ଛାତିରେ ଯନ୍ତ୍ରଣା ଗ୍ଯାସ ନା ହାର୍ଟଟାକ ? ଜାଣନ୍ତୁ କଣ କ ଉହାନ୍ତି Dr V. K. Sharma

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାଦ୍ୟ ଯଦି ଠିକ ଭାବରେ ହଜମ ହୋଇପାରିନଥାଏ । ତେବେ ପେଟରେ ବିଭିନ୍ନ ପ୍ରକାର ସମସ୍ଯା ଆସିଥାଏ । ଗ୍ଯାସ, ଏସିଡିଟି ଭଳି ସମସ୍ଯା ଅଶ୍ବସ୍ଥିକର ସମସ୍ଯା ଆସିଯାଇଥାଏ । ପେଟରେ ଗ୍ଯାସ ହେବାର ବହୁତ ଗୁଡିଏ କାରଣ ରହିଥାଏ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବା ଦ୍ଵାରା ପେଟରେ ଅଟୋମେଟିକ ଗ୍ଯାସ ସୃଷ୍ଟି ହୋଇଥାଏ ।

ବହୁତ ସମୟ ପର୍ଯ୍ୟନ୍ତ ଭୋକରେ ରହିଯିବା ଫଳରେ ପେଟରେ ଏସିଡର ମାତ୍ରା ବଢିଯିବା କାରଣରୁ ଗ୍ଯାସ ସୃଷ୍ଟି ହେବା ସହିତ ଆହୁରି କିଛି କାରଣ ମଧ୍ୟ ଗ୍ଯାସ ପାଇଁ ଦାୟୀ ହୋଇଥାଏ । ତେଣୁ ଗ୍ଯାସ ସାଧରଣତଃ ପେଟରୁ ଆରମ୍ଭ ହୋଇଥାଏ । ତାପରେ ବେଳେ ବେଳେ ଶରୀରର କିଛି ଗୁଡିଏ ଜାଗାକୁ ଗ୍ଯାସ ଯାଇଥାଏ ।

ଯେଉଁ କାରଣରୁ ସେଠାରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥାଏ । ଯେପରି ଛାତି ପାଖରେ ଯଦି ଗ୍ଯାସ ଅଟକି ଯାଇଥାଏ । ତେବେ ଛାତିରେ ଅସହ୍ୟ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଥାଏ । ଯେଉଁ କାରଣରୁ ବହୁତ ଲୋକ ଏହା ଗ୍ଯାସ କାରଣରୁ ହେଉଛି ନା ହାର୍ଟ ଆଟାକ ହେଉଛି । ତାହା ଜାଣିବା ପାଇଁ ଅସୁବିଧାରେ ପଡିଯାଇଥାନ୍ତି ।

ଯଦି ଠିକ ଭାବରେ ଅନୁଧ୍ୟାନ କରାଯାଇଥାଏ । ତେବେ ବ୍ୟକ୍ତି ନିଜର ଶରୀରରେ ପ୍ରକାଶ ପାଉଥିବା ଲକ୍ଷଣ ଗୁଡିକୁ ଅନୁଭବ କରି ତାର ସଠିକ କଣ ହେଉଛି ଜାଣି ପାରିବ ।  ଛାତିରେ ଗ୍ଯାସ ଅଟକି ଥିଲେ । ଏହାର ଲକ୍ଷଣ ଗୁଡିକ ହାର୍ଟ ଆଟାକର ଲକ୍ଷଣ ସହିତ ବହୁତ ମାତ୍ରାରେ ଅଲଗା ଥିବ । ଛାତିରେ ଗ୍ଯାସ ଅଟକିବାର ଲକ୍ଷଣ ଗୁଡିକ ହେଉଛି ।

ବ୍ୟକ୍ତିର ଛାତିରେ ଗ୍ଯାସ ରହି ଛାତି ଯନ୍ତ୍ରଣା ହେବା ସହିତ ପେଟ ମଧ୍ୟ ଗ୍ଯାସ କାରଣରୁ ଫୁଲିଯାଇଥାଏ । ବାରମ୍ବାର ହେକୁଡି ଆସିଥାଏ । ବାନ୍ତି ହେବା ଓ ଖାଦ୍ୟ ଖାଇବାକୁ ଇଛା ହେବ ନାହିଁ । ହାର୍ଟ ଆଟାକ ହେବାର ଥିଲେ । ଛାତିରେ ଯନ୍ତ୍ରଣା ହେବା ସହିତ ତା ସହିତ ଅନ୍ୟ ଲକ୍ଷଣ ଯେପରି  ଗରମ ନଥାଇ ମଧ୍ୟ ଅଧିକ ଝାଳ ବୋହିବ, ମୁଣ୍ଡରେ ଚକର ଆସିବା, ନିଶ୍ଵାସ ପ୍ରଶ୍ଵାସ ନେବାର ଅସୁବିଧା ଏହିପରି କିଛି ଲକ୍ଷଣ ହାର୍ଟ ଆଟାକ ହେବାର ଥିଲେ ହୋଇଥାଏ।

ତେଣୁ ହାର୍ଟ ଆଟାକ ହେବା ଓ ଗ୍ଯାସ ଯୋଗୁ ଛାତିରେ ଗ୍ଯାସ ଅଟକି ଯନ୍ତ୍ରଣା ହେବା । ୨ ଟି ଭିନ୍ନ ଭିନ୍ନ କଥା ହୋଇଥାଏ । ତେଣୁ ଏହାର ଲକ୍ଷଣକୁ ଠିକ ଭାବରେ ଅନୁଧ୍ୟାନ କରି ହାର୍ଟ ଆଟାକ ନା ଛାତିରେ ଗ୍ଯାସ ଅଟକିଛି ଜାଣିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *