆପଣଙ୍କ ସାମ୍ନାରେ 3 ଗୋଟି ନମ୍ବର ଦିଆଯାଇଛି । ସେହି ନମ୍ବର ଗୁଡିକ ହେଲା 1, 2 ଓ 3 । ଏହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ଚୁଜ୍ କରି ଆପଣ ଜାଣିପାରିବେ । ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ? ଆପଣଙ୍କୁ 3 ଟି ନମ୍ବର ମଧ୍ୟରୁ କୌଣସି ମାତ୍ର ଗୋଟିଏ ନମ୍ବରକୁ ବିଶ୍ବାସର ସହ ଭଗବାନଙ୍କୁ ସ୍ମରଣ କରି ନିଜ ପାଇଁ ବାଛିବାର ଅଛି, ଯାହା ଫଳରେ ଆପଣ ନିଜ ଆଗକୁ ଆସୁଥିବା ସମୟରେ ଭାଗ୍ୟ କିପରି ରହିବାକୁ ଯାଉଛି ଜାଣିପାରିବେ ।

1- ଆପଣଙ୍କ ଜୀବନରେ ଇଶ୍ଵରଙ୍କ କୃପାରୁ ସ୍ଥିତି ଭଲ ରହିଛି । ଆପଣଙ୍କ ପରିବାର, ଆପଣଙ୍କ ଆର୍ଥିକ ସ୍ଥିତି ଭଲ ଅଛି । ହେଲେ ଆପଣ ଯାହା ବି ପାଇବାକୁ ଚାହିଁଛନ୍ତି ।  ସେ ସବୁ ଧୀରେ ଧୀରେ ଆପଣଙ୍କ ଜୀବନକୁ ଆସିଛି । ତେଣୁ ଯଦି ଆପଣ ଭାବୁଛନ୍ତି । ଏଥିପାଇଁ ଜୀବନ ଚାଲୁଥିବା ରାସ୍ତାର ମୋଡ ବଦଳାଇ ଅନ୍ୟ କିଛି ନୂଆ କରିବେ । ତେବେ ସେପରି ନକରି ଆପଣ ଯାହା ବି କରିବାକୁ ଚାହୁଁଛନ୍ତି ସେହି ମାର୍ଗରେ କର୍ମ କରି ଚାଲନ୍ତୁ । ବିଳମ୍ବରେ ହେଉ ପଛେ ଆପଣଙ୍କ ଜୀବନରେ ସବୁ କିଛି ଭଲ ହିଁ ହେବ । ତେଣୁ ଆପଣଙ୍କୁ ଏହା ବୁଝିଯିବାକୁ ହେବ । ଯେ ଆପଣ ଜୀବନରେ ଆଗକୁ ବଢିବାକୁ ବାଛିଛନ୍ତି । ତାହା ଆପଣଙ୍କ ଠିକ ରାସ୍ତା ଅଟେ । ତେଣୁ ନିଜର ମନ ପରିବର୍ତ୍ତନ କରିବାର ଆପଣଙ୍କୁ ଆବଶ୍ୟକତା ନାହିଁ ।

2- ଆପଣଙ୍କୁ ଅନେକ ସମୟରେ ଆପଣଙ୍କ ଭାଗ୍ୟର ସାଥ୍ ମିଳିଛି । ଯେଉଁ କାରଣରୁ ଆପଣ ଖୁସି ମଧ୍ୟ ଅଛନ୍ତି । ତେଣୁ ଆପଣଙ୍କୁ ଯେତେବେଳେ ଯାହା ବି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ତାହା ଭଲ ହେଉ କି ଖରାପ ଆପଣ ତାହାକୁ ସାହସର ସାମ୍ନା କରନ୍ତି । କେବେବି ଭାଗ୍ୟକୁ ନିନ୍ଦା କରନ୍ତି ନାହିଁ । ତେଣୁ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି । ସେହିପରି ଭାବେ କର୍ମ କରି ନିଜ ଭାଗ୍ୟ ଉପରେ ଭରଷା ରଖି ଆଗକୁ ବଢନ୍ତୁ । ଜୀବନରେ ବହୁତ କିଛି ସଫଳତା ପାଇବାର ଆପଣଙ୍କୁ ଅଛି ।

3- ଆପଣଙ୍କୁ ଆପଣଙ୍କ ଜୀବନରେ ଜେଭଳି ପ୍ରେମ, ସ୍ନେହର ଅଭାବ ରହିଛି ଆପଣଙ୍କୁ ସେଭଳି ଅନୁଭବ ହେଉଛି । ଯେମିତି ଆପଣ ଦରକାର ସମୟରେ ଲୋକଙ୍କୁ ସାହାଜ୍ଯ କରନ୍ତି । ହେଲେ ଆପଣଙ୍କ ଦରକାର ସମୟରେ ଲୋକେ ଆପଣଙ୍କ ପାଖରେ ଠିଆ ହୋଇନଥାନ୍ତି । ଆପଣ ଯାହାଙ୍କୁ ଅଧିକ ଭଲ ପାଆନ୍ତି । ଆଶାଅନୁଯାଇ ସେ ଆପଣଙ୍କୁ ସେମିତି ଭଲ ପାଇପାରିନଥାନ୍ତି । ତେଣୁ ଏମିତି କିଛି ଛୋଟ ଛୋଟ କାରଣକୁ ନେଇ ବେଳେବେଳେ ଦୁଃଖିତ ହୋଇ ପଡନ୍ତି । ହେଲେ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ଏହିଭଳି ଛୋଟ ଛୋଟ କଥାକୁ ଭୁଲି ଆଗକୁ ବଢିବା ପାଇଁ ପଡିବ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *