ଚେହରାକୁ କ୍ଷୀର ଭଳି ଧଳା ଓ ଚମକଦାର ବନେଇଦେବ ଏହି ଘରୋଇ ଉପାୟ ! ଏତେ ସୁନ୍ଦର ଦିଶିବେ କି ସମସ୍ତେ ଦେଖି ହେବେ କାବା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ନାରୀ ନିଜ ଚେହେରାକୁ ସୁନ୍ଦର କରି ରଖିବା ପାଇଁ ଚାହିଁଥାଏ । ଚେହେରା ସୁନ୍ଦର ରହିବା ଦ୍ଵାରା ଆପଣଙ୍କର ଆତ୍ମବିଶ୍ବାସ ମଧ୍ୟ ବଢିଥାଏ । ଅନେକ ଝିଅ ମାନେ ନିଜ ଚେହେରାକୁ ଗୋରା ଓ ଚମକଦାର କରିବା ପାଇଁ ଅନେକ କ୍ରିମ ଓ ଦାମୀ ଦାମୀ ଫେସ ପ୍ୟାକ ମଧ୍ୟ ବ୍ୟବହାର କରିଥାନ୍ତି  ।ପାର୍ଲର ଯାଇ ବିଭିନ୍ନ ପ୍ରକାର ମୁହଁରେ ପାର୍ଲର ଟ୍ରିଟ୍ମେଣ୍ଟ କରୁଛନ୍ତି ।

ଆଜି ଆପଣମାନେ ଘରୋଇ ଉପାୟରେ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବେ । ଯାହାର ଚେହେରାରେ ବ୍ୟବହାର ଦ୍ଵାରା ଫେସରେ କ୍ଷୀର ଭଳି ଗୋରାପଣ ଆସିଥାଏ । ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବିଲାତିକୁ ଆଣି ତା’ କୁ ଦୁଇ ଭାଗ କରି କାଟିଦିଅନ୍ତୁ । ବିଲାତିରେ ଭିଟାମିନ-c ଥାଏ । ଏହା ସହିତ ମୁହଁର ଚମକତା ଆଣିବା ପାଇଁ ଆବଶ୍ୟକ ଥିବା ସମସ୍ତ ପୋଷକ ତତ୍ଵ ଆପଣ ବିଲାତିରୁ ପାଇପାରିବେ ।

ସୂର୍ଯ୍ୟ କିରଣ ମୁହଁରେ ପଡିବାରୁ ଫେସରେ ଯେଉଁ ଟ୍ୟାନିକ ସମସ୍ଯା ଆସିଥାଏ । ତାହା ମଧ୍ୟ ଦୂର ବିଲାତି କରିଥାଏ । ତାପରେ ସେହି କଟା ଯାଇଥିବା ଦୁଇ ଭାଗ ବିଲାତିକୁ ଛେଲି କିମ୍ବା ଗ୍ରାଇଣ୍ଡିଙ୍ଗ କରି ତାର ରସ ବାହାର କରିଦିଅନ୍ତୁ । ସେହି ରସକୁ ଛାଣି କିମ୍ବା ନଛାଣି ମଧ୍ୟ ସେଥିରେ ଚିମୁଟାଏ ହଳଦୀର ପ୍ରୟୋଗ କରନ୍ତୁ । ହଳଦୀରେ ଆନ୍ଟିସେପ୍ଟିକ ଗୁଣ ରହିଥାଏ ।ଯଦି ଆମ ଚେହେରାରେ କୌଣସି ପ୍ରକାର ଦାଗ ବ୍ରଣ ରହିଥାଏ ।

ତାହାକୁ କ୍ଲିଅର କରି ପ୍ରାକୃତିକ ସୁନ୍ଦରତା ହଳଦୀ ଦେଇଥାଏ ।  ତାପରେ ସେଥିରେ ଏକ ଚାମଚ ବେସନ ମିଶାନ୍ତୁ । ବେସନରେ ଏପରି ଉପାଦାନ ରହିଥାଏ । ଯାହା ଚେହେରାରେ ଥିବା ମୃତ କୋଷିକା ହଟାଇ ନୂଆ କୋଷ ସୃଷ୍ଟି କରିବାରେ ସାହାଜ୍ଯ କରିଥାଏ । ଫେସରୁ ଅଏଲକୁ ମଧ୍ୟ କାଢିଥାଏ । ସବୁ ପ୍ରକାର ସ୍କିନଟୋନ ପାଇଁ ବେସନ ବହୁ ମାତ୍ରାରେ ଉପକାରୀ ହୋଇଥାଏ ।

ତାପରେ ସେଥିରେ କିଛି ଆଲୋଭେରା ଜେଲ ମିଶାନ୍ତୁ । ଏହା ମଧ୍ୟ ଏକ ଉପକାରୀ ଉପାଦାନ ହୋଇଥାଏ । ସେହି ୪ ଟି ଯାକ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ପ୍ରସ୍ତୁତ କରିଥିବା ଘରୋଇ ଫେସ ପ୍ୟାକକୁ ନିଜ ଚେହେରାରେ ଭଲ ଭାବରେ ଗାଧୋଇବା ପୂର୍ବରୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ମାଲିଶ କରନ୍ତୁ ।

ଆପଣ ଚାହିଁଲେ ଏହାକୁ ନିଜ ବେକ, ଗୋଡ, ହାତ ଓ ସଂପୂର୍ଣ୍ଣ ଶରୀରରେ ବ୍ୟବହାର କରିପାରିବେ । ସପ୍ତାହରେ ୨ ରୁ ୩ ଥର ଏହି ଫେସପ୍ୟାକର ନିଜ ଚେହେରାରେ ଲଗେଇବା ଦ୍ଵାରା ଫେସରେ ଏକ ଅଲଗା ପ୍ରକାରର ଚମକ ମିଳିଥାଏ । ଯାହା ଆପଣ ପାର୍ଲର ଟ୍ରିଟ୍ମେଣ୍ଟରୁ ମଧ୍ୟ ପାଇପାରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *