Health Tips- ଛାତିରେ କଷ୍ଟ ହେବା ! ହାର୍ଟଟାକ ନା ଗ୍ଯାସ ? କିପରି ଜାଣିବେ…

ନମସ୍କାର ବନ୍ଧୁଗଣ , ସାଧାରଣ ଭାବରେ ଆମେ ଗ୍ୟାଷ୍ଟିକ ଜନିତ ଛାତି ବିନ୍ଧା କୁ ହାର୍ଟ ଆଟାକ୍ ଭାବି ନେଇଥାଉ ଏବଂ ଯେବେ ହୃଦୟ ସମ୍ବନ୍ଧିତ ଯନ୍ତ୍ରଣା ଆସିଥାଏ ତାହା ଆମେ ଜାଣିପାରି ନ ଥାଉ  । କିନ୍ତୁ ମୁଁ ଆଜି ଆମେ ଏହି ଦୁଇ ଯନ୍ତ୍ରଣା ର ବର୍ଣନା କରିବି ଏବଂ ଏହା ବିଷୟରେ ଡାକ୍ତରଙ୍କ ପରାମର୍ଶ କଣ ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ ଡାକ୍ତର ରାଜନୀଶ କୁମାର ପାଟେଲ କଣ କହୁଛନ୍ତି ।

ହୃଦୟ ସମ୍ବନ୍ଧିତ ରୋଗ ଦୁଇ ପ୍ରକାରରେ ହୋଇଥାଏ 1- ଏନଜଇନା 2- ହାର୍ଟ ଆଟାର୍କ ଯନ୍ତ୍ରଣା । ଏନଜିଇନା ଯନ୍ତ୍ରଣା ସେତେବେଳେ ହୋଇଥାଏ ଯେବେ ଆମେ ଓଜନ ଜିନିଷ ଉଠେଇ ଥାଉ ବା ସିଡି ରେ ଉପର ତଳ ହୋଇଥାଏ ଏବଂ ଶୋଇଲା ସମୟରେ ଏହା ନିୟମିତ ହୋଇଯାଇଥାଏ । ହାର୍ଟ ଆଟାର୍କ ଯନ୍ତ୍ରଣା ସେତେବେଳେ  ହୋଇଥାଏ ଯେବେ ଆମ ହାର୍ଟ ନଳୀ ସଂପୂର୍ଣ୍ଣ ଭାବରେ କାମ କରିବା ବନ୍ଦ ହୋଇଯାଇଥାଏ ।

ଏହା ବିଶ୍ରାମ କରିଲେ ମଧ୍ୟ ଠିକ ହୋଇନଥାଏ । ଏହା ଏପଋ ଲାଗିଥାଏ କି ଯେମିତି ଆମ ପ୍ରାଣ ପଳେଇଯିବ । ଏହା ଯୋଗୁ କେଉ କେଉଁ ସ୍ଥାନରେ ଯନ୍ତ୍ରଣା ଆସିଥାଏ ଏହା ଛାତି ରୁ ଉପର ବେକ ଯାଏ କଷ୍ଟ ହୋଇଥାଏ ଏବଂ ବାମ କାନ୍ଧ ଋ ଆରମ୍ଭ ହୋଇ ବାମ ଅଙ୍ଗୁଳି ଯାଏ ଯାଇଥାଏ ଓ ଡାହାଣ କାନ୍ଧ ରୁ ଡାହାଣ ଆଙ୍ଗୁଳି ଯାଏ ଏହାର ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ଛାତି ରେ ଆରମ୍ଭ ହୋଇ ଆପଣଙ୍କ ଦୁଇ କାନ୍ଧ ରେ କଷ୍ଟ ହୋଇଥାଏ ।

ଏହା ସହିତ କିଛି ଲକ୍ଷଣ ମଧ୍ୟ ଦେଖାଯାଇଥାଏ ଯଥା ଝାଳ ବୋହିବା , ଶ୍ଵାସ ଫୁଲିବା , ଛାତି ର ବେଗ ବଢିବା , ମୁଣ୍ଡ ବୁଲେଇବା ଆଦି ଲକ୍ଷଣ ଦେଖା ଗଲେ ଏହା ହୃଦୟ ସମ୍ବନ୍ଧିତ ରୋଗ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ ହୋଇଥାଏ , ବା ଆପଣ ନିଶା ବ୍ରବ୍ଯ ର ସେବନ କରୁଛନ୍ତି , ତେଲ ଜିନିଷ ଜଙ୍ଗ ଫୁଡ୍ ଅଧିକ ମାତ୍ରା ରେ ଖାଉଛନ୍ତି । ଏସବୁ ଯୋଗୁ ଆପଣଙ୍କୁ ହାର୍ଟ ଆଟାର୍କ ଆସିବାର ସମ୍ଭାବନା ରହିଥାଏ ।

ଆସନ୍ତୁ ଏବେ ଜାଣିବା ଗ୍ୟାଷ୍ଟିକ ସମ୍ବନ୍ଧୀୟ ଯନ୍ତ୍ରଣା ବିଷୟରେ ଏହା ଦ୍ଵାରା ଆପଣଙ୍କୁ ଛାତି ର ଉପର ଭାଗରେ ଜଳିବା ଭଳି ଲାଗିଥାଏ ଯେପରିକି ଆମ ଖାଦ୍ୟ ନଳୀ ଭିତରେ ନିଆ ଲାଗିଛି । କିନ୍ତୁ ଏହା ପାଟି ଯାଏ ଯାଇନଥାଏ ଏହା ଅଧିକ ପରିମାଣରେ ରାଗ , ତେଲ ରେ ଛଣା ବରା , ପିଆଜି , ଲେମ୍ବୁ ଜୁସ , କମଳା ଜୁସ ଆଦି  ଖାଇବା ଦ୍ଵାରା ଆମକୁ ହୋଇଥାଏ ।

ଗ୍ୟାଷ୍ଟିକ ହେଲେ ଆପଣଙ୍କ ପାଟି ବାଟେ ଖଟା ପାଣି , ବାନ୍ତି , ଭୋକ ନ ଲାଗିବା , ଓଜନ ହ୍ରାସ ହେବା ଆଦି ହୋଇଥାଏ । ଏହି ସବୁ ଲକ୍ଷଣ ଦ୍ଵାରା ଆପଣ ଜାଣିପାରିବେ ଯେ ଏହା ହାର୍ଟ ଯନ୍ତ୍ରଣା ନା ଗ୍ୟାଷ୍ଟିକ ଯନ୍ତ୍ରଣା ।  ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *