Singha Rashi, Rasifala 2023- ନୂଆ ବର୍ଷ 2023 ଆପଣଙ୍କ ପାଇଁ କିପରି ରହିବ ? ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ମାତ୍ରା କିଛି ଦିନର ଅନ୍ତରାଳରେ ନୂଆବର୍ଷର ଆଗମନ ହେବା ପାଇଁ ଯାଉଛି । ତେଣୁ ଆପଣ ମାନଙ୍କୁ ନୂତନ ବର୍ଷର ଆଗୁଆ ଶୁଭେଚ୍ଛା ଓ ଶୁଭକାମନା । ନବବର୍ଷ ୨୦୨୩ ଟି ସିଂହ ରାଶିଙ୍କର କେଉଁ ସବୁ ପରିବର୍ତ୍ତନ ନେଇକି ଆସୁଛି । ତାହା ଉପରେ ସିଂହ ରାଶିର ବାର୍ଷିକ ରାଶିଫଳ ଉପରେ ଆଲୋଚନା କରିବା । ବର୍ଷର ଆରମ୍ଭରୁ ହିଁ ନିଜ ସ୍ଵାସ୍ଥ ପ୍ରତି ଅଧିକ ଯତ୍ନଶୀଳ ହୋଇ ରହିବା ଉଚିତ ।

କାରଣ ସ୍ଵାସ୍ଥ ହିଁ ସମ୍ପଦ ଅଟେ । ତେଣୁ ପ୍ରଥମେ ନିଜର ସ୍ଵାସ୍ଥକୁ ଗୁରୁତ୍ଵ ଦେଇ ପ୍ରଥମେ ଅନ୍ୟ ସବୁ କାର୍ଯ୍ୟକୁ ଆରମ୍ଭ କରିବା ଉଚିତ ।  ବର୍ଷର ଆରମ୍ଭରୁ କୌଣସି ବଡ ଅର୍ଥ ନିବେଶ କରିବା ଉଚିତ ନୁହେଁ । ଜାନୁଆରୀ ମାସ ପରେ ବେପାରୀଙ୍କ ପାଇଁ ବ୍ୟବସାୟରେ ଲାଭ ହେବା ପାଇଁ ଯାଉଛି । ବ୍ୟବସାୟରେ ଅଧିକରୁ ଅଧିକ ଲାଭଫଳ ମିଳିବା ପାଇଁ ଯାଉଛି ।

ସିଂହ ରାଶିର ଯେଉଁ ମାନଙ୍କର ବିବାହ ଆସି ମଧ୍ୟ କୌଣସି କାରଣରୁ ଭାଙ୍ଗିଯାଉଥିଲା । ସେମାନଙ୍କ ପାଇଁ ବର୍ଷ ୨୦୨୩ ଟି ବିବାହ ପାଇଁ ଭଲ ରହିବା ପାଇଁ ଯାଉଛି । ସିଂହ ରାଶିର ଲୋକ ଧାର୍ମିକ କାର୍ଯ୍ୟରେ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ କାଢି ସମୟ ଧାର୍ମିକ କାର୍ଯ୍ୟ ପାଇଁ ସମୟ ଦେବେ । ଏପ୍ରିଲ ମାସ ପରେ ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରିପାରିବେ ।

ଘର ଲୋକଙ୍କ ସହିତ ବାହାରକୁ ଯିବାର ଯୋଜନା ପ୍ରସ୍ତୁତ କରିପାରିବେ । ଏହି ବର୍ଷ ନିଜର ପରିଶ୍ରମ ବଳରେ ନିଜ କ୍ଯାରିଅରରେ ବହୁତ ବଡ ପରିବର୍ତ୍ତନ ଆଣିପାରିବେ । ନିଜ ଜୀବନର ସଫଳତା ପାଇଁ ଗୁରୁଜନଙ୍କର ପରାମର୍ଶ ଲୋଡି ପାରିବେ । ବହୁତ ଦିନରୁ କରିଥିବା ପରିଶ୍ରମର ମୂଲ୍ୟ ୨୦୨୩ ବର୍ଷରେ କୌଣସି ସମୟରେ ହିଁ ସିଂହ ରାଶିର ବ୍ୟକ୍ତିଙ୍କୁ ପ୍ରାପ୍ତ ହୋଇଯିବ ।

ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅଧିକ ରୁ ଅଧିକ ପରିଶ୍ରମ କରିବାକୁ ଅଛି । ନଚେତ ୨୦୨୩ ବର୍ଷରେ ବିଦ୍ୟାରେ ସଫଳତା ହାସଲ କରିବାରେ ପଛୁଆ ରହିଯିବାର ସମ୍ଭାବନା ରହୁଛି । ସିଂହ ରାଶିର ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗୀତାରେ ଭାଗ ନେଇ ସେଥିରେ କୃତ କାର୍ଯ୍ୟ ମଧ୍ୟ ହେବାର ସମ୍ଭାବନା ରହୁଛି ।

ବର୍ଷର ଅକ୍ଟୋବର ମାସ ବେଳକୁ ଯାନବାହାନ ଚଲାଉଥିବା ବେଳେ ଅଧିକ ସଚେତନ ରହିବାକୁ ପଡିବ । କାରଣ ସେହି ସମୟରେ ରାଶିରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଅନୁସାରେ ଦୁର୍ଘଟଣାର ସମ୍ଭାବନା ରହୁଛି । ଏହାର ପ୍ରତିକାର ପାଇଁ ପ୍ରତିଦିନ ଗାଧୋଇ ସାରି ହନୁମାନ ଚାଳିଶା ପାଠ କରିବା ସହିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ।

ଏପରି କରିବା ଦ୍ଵାରା ଗ୍ରହ ଜନିତ ସମସ୍ତ ଦୋଷ ଖଣ୍ଡନ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *